ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଏଣିକି ସବୁ ଆମ୍ବୁଲାନ୍ସ ପାଇଁ ଗୋଟିଏ ନମ୍ବର, ୧୦୮ରେ କଲ କଲେ ମିଳିପାରିବ ଘରୋଇ ଆମ୍ବୁଲାନ୍ସ ସେବା

ଏଣିକି ସବୁ ଆମ୍ବୁଲାନ୍ସ ପାଇଁ ଗୋଟିଏ ନମ୍ବରରେ କଲ କରିବାକୁ ପଡିବ । ଆଉ ଘରୋଇ ଆମ୍ବୁଲାନ୍ସ ପାଇଁ ଲୋକଙ୍କୁ ହଇରାଣ ହେବାକୁ ପଡିବ ନାହିଁ । ସରକାରୀ ଆମ୍ବୁଲାନ୍ସ ନ ମଳିଲେ ଘରୋଇ ଆମ୍ବୁଲାନ୍ସର ବ୍ୟବସ୍ଥା କରାଯିବ ତାହା ପୁଣି କମ୍ ମୂଲ୍ୟରେ । ଘରୋଇ ଆମ୍ବୁଲାନ୍ସ ସଂସ୍ଥାଗୁଡିକ ଯେପରି ଶୋଷଣ କରୁଥିଲେ ତାହା ଆଉ ଦେଖିବାକୁ ମିଳିବ ନାହିଁ । ଏଥିପାଇଁ ରାଜ୍ୟ ସରକାର ଆମ୍ବୁଲାନ୍ସ ମ୍ୟାପିଂ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏଥିରେ ରାଜ୍ୟର ପାୟ ୫ ହଜାର ଆମ୍ବୁଲାନ୍ସ ରହିଛି ।

ଆଉ ଲୋକେ ସରକାରୀ ତଥା ୧୦୮ ଆମ୍ବୁଲାନ୍ସ ପାଇଁ ଦିଆଯାଇଥିବା ନମ୍ବର ୧୦୮କୁ କଲ କରି ଉଭୟ ସରକାରୀ ଏବଂ ଘରୋଇ ଆମ୍ବୁଲାନ୍ସର ସୁବିଧା ପାଇପାରିବେ । ମିଳିଥିବା ସୂଚନା ମୁତାବକ ଉଭୟ ସରକାରୀ ଏବଂ ଘରୋଇ ଆମ୍ବୁଲାନ୍ସଗୁଡିକୁ ଗୋଟିଏ ସ୍ଥାନରୁ ନିୟନ୍ତ୍ରଣ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁଏକ ଯୋଜନା ପ୍ରସ୍ତୁତ କରାଯାଇଛି । ହେଲେ ସରକାରଙ୍କ ଦ୍ୱାରର ଧାର୍ଯ୍ୟ ମୂଲ୍ୟ ଅନୁଯାୟୀ ଲୋକେ ଘରୋଇ ଆମ୍ବୁଲାନ୍ସ ଫିସ୍ ଦେବେ ନା ତାହା ସରକାର ଭରଣ କରିବେ ସେନେଇ କୌଣସି ନିଷ୍ପତ୍ତି ହୋଇପାରିନାହିଁ । କିନ୍ତୁ ଖୁବଶୀଘ୍ର ରାଜ୍ୟ ସରକାର ଏନେଇ ଘୋଷଣା କରିବେ ବୋଲି ସୂଚନା ମିଳିଛି ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଯୁବ ହଷ୍ଟେଲସ ପକ୍ଷରୁ ବିଶ୍ବ ବ୍ୟାଘ୍ର ଦିବସ ପାଳିତ

Sunil Chandra Nayak

ପ୍ରେମଲତା ଙ୍କ କବିତା ପ୍ରତୀକ୍ଷା

Sunil Chandra Nayak

ଡୁଇଟ୍ ଡେଭିଡ ଫିଲିପ ଙ୍କ କବିତା ଦ୍ଵିତୀୟ ଦେଖା ଏକ ଗୁପ୍ତ କବିତା

Sunil Chandra Nayak

Leave a Comment

error: Content is protected !!