ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ସ୍ବାସ୍ଥ୍ୟ କେନ୍ଦ୍ରରେ ମିଳୁ ନାହିଁ ସାଧାରଣ ରୋଗ ପାଇଁ ଔଷଧ

କାମାକ୍ଷାନଗର (ମ ନି ସ)18/10_ ସରକାର ମାଗଣାରେ ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେଉଥିବା କହୁଥିଲା ବେଳେ ଥଣ୍ଡା ଜ୍ବର ପରି ସାଧାରଣ ରୋଗ ପାଇଁ ମିଳୁ ନାହିଁ ଔଷଧ। କାମାକ୍ଷାନଗର ବ୍ଲକ ଅଁଳାବେରେଣୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିନ ଶ୍ରୀମୂଳା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଅନେକ ସମୟରେ ରୋଗୀମାନଙ୍କୁ ଔଷଧ ଦିଆ ଯାଉ ନାହିଁ। ଥଣ୍ଡା ଜ୍ବର ବା ମୁଣ୍ଡବ୍ୟଥା ପରି ଅତି ସାଧାରଣ ରୋଗର ଔଷଧ ମିଳୁ ନାହିଁ ବୋଲି ରୋଗୀ ଅଭିଯୋଗ କରିଛନ୍ତି। ସୂଚନା ଥାଉ କି ଏହି ସ୍ବାସ୍ଥ୍ୟ କେନ୍ଦ୍ରର ପରିଚାଳନା ଭାର ଶୋଭା ନାମକ ଏନଜିଓକୁ ଦିଆଯାଇଛି। ଶୋଭାର ନିର୍ଦ୍ଦେଶକଙ୍କ ସହ ଯୋଗାଯୋଗ କରିବାରୁ ସେ ଯାହା କହିଲେ ତାହା ଅତ୍ୟନ୍ତ ଚିନ୍ତାଜନକ। ତାଙ୍କର ସୂଚନା ଅନୁସାରେ ସରକାରଙ୍କୁ ଯାହା ଇଣ୍ଡେଡ ଦିଆଯାଉଛି ସେ ଆବଶ୍ୟକ ଅନୁଯାୟୀ ଯୋଗାଉ ନାହାଁନ୍ତି ଯେଉଁ କାରଣ ପାଇଁ ଆମେ ଲୋକଙ୍କୁ ଔଷଧ ଦେଇ ପାରୁ ନାହିଁ। ତାଛଡା ଏହା ଜିଲ୍ଲାର ସବୁ ସ୍ବାସ୍ଥ୍ୟ କେନ୍ଦ୍ରର ସମସ୍ୟା ବୋଲି ସେ କହିଛନ୍ତି। ତାଙ୍କର କଥା ଯଦି ସତ୍ୟ ହୋଇଥାଏ ତେବେ ଲୋକମାନଙ୍କୁ ସରକାର ଛଳନା କରୁଛନ୍ତି ବୋଲି ପ୍ରମାଣ ହେଉଛି।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ

Related posts

କଳାହାଣ୍ଡି ଜିଲ୍ଲାସ୍ତରୀୟ ବିଶ୍ୱ ମ୍ୟାଲେରିଆ ଦିବସ ପାଳନ

Sunil Chandra Nayak

ଅବ୍ୟବସ୍ଥା ଘେରରେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର

କେନ୍ଦୁପଡା ଗ୍ରାମର ୧୭ ଜଣ ଝାଡା ରୋଗରେ ଆକ୍ରାନ୍ତ ଡାକ୍ତରଖାନାରେ ଭର୍ତ୍ତି

Sunil Chandra Nayak

Leave a Comment

error: Content is protected !!