ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ମୁଡିଙ୍ଗ ରେ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ 

କର୍ଲାମୁଣ୍ଡା: ମୁଡିଙ୍ଗ ପଞ୍ଚାୟତ ପ୍ରାଙ୍ଗଣ ଠାରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷଣ ଶିବିର ରବିବାର ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ ହେଲା ପଞ୍ଚାୟତ ସ୍ତରକୁ ଯାଇ ପ୍ରଥମ ଥର ପାଇଁ କିଡ଼ନୀ ରୋଗ, ଡାଇବେଟିସ, ଉଚ୍ଚରକ୍ତ ଚାପ ଆଦି ରୋଗରୁ ଆମ ଅଞ୍ଚଳର ଜନସାଧାରଣ ମାନେ କିପରି ଭାବରେ ସ୍ୱାସ୍ଥ୍ୟବାନ ହୋଇପାରିବେ ତାହାକୁ ଆଖି ଆଗରେ ରଖି କାର୍ଯ୍ୟକ୍ରମଟି କରାଯାଇଛି l ଆମ ରାଜ୍ୟରେ ପଞ୍ଚାୟତ ସ୍ତରରେ ଯାଇ କିଡ଼ନୀ ରୋଗ କୁ ଚିନ୍ନଟ କରିବାର ଏହା ପ୍ରଥମ ପ୍ରୟାସ, ଯୁବ ଡାକ୍ତର ଦ୍ୱୟଙ୍କ ଦ୍ୱାର ସମ୍ଭବ ହୋଇ ପାରିଛି l ଆୟୋଜିତ କାର୍ଯ୍ୟକ୍ରମରେ ମୁଡିଙ୍ଗ ଗ୍ରାମର ପୂର୍ବତନ ସମିତି ସଭ୍ୟ ବୁଦ୍ଧିରାମ ସାହୁ, ରାଜକିଶୋର ମାଝୀ, ଅଲେଖ ସାହୁ, ସମାଜ ସେବୀ ଶ୍ରୀମନ୍ତ ସାହୁ, ମିନିକେତନ ସାହୁ, ହିତେଶ ସାହୁ, ଅବସର ପ୍ରାପ୍ତ ଶିକ୍ଷକ ଶେଷଦେବ ସାହୁ ଏକତାର ଉପସ୍ଥିତ ଥିବାବେଳେ ଏମବିବିଏସ ଡାକ୍ତର ଲୋକନାଥ ସାହୁ, ଦାନ୍ତ ଡାକ୍ତର ଦେବବ୍ରତ ସାହୁ, ଡି ଏମ ଏଲଟି ଝସକେତନ ସାହୁ, ଅଭିଳାଷ ସାହୁ ଫର୍ମାସିଷ୍ଟ, କୁଳମଣୀ ସାହୁ ଏଲ ଟି, ସୁବ୍ରତ ଶେଖର ସାହୁ, ମହେନ୍ଦ୍ର ସାହୁ, ପ୍ରଶାନ୍ତ ସାହୁ, ମୁଡିଙ୍ଗ ଉପ ସ୍ୱାସ୍ଥ୍ୟ କେନ୍ଦ୍ର ହେଲର୍ଥ ୱାରକର ଛାୟାକନ୍ତା ସାହୁ, କର୍ଲାମୁଣ୍ଡା ବ୍ଲକ କଳାରୁଦ୍ର ଯୁବକ ସଂଘର ପୂର୍ବତନ ସଭାପତି ତଥା ଜାତୀୟ ଯୁବ ସ୍ୱେଚ୍ଛାସେବୀ ସନତ କୁମାର ସାହୁ, ପରିବେଶ ସମ୍ପାଦକ ଲଳିତ ସାହୁ, ହ୍ୱାଇଟ ସୋଲଜର ଓ ଶ୍ରୀରାମ ହସ୍ପିଟାଲ କେନ୍ଦୁବନ୍ଧ ଛକର ସହଯୋଗ ରେ ଆରମ୍ଭ କରା ଯାଇଥିଲା l ଏଥିରେ ୯୦ଜଣ ଲୋକ ମାଗଣା ଚିକିତ୍ସାରେ ଉପକୃତ ହୋଇଥିବାରୁ ଆଗକୁ ମଧ୍ୟ ଏହି କାର୍ଯ୍ୟକ୍ରମ ମାନ ଜାରିରହିବ ବୋଲି ଉପସ୍ଥିତ ଥିବା ଯୁବ ଡାକ୍ତର ଦ୍ୱୟ ମତା ପ୍ରକାଶ କରିଛନ୍ତି l ଫଳରେ ମୁଡିଙ୍ଗ ଅଞ୍ଚଳରେ ଯୁବ ଡାକ୍ତର ଦ୍ୱୟ ଙ୍କୁ ଭିଭିନ୍ନ ମହାଲରେ ପ୍ରଂଶସା କରାଯାଇଛି l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଭୂମିକା ଚକ୍ଷୁ ଚିକିତ୍ସାଳୟ ,କରଂଜିଆ ଆନୁକୁଲ୍ୟରେ ରାଇରଙ୍ଗପୁରରେ ମାଗଣା ମୋତିଆବିନ୍ଦୁ ଚିହ୍ନଟ ଶିବିର

Sunil Chandra Nayak

ବିଶ୍ବ ରକ୍ତଦାନ ଦିବସ ଅବସରରେ ଜିଲ୍ଲା ପ୍ରଶାସନ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

Sunil Chandra Nayak

ଆଶୀର୍ବାଦ ପାଲଟିଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା 

Sunil Chandra Nayak

Leave a Comment

error: Content is protected !!