ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ବେସରକାରୀ ସଂସ୍ଥା ର ରାଜ୍ ?

ନବରଙ୍ଗପୁର,(ମସିହା ) ନବରଙ୍ଗପୁର ଜିଲ୍ଲା ସଦର ମହକୁମା ମୁଖ୍ୟ ଚିକିତ୍ସାଳୟ ସମେତ ଜିଲ୍ଲା ର ପ୍ରତ୍ୟେକ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର,ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ସ୍ବାସ୍ଥ୍ୟ କେନ୍ଦ୍ର, ନୂତନ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର। ଜିଲ୍ଲା ଚିକିତ୍ସାଳୟ ଠାରୁ ଟେଣ୍ଡର ପାଇଲା ପରେ, ବେସରକାରୀ ସଂସ୍ଥା ତାର ରାଜ୍ ଆରମ୍ଭ କରିଥାଏ। ଜିଲ୍ଲା ର ସ୍ୱାସ୍ଥ୍ୟ କେନ୍ଦ୍ର ରେ ସୁପରଭାଇଜର ଠାରୁ ଆରମ୍ଭ କରି ସିକ୍ୟୁରିଟି ଗାର୍ଡ ସୁଇପର ସମସ୍ତ କର୍ମଚାରୀ ନିଯୁକ୍ତି ଦେଇ ମୋଟା ଅଙ୍କର ଟଙ୍କା ଆଦାୟ କରି ମାଲାମାଲ ହୋଇଥିବା ଅଭିଯୋଗ ହୋଇଥିଲା।ବର୍ତ୍ତମାନ କର୍ମଚାରୀ ମାନଙ୍କୁ ୮ଘଣ୍ଟା ବଦଳ ରେ ୧୦ଘଣ୍ଟା କାର୍ଯ୍ୟ କରିବାକୁ ବାଧ୍ୟ କରୁଥିବା ଅଭିଯୋଗ ହେଉଛି।ଦରମାର ସିଂଗଭାଗ ସଂପୃକ୍ତ ସଂସ୍ଥା ନେଉଥିବା ବେଳେ, କର୍ମଚାରୀ ମାନଙ୍କୁ ସଂପୃକ୍ତ ସଂସ୍ଥା ଜୋକ ପରି ରକ୍ତ ଶୋଷଣ କରୁଥିବା ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ୟ ସରକାର କୁମ୍ଭକର୍ଣ୍ଣ ନିଦରେ ଶୋଇ ଥିବା ଦେଖିବାକୁ ମିଳୁଛି। କୌଣସି କର୍ମଚାରୀ କର୍ତ୍ତବ୍ୟ ରେ ଗୋଟିଏ ଦିନ ଅବହେଳା କଲେ କଥା ସରିଲା। ଅନ୍ୟ ପଟେ ସ୍ୱାସ୍ଥ୍ୟ କେନ୍ଦ୍ର ର ଅଧିକାରୀ ମାନେ ଗୋଟିଏ ଦିନ ଅବୋହେଳା ହୋଇଥିବା ଜାଣି, ତା ଆରଦିନ ସ୍ବାସ୍ଥ୍ୟ କେନ୍ଦ୍ର ଆସିଲେ ରକ୍ତବାନ୍ତି ହେଲା ଭଳି ରାଗ ସୁଝାଇ ଦେଇଥାନ୍ତି ଅଧିକାରୀ।ଖାଲି ଏତିକି କି ରେ ରାଗ ଶାନ୍ତି ହୁଏନାହିଁ।ପୁଣି ସଂପୃକ୍ତ କର୍ମଚାରୀ ଙ୍କୁ ସିଧା ସଲଖ କାଢି ଦେବାକୁ ସଂସ୍ଥା କୁ ଫୋନ୍ କିମ୍ବା ପତ୍ର ମାଧ୍ୟମରେ ଅବଗତ କଲେ କଥା ସରିଲା।କର୍ତ୍ତବ୍ୟରେ ଅବହେଳା ଯୋଗୁଁ କାରଣ ଦର୍ଶାଅ ନୋଟିସ୍ ଜାରୀ କରି ସଂସ୍ଥା କର୍ମଚାରୀ ଙ୍କୁ ଆଉ ତୁମେ ସ୍ବାସ୍ଥ୍ୟ କେନ୍ଦ୍ର ଯିବ ନାହିଁ ବୋଲି ସୂଚନା ଦେଇଥାଏ। ଭୁବନେଶ୍ଵର କାର୍ଯ୍ୟାଳୟ ଠାରେ ଆସି ଆଉ ଏଭଳି ଭୁଲ କରିବି ନାହି ଯଦି ଭୁଲ୍ କରିବି ତାହାହେଲେ ମୁ ବହିଷ୍କାର ହେବି ବୋଲି ଲିଖିତ ଦେବାକୁ ବାଧ୍ୟ କରେ।