ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତଦନ୍ତକାରୀ ଅଧିକାରୀ ଙ୍କୁ ଅଟକ ରଖିଲେ ଗାଁ ଲୋକେ

 ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ (କେଜିବିଭି) ପ୍ରଧାନ ଶିକ୍ଷୟତ୍ରୀ ଙ୍କ ନା ରେ ଅଭିଯୋଗ

ଧର୍ମଗଡ:୧୯/୧୦/୨୨ କଳାହାଣ୍ଡ ଜିଲ୍ଲା ଧର୍ମଗଡ ବ୍ଲକ ର ବେହେରା ସ୍ଥିତ କସ୍ତୁରବା ଗାନ୍ଧୀ ସରକାରୀ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ନା ରେ ବିଭିନ୍ନ ଅନିୟମିତତା ହେଉଥିବା ଅଭିଯୋଗ ନେଇ ଗତ ୨୭ତାରିଖ ଦିନ ଜିଲ୍ଲା ପାଳ ଙ୍କ ନିକଟରେ ଗ୍ରାମବାସୀ ଅଭିଯୋଗ କରିଥିଲେ। ଜିଲ୍ଲା ପାଳ ଙ୍କ ନିର୍ଦ୍ଦେଶ କ୍ରମେ ଧର୍ମଗଡ ଗୋଷ୍ଠୀ ଶିକ୍ଷା ବିଭାଗ ର ଦୁଇ ଅଧିକାରୀ ଏବିଇଓ ଆରୁପାନନ୍ଦ୍ ଭୋଇ, ସାରଙ୍ଗ ଧର ମୁଣ୍ଡ ଓ ସିଆରସିଶି ମାର୍କଣ୍ଡ ନାଗ ତଦନ୍ତ ପାଇଁ ବେହେରା ସରକାରି ପ୍ରାଥମିକ ବିଦ୍ୟାଳୟ କୁ ଗତ କାଲି ଯାଇ ଥିଲେ । ସେଠାରେ ଗ୍ରାମବାସୀ ଙ୍କ ସହ ଆଲୋଚନା କରାଯାଇଥିଲେ ବି ପ୍ରଧାନ ଶିକ୍ଷୟିତ୍ରୀ ଙ୍କ ସପକ୍ଷରେ ତଦନ୍ତ ଯାଉଥିବା ରୁ ଲୋକେ ଅସନ୍ତୋଷ ପ୍ରକାର କରିବା ସହ ଏହାକୁ ନେଇ ଗ୍ରାମବାସୀ ଙ୍କ ମଧ୍ୟ ରେ ଉତ୍ତେଜନା ପ୍ରକାଶ ପାଇଥିଲା। ଗ୍ରାମ ବାସୀ ତଦନ୍ତ ଅଧିକାରୀ ଙ୍କୁ ସ୍କୁଲ ପରିସର ରେ ଅଟକ ରଖି ସଂପୃକ୍ତ ଶିକ୍ଷୟତ୍ରୀ ଙ୍କୁ ଅନ୍ୟତ୍ର ବଦଳି କରିବା ପାଇଁ ଅଡି ବସିଥିଲେ । ପରେ ସନ୍ଧ୍ୟା ସମୟ ରେ ଲୋକ ଙ୍କୁ ବୁଝା ସୁଝ କରି ଅଧିକାରୀ ମାନେ ସେଠାରୁ ମୁକୁଳି ଫେରି ଥିଲେ । ଏ ସମ୍ପର୍କ ରେ ତଦନ୍ତ କରି ଅଧିକାରୀ ଏବିଇଓ ଆରୁପନନ୍ଦ୍ ଭୋଇ ଙ୍କୁ ଯୋଗା ଯୋଗ କରିବାରୁ ଅଭିଯୋଗ କାରି ଏବଂ ପ୍ରଧାନ ଶିକ୍ଷୟତ୍ରୀ ଙ୍କ ବୟାନ ସଂଗ୍ରହ କରା ଯାଇଛି ଓ ଏହା ଉପରିସ୍ଥ ଅଧିକାରୀ ଙ୍କୁ ଜଣେଇ ଦିିିିଆ ଯିବ ବୋଲି କହି ଥିଲେ । ଦାୟିତ୍ୱ ରେ ଥିବା ପ୍ରଧାନ ଶିକ୍ଷୟତ୍ରୀ ରାଜ କୁମାରୀ ନାଏକ ଙ୍କୁ ଯୋଗା ଯୋଗ କରିବାରୁ ଅଭିଯୋଗ କୁ ଅସ୍ବୀକାର କରିବା ସହ ତାଙ୍କୁ ଅଯଥା ରେ ବଦନାମ କରିବାକୁ ହିନ ଉଦ୍ୟମ କରା ଯାଉଛି ବୋଲି କହି ଥିଲେ । ସେ ତଦନ୍ତ ରେ ସମସ୍ତ ପ୍ରକାର ସହଯୋଗ କରୁଥିବା ବେଳେ ତଦନ୍ତ ପରେ ପ୍ରକୃତ ସତ୍ୟ ସାମ୍ନା କୁ ଆସିବ ବୋଲି କହି ଥିଲେ ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

ବଜ୍ରପାତରେ ଦିଘିଆବେଡା ଗ୍ରାମର ଟ୍ରାନର୍ସଫର୍ମର ପୋଡ଼ି;ବିଜୁଳି ସଂଯୋଗ ପାଇଁ ଗ୍ରାମବାସୀଙ୍କ କୁସୁମି ବିଦ୍ୟୁତ୍ କାର୍ଯ୍ୟାଳୟ ଦ୍ବାରସ୍

Sunil Chandra Nayak

ରାଧାମୋହନ ପୂଜାହାରୀ ଙ୍କ କବିତା – ମୁଁ ଫୁଲଟିଏ….ମୋତେ ଫୁଟିବାକୁ ଦିଅ”

Sunil Chandra Nayak

ଵହଳଦାର ବିଶିଷ୍ଟ ଦୁଇ ଶିକ୍ଷାବିତଙ୍କ ବିଦାୟ କାଳୀନ ଉତ୍ସବ

Leave a Comment

error: Content is protected !!