ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉତ୍କଳ ସମ୍ମିଳନୀ ନବରଙ୍ଗପୁର ଶାଖାର ପ୍ରଥମ ସାଧାରଣ ପରିଷଦ ବୈଠକ

ନବରଙ୍ଗପ୍ମର(ମସିହା) ସ୍ଥାନୀୟ ତ୍ରୁପ୍ତି ହୋଟେଲ ସମ୍ମିଳନୀ କକ୍ଷରେ କେନ୍ଦ୍ରିୟ ସଦସ୍ଯ ଶ୍ରୀଯୁକ୍ତ ବୁଲୁ ହୋତାଙ୍କ ଆହ୍ବାନ କ୍ରମେ,ଆଜି ଉତ୍କଳ ସମ୍ମିଳନୀ ନବରଙ୍ଗପୁର ଶାଖାର ପ୍ରଥମ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହେଇଯାଇଛି। ଏଥିରେ କେନ୍ଦ୍ରୀୟ ସାଧାରଣ ସଂପାଦକ ଶ୍ରୀଯୁକ୍ତ ରବିନ୍ଦ୍ର କୁମାର ମିଶ୍ର, କାର୍ଯ୍ୟକାରୀ ସଂପାଦକ ଶ୍ରୀଯୁକ୍ତ ବିରେନ ମୋହନ ପଟ୍ଟନାୟକ, କୋରାପୁଟ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ମଦନ ମୋହନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଆଜିର ଏହି ବୈଠକରେ ବିଧିବଦ୍ଧ ଭାବେ ଉତ୍କଳ ସମ୍ମିଳନୀ,ନବରଙ୍ଗପୁର ଜିଲ୍ଲା ଶାଖାର କାର୍ଯ୍ୟକାରିଣୀ ସଦସ୍ୟଙ୍କ ନାମ ଘୋଷଣା କରାଯାଇଥିଲା। ନବରଙ୍ଗପୁର ଜିଲ୍ଲା ଶାଖାର ସଭାପତି ଭାବେ ଶ୍ରୀଯୁକ୍ତ ଜଗନ୍ନାଥ ମହାପାତ୍ର, ଉପ ସଭାପତି ଭାବେ ଶ୍ରୀଯୁକ୍ତ ଅଶୋକ କୁମାର ପଟ୍ଟନାୟକ ଓ ଡ. ବିଜୟ କୁମାର ମିଶ୍ର, ସାଧାରଣ ସଂପାଦକ ଶ୍ରୀଯୁକ୍ତ ଦୁର୍ଗା ପ୍ରସାଦ ପାଢୀ, ସଂଗଠନ ସଂପାଦକ ଶ୍ରୀଯୁକ୍ତ ବାଙ୍କ ବିହାରୀ ବିଷୋଇ, ସହ ସଂପାଦିକା ଡ. ସଂଯୁକ୍ତା ପଣ୍ଡା, କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ସୁରେଶ ମିଶ୍ର ଙ୍କୁ ବିଧିବଦ୍ଧ ଭାବେ ଦାୟୀତ୍ବ ଦିଆଯାଇ ଥିଲା। ଏହି ବୈଠକରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ସମ୍ମିଳନୀ ରସାଧାରଣ ସଦସ୍ଯ ମାନଙ୍କ ମଧ୍ୟରେ ଶ୍ରୀ…ଗଣେଶ୍ବର ଦାଶ,ମନୋଜ କୁମାର ପାଢୀ,କୁମୁଦ ପଟ୍ଟନାୟକ,ରମେଶ ଚନ୍ଦ୍ର ପଟ୍ଟନାୟକ,ସହଦେବ ପରିଡା,ରବିନ୍ଦ୍ର ନାୟକ,ପି କବିକାନ୍ତ ରଘୁରାମ,ଦାଶରଥି ପଟ୍ଟନାୟକ,ଜଗଦୀଶ ଚନ୍ଦ୍ର ତ୍ରିପାଠୀ,ବିଜୟ କୁମାର ଚୌଧୁରୀ,ରାମ ପ୍ରସାଦ ପାତ୍ର,ପ୍ରଦୀପ କୁମାର ନନ୍ଦ,ସାଈ ରମେଶ ରାଓ,ଦିଲୀପ କୁମାର ହୋତା,ଅଖିଳ କୁମାର ଭଟ୍ଟ,ବଂଶୀ ଧର ଭୁୟାଁ,ଡ. ମୋନଜ କିଶୋର ନାୟକ,ପ୍ରୁଥ୍ବୀରାଜ ପାଇକରାୟ,ଶ୍ରୀମତୀ ଗୁରୁ ଦାସୀ ମଣ୍ଡଳ,ମିନତି ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ। ରାଜ୍ୟ ତଥା କେନ୍ଦ୍ରିୟ ସଦସ୍ଯ ମାନେ ଉତ୍କଳ ସମ୍ମିଳନୀ ର ଆଭିମୁଖ୍ୟ, ଅଂଚଳ ତଥା ଆଂଚଳିକକତା ସହ ଓଡିଆ ଭାଷାର ସୁରକ୍ଷା ଏବଂ ପ୍ରଚାର ପ୍ରସାର ସହ ଉପରେ ଗୁରୁତ୍ବ ଦେଇଥିଲେ। ପରବର୍ତ୍ତୀ ସମୟରେ ଓଡିଶା ସରକାରଙ୍କ ଓଡିଆ ଭାଷା ପ୍ରତି ଯେଉଁ ନିର୍ଦ୍ଦେଶ ରହିଛି ତାକୁ ଜିଲ୍ଲା ରେ ସଠିକ ଭାବେ କାର୍ୟ୍ଯ କରିବା ପାଇଁ ଜନସାଧାରଣ ଓ ଜିଲ୍ଲା ପ୍ରସାଶନ ସହିତ ଆଲୋଚନା କରି ଓଡିଆ ଭାଷାକୁ ସାର୍ବଜନୀନ କରିବା ନିଷ୍ପତ୍ତି ନିଆଯାଇ ଥିଲା। ଜିଲ୍ଲା ର ସୀମାନ୍ତବର୍ତ୍ତୀ ଅଂଚଳରେ ଓଡିଆ ଭାଷାକୁ ତ୍ବରାନ୍ବିତ କରିବା ପାଇଁ ସଚେତନତା ର ଆବଶ୍ଯକତାକୁ ସମସ୍ତେ ଅନୁଭବ କରିଥିଲେ। ସଭା ଶେଷରେ ଶ୍ରୀଯୁକ୍ତ ଅଖିଳ କୁମାର ଭଟ୍ଟ ଧନ୍ଯବାଦ ଅର୍ପଣ କରିଥିଲେ।

ନବରଙ୍ଗପୁର୍ ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ୍ ମସିହା ନିୟୁଜ୍।

Related posts

ଆହାରବନ୍ଧ ପଞ୍ଚାୟତରେ ବିଜେଡ଼ିର ଜନସଂପର୍କ ପଦଯାତ୍ରା 

Sunil Chandra Nayak

ଛିଲିପା ରେ ମିଶନ ଶକ୍ତି ସିଲେଇ ତାଲିମ କେନ୍ଦ୍ର ଉଦଘାଟିତ

Sunil Chandra Nayak

ବିକାଶ ଛାତ୍ରୀ ଇଷିକା ଲାଥ +୨ ବାଣିଜ୍ୟ ପରୀକ୍ଷାରେ କଳାହାଣ୍ଡି ଜିଲ୍ଲା ଟପ୍ପର

Sunil Chandra Nayak

Leave a Comment

error: Content is protected !!