ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜଙ୍ଗଲ ଜମି ବିବାଦ ର ଗ୍ରାମସଭା ହୋଇପାରିଲା ନାହିଁ

ଡାବୁଗାଁ, ୨୦/୧୦ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଉମୁରାହାଣ୍ଡି ଗ୍ରାମରେ ଗ୍ରାମସଭା ହୋଇପାରିଲା ନାହିଁ | ସୂଚନାଯୋଗ୍ୟ:- ଦୀର୍ଘ ୮ ବର୍ଷ ହେଲା ଉମୁରହାଣ୍ଡି ଗ୍ରାମରେ ୨ ଗୋଷ୍ଠୀ ମଧ୍ୟରେ ଜଙ୍ଗଲ ଜମି ବିବାଦ ଲାଗି ରହିଛି | ପୂର୍ବରୁ ମଧ୍ୟ ପ୍ରତି ବର୍ଷ ଗ୍ରାମସଭା ହେଉଛି କିନ୍ତୁ ସମାଧାନ ହୋଇପାରୁ ନାହିଁ | ନବରଙ୍ଗପୁର ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଗୁରୁବାର ବ୍ଲକ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରଶାସନିକ ଅଧିକାରୀ ମାନେ ଗ୍ରାମକୁ ଯାଇଥିଲେ କିନ୍ତୁ ପୂର୍ବ ଭଳି ଆଜି ମଧ୍ୟ ଗ୍ରାମସଭା ହୋଇପାରିଲା ନାହିଁ | ଏହି ଗ୍ରାମ ସଭାରେ ଡାବୁଗାଁ ହସିଲଦାର କୃଷ୍ଣ ଚନ୍ଦ୍ର ଦାସ, ବିଡିଓ ଶରତ ମାଝି, ବନାଞ୍ଚଳ ଅଧିକାରୀ ସେତୁରଞ୍ଜନୀ ଗମାଙ୍ଗୋ, ଆଇଆଇସି ପ୍ରମୋଦ କୁମାର ନାୟକ, ମଙ୍ଗଳ ସଂମ୍ପ୍ରସାରଣ ଅଧିକାରୀ ପ୍ରିୟଚାନ୍ଦ ମଲ୍ଲିକ, ଡାବୁଗାଁ ବନପାଳ ମଧୁସୂଦନ ପାତ୍ର, ଜଟାବାଲ ବନପାଳ ଧନୁର୍ଜୟ ନାୟକ, ମଇଦଳପୁର ବନପାଳ ଉମାକାନ୍ତ ପଟ୍ଟନାୟକ, ରାଜସ୍ୱ ନିରିକ୍ଷକ ଚିନ୍ମୟ ବେହେରା ଓ ଅନ୍ୟମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଟେମରି ଗ୍ରାମ ପଞ୍ଚାୟତ ପ୍ରାଙ୍ଗଣରେ ସମ୍ବର୍ଦ୍ଧନା ଉତ୍ସବ

Sunil Chandra Nayak

ସାହାଜଖୋଲ ଜଙ୍ଗଲ ମଧ୍ୟସ୍ଥ ଟିର୍ଲିଆମ ଗାଁ ରେ ଝାଡା ବାନ୍ତି, ଆଣ୍ଠୁଏ ପାଣିରେ ନାଲ ପାର ହୋଇ ୩ କିଲୋମିଟର ଚାଲି ପହଞ୍ଚିଲେ ଉପ ଜିଲ୍ଲାପାଳ 

Sunil Chandra Nayak

ଧର୍ମଗଡ ଅଞ୍ଚଳର ବିଶିଷ୍ଟ ଶିକ୍ଷାବିତ୍ ହରିହର ମିଶ୍ର ଙ୍କ ପରଲୋକ

Sunil Chandra Nayak

Leave a Comment

error: Content is protected !!