ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଇ ଆର ବି ନବମ ବାଟାଳୀଆନ ଦ୍ବାରା ୬୩ ତମ ଶହୀଦ ଦିବସ ପାଳିତ 

କଳାହାଣ୍ଡି -: ତା ୨୧.୧୦.୨୦୨୨ କଳାହାଣ୍ଡି ଜିଲ୍ଲା ଜାରିଙ୍ଗସ୍ଥିତ ନବମ ଆଇ ଆର ବି ବାଟାଲିଆନ ଦ୍ବାରା ୬୩ ତମ ପୋଲିସ ଶହୀଦ ଦିବସ ପାଳିତ ହୋଇଯାଇଛି । ଓଡ଼ିଶାର ୩ ଜଣ ଶହୀଦ ସମେତ ସାରା ଦେଶରେ ଶହୀଦ ହୋଇଥିବା ମୋଟ ୨୬୫ ଜଣ ଙ୍କୁ ଶହୀଦ ସ୍ତମ୍ଭ ନିକଟରେ ଗଭୀର ଶ୍ରଦ୍ଧାଞ୍ଜଳୀ ଦିଆଯାଇଥିଲା । ଏହି ଅବସରରେ ନବମ ବାଟାଳିଆନ ର କମାଣ୍ଡାଣ୍ଟ ଅକ୍ଷୟ କୁମାର ନାୟକ OAPS ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଇନ୍ସପେକ୍ଟର ବିଜଯ କୁମାର ନନ୍ଦ ଙ୍କ ନେତୃତ୍ବ ରେ ଅନୁଷ୍ଠିତ ପେରେଡ ରେ ଅଭିବାଦନ ଗ୍ରହଣ କରି ନବମ ବାଟାଳୀଆନ ସର୍ବଦା ଦେଶ ମାତୃକା ର ସେବା କରିବା ପାଇଁ ତତ୍ପର ଏବଂ ଉତ୍ସର୍ଗୀକୃତ ବୋଲି ପ୍ରକାଶ କରିଥିଲେ । ଏହି ଅବସରରେ ଓଡ଼ିଶାର କନ୍ଧମାଳ ଜିଲ୍ଲା ଜି ଉଦୟଗିରି ୨୦୦୬ ନକ୍ସଲ ଆକ୍ରମଣରେ ଶହୀଦ ହୋଇଥିବା ଆଇ ଆର ବି ତୃତୀୟ ବାଟାଳୀଆନ ସିପାହୀ ତନୁର୍ଜୟ ଦୁରିଆ ଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ସହିତ ଶହିଦ ଙ୍କ ଧର୍ମପତ୍ନୀ ଙ୍କୁ ଉପଢୌକନ ଇତ୍ୟାଦି ଦେଇ ସମ୍ମାନିତ କରିଥିଲେ । ଏହି ଅବସରରେ ଡେପୁଟି କମାଣ୍ଡାଣ୍ଟ ପାତାର ସୋରେଙ୍ଗ OAPS ଓ ସନ୍ତୋଷ ବିଶ୍ବାଳ OAPS ତଥା ଅଶିଷ୍ଟାଣ୍ଟ କମାଣ୍ଡାଣ୍ଟ କଲି ଚରଣ ମାଝି OAPS, ଶରତ କୁମାର ସୁନା OAPS ଓ ମହେନ୍ଦ୍ର ଭୋଇ OAPS ଙ୍କ ସମେତ ସମସ୍ତ ସୁବେଦାର, ସହକାରୀ ସୁବେଦାର ତଥା ସିପାହୀ ଙ୍କ ସମେତ ସ୍ଥାନୀୟ ଜଣା ପ୍ରତିନିଧି ତଥା ବୁଦ୍ଧିଜୀବି ଉପସ୍ଥିତ ଥିଲେ ।

ବରିଷ୍ଟ ସାମ୍ବାଦିକ ଦୁଷ୍ମନ୍ତ କୁମାର ପଣ୍ଡା ଙ୍କ ରିପୋର୍ଟ 

Related posts

ନୂଆପଡା ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲା ସାମ୍ବାଦିକ ସମନ୍ୱୟ ସମିତି ଦ୍ୱାରା ବରିଷ୍ଠ ସାମ୍ବାଦିକ ଅର୍ଧେନ୍ଦୁ ଦାସ ଙ୍କ ପ୍ରତି ହୋଇଥିବା ବେଆଇନ ଗିରଫ ଓ ଅମାନବୀୟ ଆଚରଣ ବିରୋଧରେ ପ୍ରତିବାଦ ସଭା

ଜିପିଏଲ୍‌ଏଫ୍ ମିଶନଶକ୍ତି କର୍ମୀ ସଂଘର ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ 

Sunil Chandra Nayak

ନାୟକ ଅକ୍ଷୟ ରାଜହସ୍ତୀ ଙ୍କ କବିତା କେନ୍ଦେରା

Sunil Chandra Nayak

Leave a Comment

error: Content is protected !!