ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜିଲ୍ଲା ପ୍ରଶାସନ ଓ ମ୍ୟୁନିସିପାଲିଟି ନଶୁଣିବାରୁ ରାସ୍ତା ନିର୍ମାଣ କଲେ ଫିସରି କଲୋନୀ ବସ୍ତି ବାସିନ୍ଦା

ଫୁଲବାଣୀ ପୌରପରିଷଦ ୬ ନଂ ୱାର୍ଡ ଅଧିନସ୍ଥ ଫିସରି କଲୋନୀ ବସ୍ତି ବାସିନ୍ଦା ଜିଲ୍ଲା ପ୍ରଶାସନ ଓ ପୌରପରିଷଦ ଅଧିକାରୀ ,ଚେୟାରମେନ୍ ଙ୍କୁ ଗୁହାରି କରି ନ ଶୁଣିବା ରୁ ସମସ୍ତେ ମିଶି ନିଜ ଶ୍ରମଦାନ କରି ରାସ୍ତା ନିର୍ମାଣ କରିଥିବା ଦେଖିବାକୁ ମିଳିଛି। ସୂଚନା ଯୋଗ୍ୟ ଏହି ବସ୍ତିରେ ରାଜସ୍ୱ ବିଭାଗ ର ଖଜଣା ପୋୖର ପରିଷଦ ହୋଲଡିଂ ଟେକ୍ସ ନିୟମିତ ଭାବରେ ପ୍ରଦାନ କରି ୨୦ରୁ ଉର୍ଦ୍ଧ୍ବ ପରିବାର ଘର କରି ରହିଛନ୍ତି। ଟାଉନ ପ୍ଲାନିଂ ନିୟମ ଅନୁସାରେ ଏହି ବସ୍ତି ବାସିନ୍ଦା ଙ୍କର ଯାତାୟତ ନିମନ୍ତେ ରାସ୍ତା ନିର୍ମାଣ ପାଇଁ ଯୋଜନା ରହିଛି। ଏହି ବସ୍ତି ଲୋକ ନିତିଦିନ ଯିବା ଆସିବା କରିବା ରାସ୍ତା ରେ ବର୍ଷା ହେଲେ ୨ଫୁଟ ଉଚ୍ଚର ପାଣି ଜମି ରହୁଛି। ସେହି ସମୟରେ ସେହି ଅଞ୍ଚଳ ର ଲୋକ ଏହି ମଇଳା ଆବର୍ଜନା ପାଣିରେ ଯିବା ଆସିବା କରି ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟାର ସମାଧାନ ନିମନ୍ତେ ଜିଲ୍ଲାପାଳ,ପୁର୍ତ୍ତ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ପୋୖର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ ପୋୖର ପରିଷଦ ଅଧ୍ୟକ୍ଷା ଙ୍କୁ ବାରମ୍ବାର ଲିଖିତ ଅଭିଯୋଗ ଦେଇ ଗୁହାରି କରିଥିଲେ ମଧ୍ୟ ସୁଫଳ ମିଳିନ ଥିବା ରୁ ବସ୍ତିବାସିନ୍ଦା ଏକତ୍ରିତ ହୋଇ ନିଜେ ଗୈନ୍ତି, କୋଦାଳ ଶାବଳ ଧରି ବଡ ବଡ଼ ପଥର ଓ ମାଟି ପକାଇ ରାସ୍ତା ତିଆରି କରୁଥିବା ଦେଖିବାକୁ ମିଳିଛି। ଏହି ବସ୍ତିର ଲୋକ ଯାତାୟତ କରୁଥିବା ରାସ୍ତା ର ପାର୍ଶ୍ଵ ରେ ଡ୍ରେନ ନଥିବାରୁ ବର୍ଷା ପାଣି ନିଷ୍କାସନ ନହୋଇ ସେହି ରାସ୍ତା ରେ ମଇଳା ଆବର୍ଜନା ପାଣି ଜମିରହି ଅସୁବିଧା ସୃଷ୍ଟି କରିଥାଏ। ସେହି ସ୍ଥାନରେ ବର୍ତ୍ତମାନ ମଧ୍ୟ ମଇଳା ପାଣି ଜମି ରହିଛି। ସେହି ଜମି ରହିଥିବା ମଇଳା ଆବର୍ଜନା ପାଣି ଯୋଗୁଁ ଡେଙ୍ଗୁ ମଶା ବାସ କରି ଅଞ୍ଚଳ ବାସି ଙ୍କୁ ପ୍ରଭାବିତ ନହେବେ କିଏ କହିବ । ଫୁଲବାଣୀ ମ୍ୟୁନିସିପାଲିଟି ସହରର ଉନ୍ନତି ନିମନ୍ତେ ରାସ୍ତା, ଡ୍ରେନ, କଲଭର୍ଟ ନିର୍ମାଣ କାର୍ଯ୍ୟ ରେ ପାଣି ଭଳି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଏହି ବସ୍ତି ପ୍ରତି କିପରି ଫୁଲବାଣୀ ସହରର ଅହରହ ଉନ୍ନୟନ କାର୍ଯ୍ୟ ନିମନ୍ତେ ଉଦ୍ୟମ ଜାରି ରଖିଥିବା ପୋୖର ଅଧ୍ୟକ୍ଷା ଓ ପୋୖର ନିର୍ବାହି ଅଧିକାରୀ ଙ୍କର ଦୃଷ୍ଟି ପଡ଼ିଲା ନାହିଁ ବୁଦ୍ଧି ଜୀବି ମହଲରେ ବଡ ପ୍ରଶ୍ନ ହୋଇ ଉଭା ହୋଇଛି। ଏହି ବସ୍ତିର ରାସ୍ତା ନିର୍ମାଣ ଓ ଡ୍ରେନ ନିର୍ମାଣ କରାଯାଇ ଜମି ରହୁଥିବା ବର୍ଷା ମଇଳା ଆବର୍ଜନା ପାଣି କୁ ଉଚିତ ମାର୍ଗରେ ନିଷ୍କାସନ କରିବା ନିମନ୍ତେ ଉଚ୍ଚ କତ୍ତୃପକ୍ଷ ଙ୍କ ନିକଟରେ ଅଞ୍ଚଳ ବାସୀ ଙ୍କର ଦାବି ହେଉଛି।

ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ 

Related posts

ଭତ୍ତା ଟଙ୍କା ହଡପ ଘଟଣାର ଦୁଇ କର୍ମଚାରୀଙ୍କ ନାମରେ ଚନ୍ଦାହାଣ୍ଡି ଥାନାରେ ବିଡ଼ିଓଙ୍କ ଦ୍ୱାରା ଏତଲା

Sunil Chandra Nayak

ବିଜେଡି ତରଫରୁ ଜନ ସମ୍ପର୍କ ପଦଯାତ୍ରା

Sunil Chandra Nayak

ସରସ୍ଵତୀ ଶିଶୁ ମନ୍ଦିରରେ ଗୁରୁ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!