ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଥୁଆମୂଳ ରାମପୁର ବ୍ଳକର ଶହେରୁ ଉର୍ଦ୍ଧ୍ବ ବିଜେଡି କର୍ମୀ କଂଗ୍ରେସ ଦଳରେ ସାମିଲ

ଥୁଆମୂଳ ରାମପୁର:୧୯/୧୦ / (ମନିସ) :- ରାଜନୈତିକ ମହଲର ବିଭିନ୍ନ ଦଳରେ ଏବେ ଗୋଷ୍ଠୀ କନ୍ଦଳ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସୁଶାସକ ବିଜେଡ଼ି ଦଳ କହୁଥିବା ବେଳେ ଦଳର କିଛି କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଅଛି। ସେନେଇ ବିଜେଡି ଦଳର କିଛି କର୍ମୀ କଂଗ୍ରେସ ମୁହାଁ ହେଉଛନ୍ତି। ଏଭଳି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ କଂଗ୍ରେସ ସଭାପତି ଶ୍ରୀ ଜଳନ୍ଧର ନାଏକଙ୍କ ନେତୃତ୍ୱରେ ଭବାନୀପାଟଣା ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ଯାଳୟରେ ଜିଲ୍ଲା ପୂର୍ବତନ ବିଧାୟକ ଶ୍ରୀ ଭାରତ ଭୂଷଣ ବେମାଲଙ୍କ ତତ୍ତ୍ୱାବଧାନରେ ବାଗଡିଆଣି ଗ୍ରାମପଞ୍ଚାୟତ ର ଶହେରୁ ଉର୍ଦ୍ଧ୍ବ ବିଜେଡି କର୍ମୀ ତାଙ୍କ ଦଳର କାର୍ଯ୍ଯକଳାପରେ ଅସନ୍ତୋଷ ହୋଇ ବିମୁଖର ସହିତ କଂଗ୍ରେସ ଦଳର ନୀତି ଓ ଆଦର୍ଶ ରେ  ଅନୁପ୍ରାଣିତ ହୋଇ ବିଜେଡ଼ି କର୍ମୀ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଭକ୍ତ ଚରଣ ଦାସଙ୍କ ନେତୃତ୍ୱକୁ ସମ୍ମାନ ଜଣାଇ କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି। ଆଗାମୀ ଭବିଷ୍ୟତରେ ଅଞ୍ଚଳର ବିକାଶ ପାଇଁ ଦଳର ସଂଘଠନକୁ ଆହୁରି ମଜଭୁତ କରି କଂଗ୍ରେସ ଦଳକୁ ଶକ୍ତିଶାଳୀ କରିବା ପାଇଁ ସେମାନେ ଶପଥ ନେଇଛନ୍ତି। ଉକ୍ତ କାର୍ଯ୍ଯକ୍ରମରେ ଜିଲ୍ଲା କଂଗ୍ରେସ କମିଟି ଉପସଭାପତି ପରମାନନ୍ଦ ମାଝୀ, ସାଧାରଣ ସମ୍ପାଦକ ବ୍ରଜ ମୋହନ ସାହୁ, ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ଶ୍ରୀ ତ୍ରିଲୋଚନ ପାଣିଗ୍ରାହୀ, ରାଜୀବଗାନ୍ଧୀ ପଞ୍ଚାୟତ୍ତିରାଜ ସଂଗଠନ ଜିଲ୍ଲା ସଂଯୋଜକ ଶ୍ରୀ ସରୋଜ ବାଗ, ରାଜ୍ଯ ମେଡିଆସେଲ ସମ୍ପାଦକ ଶ୍ରୀ ମୂରଳୀ ନାଏକ, ପୂର୍ବତନ ବ୍ଳକ କଂଗ୍ରେସ ସଭାପତି ଶ୍ରୀ ଦେବେନ୍ଦ୍ର ନାୟକ, ପଞ୍ଚାୟତ୍ତିରାଜ ସଂଗଠନ ବ୍ଳକ ସଂଯୋଜକ ଶ୍ରୀ ପରମେଶ୍ବର ନାଏକ, ପୂର୍ବତନ ସରପଞ୍ଚ ଶ୍ରୀ କ୍ରିଷ୍ଣା ମାଝୀ ଙ୍କ ସମେତ୍ ଥୁଆମୂଳ ରାମପୁର ବ୍ଳକ କଂଗ୍ରେସ ର ବରିଷ୍ଠ କଂଗ୍ରେସ କର୍ମୀ ମାନେ ଉପସ୍ଥିତ ରହିଥିଲେ।

କିଶନ ଶର୍ମା ଙ୍କ ସହ ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ରେଣୁ ମାଝୀଙ୍କୁ ନ୍ଯାର୍ଯ୍ଯ ଦାବି ପାଇଁ ଆମ ଆଦମୀ ପାର୍ଟିର ଗଣଧାରଣା ୧୮ ଦିନ ରେ ପହଞ୍ଚିଲା

Sunil Chandra Nayak

ଘଟଗାଁ ମା ତାରିଣୀ ଶକ୍ତି ପୀଠ କୁ ୪୦ କୋଟି ଟଙ୍କା ର ଅଟକଳ ଘୋଷଣା କଲେ ରାଜ୍ୟ ସରକାର

କଳାହାଣ୍ଡି ସାଂସଦଙ୍କର ଥୁଆମୂଳ ରାମପୁର ବ୍ଳକର ଗମନାଗମନ ସୁବିଧା କ୍ଷେତ୍ରରେ ଗୁରୁତ୍ୱ

Sunil Chandra Nayak

Leave a Comment

error: Content is protected !!