ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ୭୭ ତମ ଜନ୍ମତିଥି ରେ ରକ୍ତ ଦାନ ଶିବିର ଅନୁଷ୍ଠିତ

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଙ୍କ ୭୭ତମ ଶୁଭ ଜନ୍ମଦିନ ଅବସରରେ କାମାକ୍ଷାନଗର ବିଜୁ ଯୁବ ଛାତ୍ର ଜନତା ଦଳ         ଆନୁକୁଲ୳ ରେ ଆଜି ଏକ ମେଗା ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର କାମାକ୍ଷାନଗର ଇନଡୋର ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗ ଦେଇ ଏହି ଶିବିର କୁ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ରୂପେ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ , ପରଜଙ୍ଗ ବିଧାୟକ ଡାକ୍ତର ନୃସିଂହ ଚରଣ ସାହୁ ,କାମାକ୍ଷା ନଗର ବ୍ଲକ୍ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ,କାମାକ୍ଷା ନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଧର୍ମାନନ୍ଦ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ । ବିଜୁ ଛାତ୍ର ଜନତା ଦଳର ସଭାପତି ସୁରଜ କୁମାର ମହାପାତ୍ର ,କାମାକ୍ଷା ନଗର ବ୍ଲକ୍ ଓ ବିଜ୍ଞାପିତ ଅଂଚଳ ପରିଷଦ ର ସମସ୍ତ ବିଜୁ ଜନତା ଦଳର ଉପସ୍ଥିତ ରହି ରକ୍ତଦାତାଙ୍କୁ କରିଥଲେ । ଏହି କାର୍ଯ୍ୟକ୍ରମରେ ମୋଟ ୫୦୫ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା l ବିଜୁ ଯୁବ ଛାତ୍ର ଜନତା ଦଳ ର ଏଭଳି ଅଭନବ କାର୍ଯ୍ୟକ୍ରମ ଟି ସାଧାରଣ ମହଲ ରେ ବେଶ ପ୍ରଶଂସିତ ହୋଇଛି । 

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ସହ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ମାଉସୀ ଘର

ବାଲାଜି ସେଠୀ ଙ୍କ କବିତା ଦେହ ଆଉ ମନ 

Sunil Chandra Nayak

ଚନ୍ଦ୍ରକଳା ଦେବୀ ଙ୍କ କବିତା ବାହୁଡା଼ ଯାତ୍ରା                   

Leave a Comment

error: Content is protected !!