ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିଆଁ ରେ ପୋଡ଼ି ବୃଦ୍ଧା ମୃତ 

ମୟୂରଭଞ୍ଜ -୨୨-୧୦-୨୨(ମସିହା)କାର୍ତିକ ମାସ ଚାଲିଛି ।ଟିକେ ଟିକେ ଶୀତ ପଡ଼ିଲାଣି ।ହେଲେ ପାହାଡିଆ ଅଞ୍ଚଳରେ ଅଧିକ ଶୀତ ପଡ଼ିଲାଣି ।ବୁଢ଼ା ବୁଢି ପାଇଁ ଶୀତ ଅସହ୍ୟ ହେଲାଣି ।ଶୀତ ଦାଉରୁ ଟିକେ ରକ୍ଷା ପାଇଁ ଚୁଲି ମୂଳେ ବୁଢ଼ାବୁଢ଼ୀ ବସି ଶେକ ନେଉଛନ୍ତି ।ସେହି ସମୟରେ ଅସାବଧାନତା ଯୋଗୁଁ ନିଆଁରେ ପୋଡ଼ି ଦୁର୍ଘଟଣାରେ ଶିକାର ହେଉଛନ୍ତି ।ଏଭଳି ଏକ ଅଭାବନୀୟ ଦୁଖଦ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଵିଜାତଳା ବ୍ଲକର ଲୁହାଶିଳା ପଞ୍ଚାୟତର ଜାମଦା ଗାଁ ରେ । ଶୁକ୍ରବାର ସଂନ୍ଧ୍ଯା ୬.୩୦ଟା ପାଖାପାଖି ସମୟରେ ଜାମଦା ଗାଁର ବୃଦ୍ଧା ସିନଗୋ ବାସ୍କେ(୭୦) ଚୁଲିମୂଳେ ଶେକ ନେଉଥିଲେ ।ପରେ ଖଟ ପାଖକୁ ବିଶ୍ରାମ ନେବାକୁ ଯାଉଥିବା ବେଳେ ଅସାବଧାନତା ଯୋଗୁଁ ବୁଲି ପଡ଼ିଲା ଫଳରେ ପଛପଟ ଲୁଗାର ନିଆଁ ଲାଗି ଯାଇଥିଲା । ନିଆଁ ରେ ପୋଡ଼ି ହୋଇ ଚିତ୍କାର କରିବାରୁ ଘର ଭିତରେ ପରିବାର ଲୋକେ ଆସି ଉଦ୍ଧାର କରିଥିଲେ । ସେତେବେଳକୁ ନିଆଁ ଦେହରେ ଲାଗି ଗୁରୁତର ହୋଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ପରିବାର ଲୋକେ ଘରୋଇ ଗାଡ଼ିରେ ରାଇରଙ୍ଗପୁର ଡାକ୍ତରଖାନାକୁ ଆଣିଥିଲେ । ଚିକିତ୍ସାଧୀନ ଅଵସ୍ଥାରେ ରାତି ୨ଟାରେ ପ୍ରାଣବାୟୁ ଉଡି ଯାଇଥିଲା । ଶନିବାର ଦିନ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ବ୍ୟବଛେଦ କରାଇ ପରିବାର‌ବର୍ଗଙ୍କୁ ହସ୍ତାନ୍ତର କରିଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଏନଡିଏର ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କ ଦିଲ୍ଲୀରେ ନାମାଙ୍କନ ପତ୍ର ଦାଖଲ ନେଇ ରାଇରଙ୍ଗପୁର ବାସ ଭବନ ସମ୍ମୁଖରେ ନୃତ୍ଯ ଆତଶବାଜୀ,ମିଷ୍ଟା ବଣ୍ଟନ

Sunil Chandra Nayak

ବେହେରା ଗୁଡା ସ୍କୁଲ ରେ ତାଲା ବନ୍ଦ ଆନ୍ଦୋଳନ

Sunil Chandra Nayak

ଅସୁରଗଡ ଗ୍ରାମରେ ଶ୍ରୀ ରାମଲୀଳା ଉତ୍ସବ

Sunil Chandra Nayak

Leave a Comment

error: Content is protected !!