ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମିଠା ଦୋକାନ ରେ ନିଆଁ ,ମୁଖ୍ୟ ମିସ୍ତ୍ରୀ ମୃତ ସହ ୨ ସହଯୋଗୀ ଗୁରୁତର

ରାଉରକେଲା / ରଘୁନାଥପାଲୀ ଥାନା ଅନ୍ତର୍ଗତ ପାନପୋଷ ଛକ ଠାରେ ଥିବା ଓମ୍ ସୁଇଟସ୍ ଦୋକାନ ରେ ହଠାତ୍ ନିଆଁ ଲାଗିଯାଇଥିଲା। ଏଥିରେ ସେହି ଦୋକାନ ର ମୁଖ୍ୟ ମିସ୍ତ୍ରୀ ଅରୁଣ ଯାଦବ ଙ୍କ ନିଆଁ ରେ ଜଳି ମୃତ୍ୟୁ ହୋଇଥିବା ବେଳେ ସହଯୋଗୀ ମିସ୍ତ୍ରୀ ଦ୍ବୟ ଅନୀଲ ଗୁପ୍ତା ଓ ଅନୁଜ ଯାଦବ ଗୁରୁତର ଆହତ ହୋଇ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ସୂଚନା ମୁତାବକ ଆଜି ପୂର୍ବାହ୍ନ ୧୧ଟା ୩୦ ମିନିଟ୍ ସମୟରେ ଡିଜେଲ ବର୍ଣ୍ଣରରେ ଦିପାବଳୀ ମିଠା ପାଇଁ କ୍ଷୀର ଗରମ କରାଯାଉଥିଲା। ବର୍ଣ୍ଣର ର ନୋଜେଲ ରେ ଠିକ୍ ରେ ପବନ ପାସ୍ କରୁନଥିବା ଯୋଗୁଁ ବେଳେବେଳେ ନିଆଁ ରହି ରହି ଜୋର ରେ ଜଳୁଥିଲା। ତେଣୁ ଆଖପାଖ ରେ ଥିବା ତେଲ ରେ ହଠାତ୍ ନିଆଁ ଲାଗିଯାଇଥିଲା। ସୈାଭାଗ୍ୟବଶତଃ ସହଯୋଗୀ ଦୁଇଜଣ ନିଆଁ ଝାସରୁ ନିଜକୁ ବଞ୍ଚାଇବାକୁ ସକ୍ଷମ ହୋଇଥିବା ବେଳେ ମୁଖ୍ୟ ମିସ୍ତ୍ରୀ ଘଟଣାସ୍ଥଳରେ ଜଳି ଜୀବନ ହାରିଥିଲେ। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ ମାତ୍ର ଦୋକାନ ସମେତ ଲକ୍ଷାଧିକ ଟଙ୍କାର ସମସ୍ତ ସାମଗ୍ରୀ ଜଳି ପୋଡ଼ି ନଷ୍ଟ ହୋଇଯାଇଛି।ରଘୁନାଥପାଲୀ ଥାନା ଅଧିକାରୀ ସୁବ୍ରତ କୁମାର ମେହର ସଦଳବଳ ଧରି ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନା କୁ ପଠାଇଥିଲେ। ଏହି ଘଟଣା ଟି ପାନପୋଷ ଅଞ୍ଚଳରେ ଶୋକ ଛାୟା ଖେଳିଯାଇଛି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଶ୍ୟାମସୁନ୍ଦର ହେଲେ ରୋଗୀ କଲ୍ୟାଣ ସମିତି ର ସାଂସଦ ପ୍ରତିନିଧି

Sunil Chandra Nayak

କଲମପୁର ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଶିକ୍ଷକ ଅଭିଭାବକ ସଂଘ ର  ପ୍ରଥମ ବୈଠକ ଅନୁଷ୍ଠିତ 

Sunil Chandra Nayak

ଘର ଭୁଶୁଡି ଦୁଇ ପରିବାର ସର୍ବସାନ୍ତ

Sunil Chandra Nayak

Leave a Comment

error: Content is protected !!