ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ଜୟପାଟଣା:୨୧/୧୦ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ଶସକ୍ତିକରଣ ବିଭାଗ,ଓଡ଼ିଶା ଆନୁକୂଲ୍ୟରେ ଆଜି ଜୟପାଟଣା ବ୍ଲକ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବ୍ଲକ ଅଧ୍ୟକ୍ଷ ଥବିର ବାଗଙ୍କ ସଭାପତିତ୍ୱ ତଥା ପରିଚାଳନାରେ ଉକ୍ତ ଶିବିରରେ ଶତାଧିକ ଭିନ୍ନକ୍ଷମ ଯୋଗ ଦେଇଥିଲେ । ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଞ୍ଚଳର ଭିନ୍ନକ୍ଷମ ମାନଙ୍କର ପରିସ୍ଥିତି ପଚାରି ବୁଝିଥିଲେ । ଏହି ଶିବିରରେ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ସୁନୀଲ ପାଢ଼ୀ,ମାନସିକ ବିକାର ବିଶେଷଜ୍ଞ ପୁଷ୍ପାରାଣି ହେମ୍ବ୍ରମ, କର୍ଣ୍ଣ ଗଳା ନାଶା ବିଶେଷଜ୍ଞ ଡାକ୍ତର ପ୍ରଦ୍ୟୁମ୍ନ କିଶୋର ପଣ୍ଡା,ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର କାଳାହାଣ୍ଡିରୁ ଶୁବାସିସ ମହାନ୍ତି, ବାଦଲ କୁମାର ପଟ୍ଟନାୟକ ବରିଷ୍ଠ ଶ୍ରବଣବିତ ନିବାସ ଚନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ଶିବିରରେ ଭିନ୍ନକ୍ଷମ ମାନଙ୍କର ପରୀକ୍ଷା ନିରୀକ୍ଷା କରିଥିଲେ । ଏହି କାର୍ଯ୍ୟକ୍ରମର ସଫଳ ରୂପାୟନରେ ଜୟପାଟଣା ବ୍ଳକର ବିଭାଗୀୟ ଅଧିକାରୀମାନେ ସାମିଲ ହୋଇଥିଲେ ।

ଜଗମୋହନ ପଟ୍ଟନାୟକ (ବରିଷ୍ଠ ସାମ୍ବାଦିକ)

Related posts

ଦ୍ଵିତୀୟ ଦିନରେ ଆଡ଼ପ ମଣ୍ଡପରେ ଜଗନ୍ନାଥଙ୍କ କଚ୍ଛପ ଅବତାର ବେଶ

କବିତା – ଉତ୍କଳ ଦିବସ

Sunil Chandra Nayak

ମନମୁଣ୍ଡା ପୋଲିସ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!