ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପି. ଇ. ଓ ଏବଂ ସରପଞ୍ଚ ଙ୍କ ମନମୁଖୀ ଶାସନ ଅଭିଯୋଗ

 ଭବାନୀ ପାଟଣା -:  କଳାହାଣ୍ଡି ଜିଲ୍ଲା ଜୟାଟଣା ବ୍ଲକ୍ ଅନ୍ତର୍ଗତ ହୀରାପୁର ଗ୍ରାମପଞ୍ଚାୟତ ରେ ପିଇଓ ପ୍ରଶାନ୍ତ ଠାକୁର ଏବଂ ସରପଞ୍ଚ ବନିତା ନାଏକ ମନମୁଖୀ ଶାସନ କରୁଥିବା ସଂପୃକ୍ତ ଗ୍ରାମପଞ୍ଚୟତର ଗ୍ରାମସାଥି (village mate) ଖଗେଶ୍ବର ନାଏକ ଏବଂ ପରମେଶ୍ବର ପୁଝାରୀ ଅଭିଯୋଗ କରି କ୍ଷୋଭ ପ୍ରକାଶ କରିଛନ୍ତି। ଉଭୟ ଗ୍ରାମ ସାଥୀ ଦ୍ବୟ ନିୟମିତ MGNREGA କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦନା କରୁଥିଲେ ମଧ୍ୟ ତାଙ୍କୁ ବିନା କାରଣରେ ପଞ୍ଚାୟତର ନୂତନ ସରପଞ୍ଚ ଓ ପିଇଓ ଏକ ଗ୍ରାମସଭା କରାଇ ନୂତନ ଗ୍ରାମସାଥି ଚୟନ କରିଥିବା ଅଭିଯୋଗ ହୋଇଛି।ଓଡିଶା ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ୨୦୦୮ମସିହାରୁ ପ୍ରତେକ ଗ୍ରାମ ପଞ୍ଚାୟତ ରେ ଶିକ୍ଷା ଗତ ଯୋଗ୍ୟତା ଅନୁସାରେ ତଥା ମାର୍କ ବେସିସ ରେ ଗ୍ରାମ ସାଥୀ ସବୁ ଚୟନ କରି ତାଙ୍କୁ MGNREGA କାର୍ଯ୍ୟ ସବୁ ଦିଆ ଯାଉଅଛି। ପୁଣି, ସମୟ ସମୟରେ ଅଭିଜ୍ଞ ତାଲିମ ପ୍ରାପ୍ତ ପଦାଧିକାରୀ ମାନଙ୍କ ଠାରୁ MGNREGA ଉପରେ ତାଲିମ ପ୍ରଦାନ କରାଯାଏ ଏବଂ ବର୍ତ୍ତମାନ MGNREGA କାର୍ଯ୍ୟ ରେ NMMS ଯୋଗେ କାର୍ଯ୍ୟ ସମ୍ପାଦନା ହେତୁ ପ୍ରତେକ୍ ବ୍ଲକ୍ ରେ ଗ୍ରାମ ସାଥୀ ମାନଙ୍କ ନାମ ରେଜିଷ୍ଟେସନ କରାଯାଇ MGNREGA app ମୋବାଇଲ୍ ଫୋନ୍ ରେ ଡାଉନଲୋଡ କରାଯାଇଥିବା ଗ୍ରାମ ସାଥୀ ମାନେ ପ୍ରକାଶ କରିଛନ୍ତି। ହେଲେ , ଏଠାରେ ଅକାରଣ ରେ ସରପଞ୍ଚ ଓ ପିଓ ଗ୍ରାମ ସଭା ଜରିଆରେ ନୂତନ ଗ୍ରାମ ସାଥୀ ଚୟନ କରିବା ମାନେ କଣ ବୋଲି ପ୍ରଶ୍ନ ଉଠାଇଛନ୍ତି।ଓଡିଶା ସରକାରଙ୍କ ତଥା MGNREGA ଗାଇଡ ଲାଇନ କୁ ସିଧା ସିଧା ଉଲ୍ଲଘଂନ କରାଯାଇଥିବା ଗ୍ରାମ ସାଥୀ ମାନେ ମତବ୍ୟକ୍ତ କରିଛନ୍ତି। ବର୍ତ୍ତମାନ ଗ୍ରାମ ସାଥୀ ଦୋୟ ଜୀବନ ଜୀବିକା ଉପରେ ଘୋର ପ୍ରଭାବ ହେତୁ ଏହାର ତୁରନ୍ତ ସମାଧାନ ଏବଂ ସଂପୃକ୍ତ ପିଇଓ ଓ ସରପଞ୍ଚ ଙ୍କ ଉପରେ ଉଚ୍ଚ ସ୍ତରୀୟ ତଦନ୍ତ କରି ଏହାର ବିହିତ କାର୍ଯ୍ୟାନୁଷଠାନ ପାଇଁ ଗ୍ରାମ ସାଥୀ/mate ମିଳିତ କ୍ରିୟାନୁଷ୍ଠାନ ସଂଘ ଜୟପାଟଣା ବ୍ଲକ ଏବଂ କଳାହାଣ୍ଡି ଜିଲ୍ଲା ଗ୍ରାମ ସାଥୀ ସଂଘ ତରଫରୁ ଜୟପାଟଣା ବ୍ଲକ ଅଧ୍ୟକ୍ଷ, ବିଡ଼ିଓ ଜୟପାଟଣା ବ୍ଲକ, ଜିଲ୍ଲାପାଳ କଳାହାଣ୍ଡି, ଡି .ଆର୍. ଡି. ଏ କଳାହାଣ୍ଡି, ମୁଖ୍ୟ ଶାସନ ସଚିବ ପଂଚାୟତରାଜ ଓ ପାନୀୟ ଜଳ ବିଭାଗ ଓଡିଶା ସରକାରଙ୍କୁ ବିଧାୟକ ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀ, ଓ ପଞ୍ଚାୟତ ରାଜ ମନ୍ତ୍ରୀ ଓଡିଶା ସରକାର ଙ୍କୁ ଜିଲ୍ଲା ଗ୍ରାମ ସାଥୀ ସଂଘ ପକ୍ଷରୁ ଜିଲ୍ଲା ସଂପାଦକ ତରୁଣ କୁମାର ନାଏକ,ଜୟପାଟଣା ବ୍ଲକ ସଭାପତି ମୁନା କୁମାର, ତପଶିନି ବାରିକ ( ଉପସଭାପତି), କିଶୋର ଚନ୍ଦ୍ର ନାୟକ, ସରୋଜ କୁମାର ରଣା, ତୁଳସୀ ରାମ ଭକ୍ତ, ମୋହନ ଠାକୁର, କୁଞ୍ଜବନ କରକରା, ବେଣୁଧର ମାଝୀ ପ୍ରମୁଖ ଉପସ୍ଥିତ ରହି ଘଟଣା ର ଆସୁ ସମାଧାନ ପାଇଁ ଲିଖିତ ଅଭିଯୋଗ କରିଛନ୍ତି।

ଗଜିନ୍ଦ୍ର ନାଗ ଙ୍କ ରିପୋର୍ଟ 

Related posts

ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ବେସରକାରୀ ସଂସ୍ଥା ର ରାଜ୍ ?

Sunil Chandra Nayak

ମୁକ୍ତିରାଣୀ ଦେବତା ଙ୍କ କବିତା ନାରୀଶକ୍ତି

Sunil Chandra Nayak

ବାଲେଶ୍ବର – ରୋଷେଇ ଚୁଲିରୁ ଅଗ୍ନିକାଣ୍ଡ

Leave a Comment

error: Content is protected !!