ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ଆଶାରେ ବଞ୍ଚିଛି ଭରସା କରିଛି
     ପ୍ରଭୁ ମୋ ସର୍ବ ସମ୍ବଳ
ତାଙ୍କରି ଆଦେଶ ପାଉଛି ସନ୍ଦେସ
    ପ୍ରଭୁ ଭକ୍ତି ଶକ୍ତି ବଳ।
ତାଙ୍କୁ ଛାଡି ଦେଲେ କିଛି ମିଳେ ନାହିଁ
       ସକଳ ଶକ୍ତି ଈଶ୍ୱର
ଦର୍ଶନ ତାଙ୍କରି ମୁକ୍ତି ବି ତାଙ୍କରି
   ସେ ଯେ ପ୍ରକୃତ ଭକ୍ତର।
ଯେତେ ଦେଉଥିଲେ ସରିଯିବ ନାହିଁ
      କରୁଣା ମାପ ଅନନ୍ତ
ଆଶିର୍ବାଦ ଭିକ୍ଷା ବିଶ୍ବ ପାଇଁ ରହୁ
    ଭକ୍ତି ହେଉ ମୋ ସଂପଦ।
ତୋ ଧଣ୍ଡା ତୂଳସୀ ମୋ ପାଇଁ ପବିତ୍ର
    ଚନ୍ଦନ ତୀଳକ ଟୋପା
ଲଗାଇ ମଥାରେ ତୋ ନାମ ତୁଣ୍ଡରେ
     ପାପ ଛାଡ଼ି ହୁଏ ଚୋପା।
ମନ୍ତ୍ର ଉଚ୍ଚାରଣ ଶୁଦ୍ଧ ହୁଏ ମନ
     ଭକ୍ତିରେ ଗାଉଛି ଗୀତ
ଭଜନ କୀର୍ତ୍ତନ ଶ୍ରବଣ କରିଲେ
     ଦେହ ପାଇଁ ବଡ଼ ହିତ।
ରାଗ ହିଂସା ଠାରୁ ଦୂରେଇ ରହିବା
    ଲୋଭ ଭାବ ଦିଅ ଛାଡ଼ି
ହୃଦୟ ନିର୍ମଳ ପ୍ରକାଶ ପାଇବ
   ପ୍ରଭୁ ପାଦେ ହାତ ଯୋଡ଼ି।  
ହରିଙ୍କ ସେବାରେ ମନ ପ୍ରାଣ ଦେଲେ
     ଈଶ୍ୱର ଭକ୍ତି ବିଶ୍ବାସ
ପଥକୁ ଦେଖାଇ ଆଗକୁ କଢାଇ
    ଦେବେ ସରବ ସାହସ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ଭାଇଚାରାର ନିଦର୍ଶନ ,୨୨୭ ଜଣ ନାଏକ ପରିବାରର ଏକାଠି ନୂଆଁଖାଇ

Sunil Chandra Nayak

ଡାବୁଗାଁ ରେ ମା ଦୂର୍ଗା ପୂଜା ଆରମ୍ଭ

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ହେ ଇଶ୍ଵର

Sunil Chandra Nayak

Leave a Comment

error: Content is protected !!