ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଇରା କ୍ଲଷ୍ଟରରେ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ 

ବାଲେଶ୍ଵର,୨୧/୧୦/୨୨- ବାଲେଶ୍ଵର ଜିଲ୍ଲା ଖଇରା ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉଦଘାଟକ ଭାବେ ଯୋଗଦେଇ ଅତିରିକ୍ତ ଶିକ୍ଷାଧିକାରୀ ଶ୍ରୀଧର ପ୍ରସାଦ ବେହେରା ଓ ଗୌରାଙ୍ଗ ମହାପାତ୍ର ଯୋଗଦେଇ ଶୁଭାରମ୍ଭ କରିଥିଲେ । ଉକ୍ତ ଉଦଘାଟନୀ ଉତ୍ସବରେ ଅତିଥି ଭାବେ ଖଇରା ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ସାହୁ ଏବଂ ଅନ୍ୟ ମାନଙ୍କ ମଧ୍ୟରେ ନିତ୍ଯାନନ୍ଦ ସାହୁ, ବସନ୍ତ କୁମାର ଦାସ, କୈଳାସ ଚନ୍ଦ୍ର ବେହେରା ଯୋଗ ଦେଇଥିଲେ । ଏଥିରେ ପିଲାମାନଙ୍କ ମଧ୍ୟରେ ବିଭିନ୍ନ ବିଭାଗର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବରିଷ୍ଠ ଓ କନିଷ୍ଠ ବର୍ଗରୁ କୃତି ଛାତ୍ରଛାତ୍ରୀ ମାନଙ୍କୁ ମଞ୍ଚାସୀନ ଅତିଥିମାନେ ପୁରସ୍କୃତ କରିଥିଲେ । ଉକ୍ତ ପୁରସ୍କାର ବିତରଣ ସଭାରେ ସି ଆର ସି ସି ଲକ୍ଷ୍ମଣ କୁମାର ସେଣ ସଭାପତିତ୍ବ କରିଥିବା ବେଳେ ଗୋଷ୍ଠୀ ଶିକ୍ଷାଧିକାରୀ ଗୋଲକ ବିହାରୀ ପାଢୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ବିତରଣ କରି ସୁରଭି କାର୍ଯ୍ୟକ୍ରମର ବଳିଷ୍ଠତା ସମ୍ପର୍କରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ଜନାର୍ଦ୍ଦନ ସାମଲ, ସୁରେନ୍ଦ୍ର ବେଶ୍ରା, ଅଞ୍ଜନ କୁମାର ମହାପାତ୍ର, ପ୍ରଶାନ୍ତ କୁମାର ହୋତା, ସୁଭ୍ରା ସୁଭ୍ରାଂଶୁ ଶେଖର ପଣ୍ଡାଙ୍କ ସମେତ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ପୂର୍ଣ୍ଣ ସହଯୋଗ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ତୁଳାପଡା ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ 

ତନ୍ମୟ କିଶୋର ଦାସ ଙ୍କ କବିତା ତୋ ଦର୍ଶନ ସାତ ସ୍ବପ୍ନ

ମାଧ୍ୟମିକ ଗଣିତ ସମୀକ୍ଷା ଓ ମାଧ୍ୟମିକ ବିଜ୍ଞାନ ଦର୍ପଣ ପୁସ୍ତକ ଉନ୍ମୋଚିତ

Sunil Chandra Nayak

Leave a Comment

error: Content is protected !!