ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଏଣିକି ସବୁ ଆମ୍ବୁଲାନ୍ସ ପାଇଁ ଗୋଟିଏ ନମ୍ବର, ୧୦୮ରେ କଲ କଲେ ମିଳିପାରିବ ଘରୋଇ ଆମ୍ବୁଲାନ୍ସ ସେବା

ଏଣିକି ସବୁ ଆମ୍ବୁଲାନ୍ସ ପାଇଁ ଗୋଟିଏ ନମ୍ବରରେ କଲ କରିବାକୁ ପଡିବ । ଆଉ ଘରୋଇ ଆମ୍ବୁଲାନ୍ସ ପାଇଁ ଲୋକଙ୍କୁ ହଇରାଣ ହେବାକୁ ପଡିବ ନାହିଁ । ସରକାରୀ ଆମ୍ବୁଲାନ୍ସ ନ ମଳିଲେ ଘରୋଇ ଆମ୍ବୁଲାନ୍ସର ବ୍ୟବସ୍ଥା କରାଯିବ ତାହା ପୁଣି କମ୍ ମୂଲ୍ୟରେ । ଘରୋଇ ଆମ୍ବୁଲାନ୍ସ ସଂସ୍ଥାଗୁଡିକ ଯେପରି ଶୋଷଣ କରୁଥିଲେ ତାହା ଆଉ ଦେଖିବାକୁ ମିଳିବ ନାହିଁ । ଏଥିପାଇଁ ରାଜ୍ୟ ସରକାର ଆମ୍ବୁଲାନ୍ସ ମ୍ୟାପିଂ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏଥିରେ ରାଜ୍ୟର ପାୟ ୫ ହଜାର ଆମ୍ବୁଲାନ୍ସ ରହିଛି ।

ଆଉ ଲୋକେ ସରକାରୀ ତଥା ୧୦୮ ଆମ୍ବୁଲାନ୍ସ ପାଇଁ ଦିଆଯାଇଥିବା ନମ୍ବର ୧୦୮କୁ କଲ କରି ଉଭୟ ସରକାରୀ ଏବଂ ଘରୋଇ ଆମ୍ବୁଲାନ୍ସର ସୁବିଧା ପାଇପାରିବେ । ମିଳିଥିବା ସୂଚନା ମୁତାବକ ଉଭୟ ସରକାରୀ ଏବଂ ଘରୋଇ ଆମ୍ବୁଲାନ୍ସଗୁଡିକୁ ଗୋଟିଏ ସ୍ଥାନରୁ ନିୟନ୍ତ୍ରଣ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁଏକ ଯୋଜନା ପ୍ରସ୍ତୁତ କରାଯାଇଛି । ହେଲେ ସରକାରଙ୍କ ଦ୍ୱାରର ଧାର୍ଯ୍ୟ ମୂଲ୍ୟ ଅନୁଯାୟୀ ଲୋକେ ଘରୋଇ ଆମ୍ବୁଲାନ୍ସ ଫିସ୍ ଦେବେ ନା ତାହା ସରକାର ଭରଣ କରିବେ ସେନେଇ କୌଣସି ନିଷ୍ପତ୍ତି ହୋଇପାରିନାହିଁ । କିନ୍ତୁ ଖୁବଶୀଘ୍ର ରାଜ୍ୟ ସରକାର ଏନେଇ ଘୋଷଣା କରିବେ ବୋଲି ସୂଚନା ମିଳିଛି ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ବାସନ୍ତୀ ପାଠାଗାର ଆନୁକୂଲ୍ୟରେ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଓ ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ଜୟନ୍ତୀ ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ

ରାଇରଙ୍ଗପୁରର ସରକାରୀ ମତ୍ସ୍ୟ କାର୍ଯ୍ୟାଳୟ ନିକଟରେ ଡକାୟତି,୪୦,୦୦୦ଟଙ୍କା ସମେତ ୫ ଲକ୍ଷ ଟଙ୍କାର ଉର୍ଦ୍ଧ୍ବ ଗହଣା ଲୁଟ

Sunil Chandra Nayak

ଦକ୍ଷିଣ ଷୋୖଣ୍ଢିକ ସମାଜର ଠାକୁରାଣୀ ଘଟଯାତ୍ରା ଉଦଯାପିତ

Leave a Comment

error: Content is protected !!