ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାବା ବଳିଆ ଯୁବ ଅନୁଷ୍ଠାନ ଦ୍ୱାରା ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

ଜୟପାଟଣା:୨୧/୧୦/୨୨  ସ୍ୱଚ୍ଛ ଭାରତ ଅଭିଯାନ ଏକ ଜାତୀୟ ଆନ୍ଦୋଳନର ରୂପ ନେଇଛି । ନିର୍ମଳ ଭାରତ ଆନ୍ଦୋଳନ ମାଧ୍ୟମରେ ଲୋକଙ୍କ ମଧ୍ୟରେ ଦାୟିତ୍ୱବୋଧ ସୃଷ୍ଟି ହୋଇଛି । ଦେଶବ୍ୟାପୀ ଏବେ ନାଗରିକମାନେ ସ୍ୱଚ୍ଛତା ଗତିବିଧିରେ ସକ୍ରିୟ ଭାଗିଦାରିତାରେ ମହାତ୍ମା ଗାନ୍ଧୀ ଦିନେ ଦେଖିଥିବା ‘ନିର୍ମଳ ଭାରତ’ର ସ୍ୱପ୍ନ ଏବେ ବାସ୍ତବ ରୂପ ନେବା ଆରମ୍ଭ କରିଛି । ସ୍ୱଚ୍ଛ ଭାରତର ସନ୍ଦେଶର ପ୍ରସାର କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ସହାୟତା କରିଛନ୍ତି । ପ୍ରଧାନମନ୍ତ୍ରୀ ନିଜର କଥା ଓ କାର୍ଯ୍ୟରେ ଲୋକଙ୍କୁ ଆହ୍ୱାନ କରିଛନ୍ତି । ଏଥିରେ ଅନୁପ୍ରାଣିତ ହୋଇ ଦେଶବ୍ୟାପୀ ସ୍ୱଚ୍ଛତା ପ୍ରତି ବିଭିନ୍ନ ବର୍ଗରେ ଆଗ୍ରହ ଦେଖିବାକୁ ମିଳୁଛି । ଏପରି ଏକ କାର୍ଯ୍ୟକ୍ରମ ଜୟପାଟଣା ବ୍ଲକ ଅଧିନସ୍ଥ ମଙ୍ଗଳପୁରର ବାବା ବଳିଆ ଯୁବ ଅନୁଷ୍ଠାନ ଦ୍ୱାରା ସ୍ୱଚ୍ଛତା କାର୍ଯ୍ୟକ୍ରମ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅନୁଷ୍ଠିତ ହୋଇ ଯାଇଛି । ସ୍ଥାନୀୟ ମଙ୍ଗଳପୁର ଗ୍ରାମ ପଞ୍ଚାୟତ ପରିସରକୁ ସଫାସୁତୁରା କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ ତଥା ବାବା ବଳିଆ ଯୁବ ଅନୁଷ୍ଠାନର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

ଜଗମୋହନ ପଟ୍ଟନାୟକ (ବରିଷ୍ଠ ସାମ୍ବାଦିକ)

Related posts

କବିତା – ମୁଁ କଣ ଏତେ ଖରାପ

Sunil Chandra Nayak

ରାଜସ୍ବ ସ୍କ୍ୱାର୍ଡ ପାର୍ଟି ଦ୍ବାରା ଦୁଇ ବେଆଇନ ବାଲି ବୋଝେଇ ଟ୍ରାକ୍ଟର ଜବତ;୪୦,୪୦୦ ଟଙ୍କା ଜୋରିମାନା ଆଦାୟ

Sunil Chandra Nayak

କାଙ୍ଗାଳି ଚରଣ ସେଠୀ ଙ୍କ କବିତା ଯନ୍ତ୍ରଣା ନଈ ର ଢେଉ

Sunil Chandra Nayak

Leave a Comment

error: Content is protected !!