ଏଭଳି ଅଭିଯୋଗ ପୂର୍ବରୁ ନନ୍ଦାହାଣ୍ଡି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଠାରୁ ଆରମ୍ଭ କରି ଡ଼ାବୁଗାଁ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ସୁପର ଭାଇଜର କାମାକ୍ଷ୍ୟ ନାୟକ ଏସବୁ ଅଙ୍ଗେ ଲିଭାଇଥିବା ବେଳେ, ଅନ୍ୟ ସ୍ବାସ୍ଥ୍ୟ କେନ୍ଦ୍ର ସୁପର ଭାଇଜର ମାନେ ପାଟି ଖୋଲିଲେ ଚାକିରୀ ଯିବା ଭୟରେ ନାହିଁ ମାମୁ ରୁ କଣା ମାମୁ ଭଲ ବୋଲି ସଂସ୍ଥା ବିଶ୍ୱାସ ରେ ରହିବାକୁ ବାଧ୍ୟ ହେଉଛନ୍ତି। ଗତକାଲି ସଂସ୍ଥା ର ନବରଙ୍ଗପୁର ଶାଖା ପରିଚାଳକ ଶ୍ରୀ ସାମନ୍ତ ମୁଖ୍ୟ ଚିକିତ୍ସାଳୟ ଆସି ସମସ୍ତ କର୍ମଚାରୀ ମାନଙ୍କୁ କଡ଼ା ପାଠ ପଢ଼ାଇ ଯାଇଥିବା କର୍ମଚାରୀ ମାନେ କହିଛନ୍ତି। ମୁଖ୍ୟ ଚିକିତ୍ସାଳୟ ଆସିଲେ ବି ସାମ୍ବାଦିକ ହାବଡ ରେ ଫସିଲେ କଥାସରିଲା। ଏଣୁ ସବୁ ନିରୀକ୍ଷଣ କରି ଆସିଥାନ୍ତି।ସୁପରଭାଇଜର କୁ ଛାଡି ଦେଲେ ଅନ୍ୟ କୌଣସି କର୍ମଚାରୀ ସୁରାକ୍ ବି ପାଇ ପାରନ୍ତି ନାହିଁ। ଗତକାଲି ରାଜ୍ୟ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଜନ୍ମ ଦିନ ପୂର୍ବରୁ ରାଜ୍ୟ ରେ ଥିବା ଠିକା ନିଯୁକ୍ତି ଉଚ୍ଛେଦ୍ କରିଥିବା ଖବର ଦେଇଥିବା ବେଳେ, ୫୭ହଜାର ସରକାରୀ ଠିକା ନିଯୁକ୍ତି କର୍ମଚାରୀ ନିୟମିତ ହେଉଥିବା ବେଳେ,ବେସରକାରୀ ନିଯୁକ୍ତି ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ପାଇଥିବା କର୍ମଚାରୀ ନିରାଶ ହୋଇଥିବା ଦେଖିବାକୁ ମିଳୁଛି। ଅନ୍ୟ ପକ୍ଷରେ ସରକାରୀ କାର୍ଯ୍ୟ ରେ ନିୟମିତ କର୍ତ୍ତବ୍ୟ କରୁଥିବା ସଂସ୍ଥା ତରଫରୁ ନିଯୁକ୍ତି ପାଇଥିବା କର୍ମଚାରୀ ଙ୍କୁ ନିୟମିତ କରି ଅଧିକାରୀ ମାନଙ୍କ ଶୋଷଣ ରୁ ମୁକ୍ତି କରିବାକୁ ଦାବି ହେଉଛି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ୍ ମସିହା ନିୟୁଜ୍।

Related posts

ଛେଣ୍ଡିଆ ଠାରେ ବ୍ଳକ ସ୍ତରୀୟ ଇଣ୍ଟର ହାଇସ୍କୁଲ ଫୁଟବଲ ଟୁର୍ଣ୍ଣାମେଣ୍ଟ

Sunil Chandra Nayak

ସାମାଜିକ ଗଣ ମାଧ୍ୟମ ରେ ଆଦିବାସୀ ଙ୍କ ପ୍ରତି କଟୁ ମନ୍ତବ୍ୟ କୁ ନିନ୍ଦା

Sunil Chandra Nayak

କୋକସରା ଶିଶୁ ମନ୍ଦିର ଠାରେ ବିଜେପି ର ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

Leave a Comment

error: Content is protected !!