ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନବରଙ୍ଗପୁର ଜିଲ୍ଲାରେ ଦୁର୍ନୀତି ନିବାରଣ ଅଦାଲତର ସ୍ଥାୟୀ ବେଞ୍ଚ ସ୍ଥାପନ ପାଇଁ ଦାବି ପତ୍ର ପ୍ରଦାନ କଲେ ଜିଲ୍ଲା ଓକିଲ ସଙ୍ଘ 

 ନବରଙ୍ଗପୁର– ନବରଙ୍ଗପୁର ଜିଲ୍ଲାବାସୀଙ୍କ ସମୂହ ସ୍ୱାର୍ଥ ପାଇଁ ଆଦିବାସୀ/ହରିଜନ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାରେ ଦୁର୍ନୀତି ନିବାରଣ ଅଦାଲତର ସ୍ଥାୟୀ ବେଞ୍ଚ ସ୍ଥାପନ ପାଇଁ ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ଓକିଲ ସଂଘ ସଭାପତି ଶ୍ରୀ ନରସିଂହ ତ୍ରିପାଠୀଙ୍କ ଦ୍ଵାରା ଦାବିପତ୍ର ପ୍ରଦାନ କରାଯାଇଛି। ବିଗତ ଦିନରେ ସଭାପତି ଥିବା ବେଳେ ଶ୍ରୀ ନରସିଂହ ତ୍ରିପାଠୀ ଙ୍କ ଦ୍ବାରା ସର୍କିଟ କୋର୍ଟ ଦାବି କରାଯାଇଥିଲା ଓ ଏଥିଯୋଗୁଁ ମାସକୁ ତିନିଦିନ ଭିଜିଲାନ୍ସ କୋର୍ଟ ଚାଲୁଛି ଆଉ ଏହାକୁ ସ୍ଥାୟୀ କରିବା ପାଇଁ ଆଜି ଦାବିପତ୍ର ପ୍ରଦାନ କରାଯାଇଛି । ନବରଙ୍ଗପୁର ଜିଲ୍ଲା ରେ ଏହି କୋର୍ଟ ପ୍ରତିଷ୍ଠା ହେଲେ ବହୁତ କେସ ଗୁଡିକର ଶୀଘ୍ର ସମାଧାନ ହୋଇପାରିବ ବୋଲି ସଭାପତି ଶ୍ରୀ ନରସିଂହ ତ୍ରିପାଠୀ କହିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ଓକିଲ ସଂଘ ସମ୍ପାଦକ ଶ୍ରୀ ରାମ ପ୍ରସାଦ ପାତ୍ର, ଶ୍ରୀକାନ୍ତ କୁମାର ପଣ୍ଡା, ସୁବୋଧ ଚନ୍ଦ୍ର ବେନିଆ,ତାଜ ଇମ୍ରାନ ଶରିଫ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର,ସମରେଶ ଗନ୍ତାୟତ, ପ୍ରଫୁଲ୍ଲ ଦେବ ସିଂ,ପ୍ରଶାନ୍ତ ପଟ୍ଟନାୟକ,ସଞ୍ଜୀବ ଭକ୍ତ, ଗୋପାଳ କୃଷ୍ଣ ପାଣିଗ୍ରାହୀ, ମିନାଖୀ ପାଢ଼ୀ, ଶର୍ମିଷ୍ଠା ରଥ, ପଙ୍କଜିନି ତ୍ରିପାଠୀ,ପ୍ରଦୀପ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ୍ ମସିହା ନିୟୁଜ୍।

Related posts

ପ୍ରଶାନ୍ତ କୁମାର ନାଥ ଙ୍କ କବିତା ତୁମେ ହିଁ ତ ଗୁରୁ

Sunil Chandra Nayak

ବରିଷ୍ଠ କଳାକାର ମହାସଂଘର ଶୋକସଭା

Sunil Chandra Nayak

ଗଞ୍ଜାମର ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣାଙ୍କ ନୂଆ ରେକର୍ଡ଼

Sunil Chandra Nayak

Leave a Comment

error: Content is protected !!