ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବରିଷ୍ଠ ଯାଦବ ନେତା ତଥା ବାଗପୁର ପୂର୍ବତନ ସରପଂଚ ଦୋଳ ଚନ୍ଦ୍ର ବାଗ ଙ୍କ ଦେହାନ୍ତ

ନର୍ଲା/ମସିହା /18/10/22 କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ବାଗପୂର୍ ଗ୍ରାମ ପଞ୍ଚାୟତ ର ପୂର୍ବତନ ସରପଂଚ ବରିଷ୍ଟ ଯାଦବ ନେତା ତଥା ଗାଁ ର ଗୌନ୍ତିଆ ଦୋଳ ଚନ୍ଦ୍ର ବାଗ ଙ୍କ ଦେହାନ୍ତ ହୋଇ ଯାଇଛି, ଆଜି ମଙ୍ଗଳ ବାର ଭୋର୍,3,30, ସମୟ ରେ ବାଗପୁର ସ୍ଥିତ ତାଙ୍କ ନିଜ ବାସଭବନରେ ହୃଦଘାତରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ,1947 ମସିହାରେ ଜନ୍ମ ଗ୍ରହଣ କରି ସ୍ବର୍ଗତ ଶ୍ରୀ ବାଗ ଗାଁ ର ଗୌନ୍ତିଆ ଭାବ ରେ ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ ଭୂମି ଦାନ କରି ହାଇସ୍କୁଲ ପ୍ରତିଷ୍ଠା ଓ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଭଳି ମହତ୍ କାର୍ଯ୍ୟ କରିଛନ୍ତି, କେବଳ ଭୂମି ଦାନ ବୋଲି ନୁହେଁ, ଗାଁ ର ପ୍ରତେକ ବିକାଶ ମୁଳକ କାର୍ଯ୍ୟରେ ତାଙ୍କର ସହଭାଗିତା ରହୁଥିଲା , ଗରିବ ନିସହାୟ ମାନଙ୍କ ପ୍ରତି ତାଙ୍କ ମନରେ ଗଭୀର ଅନୁକମ୍ପା ରଖି ସବୁ ସମୟ ରେ ସହଯୋଗର ହାତ ବଢ଼ାଇ ସାହାଯ୍ୟ ସହଯୋଗ କରି ଆସୁଥିଲେ । ସେ ନର୍ଲା ବ୍ଲକ୍ ଯାଦବ ସମିତିର ସଂପାଦକ ଭାବରେ କାର୍ଯ୍ୟ କରି ସମାଜରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ। ବାଗପୂର୍ ପଂଚାୟତ ର ସରପଂଚ ଥିବା ସମୟ ରେ ଗ୍ରାମ ପଞ୍ଚାୟତ ର ଅନେକ ବିକାଶ ମୁଳକ କାର୍ଯ୍ୟ କରିଛନ୍ତି,, ଯାହା ତାଙ୍କୁ ସମସ୍ତ ଙ୍କ ହୁର୍ଦୟରେ ଚିର ଦିନ ପାଇଁ ଅମର କରି ରଖିବ, ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ର ଦୁଇ ପୁଅ, ଥବିର ବାଗ, ବାବୁଲାଲ ବାଗ ଓ ତିନି ବହୁ, ତାଙ୍କ ଧର୍ମ ପତ୍ନୀ, କୌଶଲ୍ୟା ବାଗ, ନାତି ନାତୁଣୀ ପରିବାର ବର୍ଗ ଉପସ୍ଥିତ ଥିଲେ । ତାଙ୍କୁ ଶେଷ ସମୟରେ ନର୍ଲା ଡାକ୍ତରଖାନା କୁ ଅଣା ଯାଇଥିଲା ହେଲେ ଡାକ୍ତର ପରୀକ୍ଷା କରିବା ପରେ ମୃତ ଘୋଷଣା କରିଥିଲେ ।   ବାଗପୁର ନିଜ ପିତୃକ ଜମି ରେ ଶେଷ କୃତ୍ୟ କରାଗଲା,, ତାଙ୍କର ବଡ଼ପୁଅ ଥବିର୍ ବାଗ, ମୁଖାଗ୍ନି ଦେଇ ଥିଲେ,, ଶ୍ରୀ ବାଗ ଙ୍କ ଦେହାନ୍ତ ଅଂଚଳ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ବିଭିନ୍ନ ମହଲ ରେ ଚର୍ଚ୍ଚା ହେଉଛି,ନର୍ଲା ବ୍ଲକ ଯାଦବ ଉପସଭାପତି,ଦୁଳଭ ମାହାର, ସମାଜସେବୀ, ବାବୁଲି ମଣ୍ଡଳ, ପୂର୍ବତନ ଯାଦବ ଉପସଭାପତି, ହୃଷୀକେଶ ଭୋଇ, ବ୍ଲକ୍ ସଭାପତି, ଯୁଧିଷ୍ଠିର ଗଉଡ, ନର୍ଲା ବ୍ଲକ କଂଗ୍ରେସ କମିଟି ର ସଭାପତି, ସମୀର ଚାନ୍ଦ, ଅଂଚଳ ର ସାମ୍ବାଦିକବନ୍ଧୁ , ଯାଦବ ସମାଜ ର କର୍ମକର୍ତା ଜଗତରାମ ଭୋଇ, ମାର୍କଣ୍ଡ ଜାଲ, ଲିଙ୍ଗରାଜ କରୁଆ, ଅଜିତ କରୁଆଁ, ଚକ୍ର ଗହିର, ଶିକ୍ଷକ ସଂଘ ଓ ନର୍ଲା, ରାମପୁର,ଭବାନୀପାଟଣା, କେସିଙ୍ଗା, ବ୍ଲକ୍ ର ଅନେକ ଆତ୍ମୀୟ ସ୍ୱଜନ, ଉପସ୍ଥିତି ରହି, ଗଭୀର      ଶୋକବ୍ୟକ୍ତ କରିବା ସହିତ ଅମର ଆତ୍ମା ର ସତଗତି କାମନା କରିଛନ୍ତି,।

ଦୀପକ କୁମାର ଠାକୁର, ନର୍ଲା

Related posts

କେସିଙ୍ଗା ପଞ୍ଚାୟତ ସମିତି ଅଧ୍ୟକ୍ଷ ହେଲେ ଚନ୍ଦନ ସେନାପତି, ୧୫-୧୧ ଭୋଟରେ ଶ୍ରୀମତି ରାଜଲକ୍ଷ୍ମୀ ପଟ୍ଟନାୟକଙ୍କୁ ପରାସ୍ତ କଲେ

Sunil Chandra Nayak

ମିନତି ଦାଶ ଙ୍କ କବିତା ବିଜୟା ଦଶମୀ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା କୁକୁଡା ଫିଷ୍ଟି

Sunil Chandra Nayak

Leave a Comment

error: Content is protected !!