ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶିକ୍ଷା ବିଭାଗ ର ବିକଳ ଚିତ୍ର : ବିଦ୍ୟାଳୟ ଗୃହ ନିର୍ମାଣ ସାତ ବର୍ଷ ହେଲା ଅଧପନ୍ତରିଆ : ଝୁପୁଡି କୁଡ଼ିଆରେ ଚାଲିଛି ଶିକ୍ଷାଦାନ

ତେନ୍ତୁଳିଖୁଣ୍ଟି, ୧୭/୧୦/୨୨ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଳକ ଅନ୍ତର୍ଗତ କଣ୍ଟାଗାଁ କ୍ଲଷ୍ଟର ର ଘୁମରଦରା ନୂତନ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ବିଚିତ୍ର ଦୃଶ୍ୟ। ସାତ ବର୍ଷ ହେଲା ଅଧପନ୍ତରିଆ ହୋଇପଡିଛି ବିଦ୍ୟାଳୟ ଗୃହନିର୍ମାଣ କାର୍ଯ୍ୟ , ଝୁପୁଡି କୁଡ଼ିଆରେ ଚାଲିଛି ଶିକ୍ଷା ଦାନ। ଏଠାରେ ପ୍ରଥମରୁ ପଞ୍ଚମ ୩୨ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୧ ଜଣ ଛାତ୍ର ୧୧ ଜଣ ଛାତ୍ରୀ ଅଧ୍ୟୟନ କରୁଛନ୍ତି। ଏହି ବିଦ୍ୟାଳୟରେ ୭ ବର୍ଷ ତଳେ ଏକ କୋଠାଘର ନିର୍ମାଣ ପାଇଁ ଆରମ୍ଭ ହୋଇଥିଲା | କିନ୍ତୁ ଦୁଃଖର ବିଷୟ ୭ ବର୍ଷ ବିତିଯାଇଥିଲେ ମଧ୍ୟ ଗୃହଟି ସମ୍ପୂର୍ଣ୍ଣ ହୋଇ ପାରୁନି, ଏହାର ତଦାରଖ କରିବା ପରେ ଜଣା ପଡ଼ିଲାଯେ ଏହି ନୂତନ କୋଠା ନିର୍ମାଣ ଖର୍ଚ୍ଚ ଅଟକଳ ସମୁଦାୟ ୧୪ ଲକ୍ଷ ଟଙ୍କା। ଏହି ବିଷୟକୁ ନେଇ ଶିକ୍ଷା ବିଭାଗର କନିଷ୍ଠ ଯନ୍ତ୍ରୀଙ୍କୁ ଫୋନ ମାଧ୍ୟମରେ ଯୋଗାଯୋଗ କରି ପଚାରିବାରୁ କନିଷ୍ଠ ଯନ୍ତ୍ରୀ କହିଥିଲେ ଯେ ଏହି ନୂତନ ଗୃହଟି ୧୪ ଲକ୍ଷ ମଧ୍ୟରୁ ୧୩ ଲକ୍ଷ କାର୍ଯ୍ୟକାରୀ ହେଉଥିବା ବେଳେ ଏକ ଲକ୍ଷ ଟଙ୍କା rwss (ଜଳ ବିଭାଗକୁ) ଦିଆଯାଇଥିବା କହିଥିଲେ | କିନ୍ତୁ ୭ ବର୍ଷ ବିତିଗଲା ନା ସମ୍ପୂର୍ଣ୍ଣ ହୋଇପାରିଛି ଏହି କୋଠା ନିର୍ମାଣ ନା ସ୍କୁଲର ଛାତ୍ରଛାତ୍ରୀ ପାଇପାରୁଛନ୍ତି ପାନୀୟ ଜଳ। ପାନୀୟ ଜଳ ବିଭାଗକୁ ଯୋଗାଯୋଗ କରିବାରୁ କୌଣସି ଟଙ୍କା ପୈଠ ହୋଇନଥିବା କହିଥିଲେ। ଏହି କୋଠାଘରର ନିର୍ମାଣ ର ନାମ ଫଳକ ମଧ୍ୟ କରାଯାଇନାହିଁ । ବର୍ତମାନ ପାନୀୟ ଜଳ ପାଇଁ ୬୦୦ ମିଟର ଦୂରରେ ଥିବା ପାଖ ଗ୍ରାମରୁ ରୋଷେଇ ଓ ପିଇବା ପାଇଁ ପାଣି ଆଣି ବ୍ୟବହାର କରାଯାଉଛି। ପ୍ରକୃତରେ କନିଷ୍ଠଯନ୍ତ୍ରୀ ଓ ଶିକ୍ଷାବିଭାଗର ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ବଳି ପଡୁଛନ୍ତି ସରଳ, ନିରୀହ ଛାତ୍ରଛାତ୍ରୀ ମାନେ। କଣ ସରକାରୀବାବୁ ମାନଙ୍କ ପୁଅ,ଝିଅ ଯଦି ଏହି ବିଦ୍ୟାଳୟରେ ଅଧ୍ୟୟନ କରିଥାନ୍ତେ,ଏଭଳି ଅସୁବିଧା ହେଇଥାନ୍ତା କି ? ସରକାର ଶିକ୍ଷା ବିଭାଗ ପାଇଁ ଶହ ଶହ ଯୋଜନା କରିଛନ୍ତି କିନ୍ତୁ ଯୋଜନା ଯୋଜନା ରେ ହିଁ ରହିଯାଇଛି। ସରକାରୀ ବାବୁଙ୍କ ଅଣଦେଖା ସକାଶେ ନା ପାଉଛନ୍ତି କୋଠାଘର ନା ପାଉଛନ୍ତି ସୁବିଧା ଛାତ୍ରଛାତ୍ରୀ ଏହାରି ପାଇଁ ସରକାରୀ ବାବୁ ମାନଙ୍କୁ ପକେଟ ଗରମ ହେଉନାହିଁ ତ ? ବର୍ତମାନ ଝୁପୁଡି ଘରେ ପାଲ ଟାଣି ଛାତ୍ରଛାତ୍ରୀ ମାନେ ବର୍ଷାରେ ଭିଜିଭିଜି କାଦୁଅ ପଚପଚରେ ପାଠ ପଡୁଛନ୍ତି ଏହି ଦୃଶ୍ୟ ଦେଖିବ କିଏ ଅଧିକାରୀ ମାନେ ତ ଶୀତ,ତାପ ନିୟନ୍ତ୍ରଣ ଘରେ ରହି କାର୍ଯ୍ୟକରୁଛନ୍ତି ଏ ମାନଙ୍କ ଦୁଃଖ ବୁଝୁଛି କିଏ।ଏହା ପାଇଁ ଦାୟୀ କିଏ ଶିକ୍ଷା ଅଧିକାରୀ ନା କନିଷ୍ଠଯନ୍ତ୍ରୀ। ତେବେ ଦେଖିବାକୁ ବାକି ରହିଲା କୋଠାଘର ର ଶ୍ରେଣୀ ଗୃହରେ ବସି ପାଠ ପଡିବା ପାଇଁ ସପ୍ନ ଦେଖିଥବା ଛାତ୍ରଛାତ୍ରୀଙ୍କ ସପ୍ନ ସପ୍ନରେ ହିଁ ରହିଯିବ ନି ତ |

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ବଙ୍କିମ ମୁଣ୍ଡ ଙ୍କ କବିତା ଖରା

ଭବାନୀପାଟଣା ଠାରେ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜାଦି କି ଅମୃତ ମହୋତ୍ସବ ର ବିଭିନ୍ନ କାର୍ଯ୍ୟକ୍ରମ ସଂକ୍ରାନ୍ତୀୟ ଏକ ବୈଠକ ଅନୁଷ୍ଠିତ

Sunil Chandra Nayak

ନବରଙ୍ଗପୁର_ଜୟପୁର ରେଳ ପ୍ରକଳ୍ପ ଡିସେମ୍ବର ୨୦୨୫ରେ କାମ ସରିବା ନେଇ ସନ୍ଦେହ ?

Sunil Chandra Nayak

Leave a Comment

error: Content is protected !!