ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କର୍ଲାମୁଣ୍ଡା ବ୍ଲକରେ ସ୍ୱଚ୍ଛଗ୍ରାମ ସବୁଜଗ୍ରାମ କାର୍ଯ୍ୟକ୍ରମ ଅନୁଷ୍ଠିତ

କର୍ଲାମୁଣ୍ଡା: ଭାରତ ସରକାର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ନେହେରୁ ଯୁବ କେନ୍ଦ୍ର, କଳାହାଣ୍ଡି ତରଫରୁ ସ୍ୱଚ୍ଛଗ୍ରାମ ସବୁଜଗ୍ରାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଯୁବ କେନ୍ଦ୍ର ଜିଲ୍ଲା ଯୁବ ଅଧିକାରୀ ପ୍ରସନ୍ନ କୁମାର ମେହେର ଓ ଲେଖାପାଳ ଦୁତୀୟ ବନଛୋରଙ୍କ ତତ୍ତ୍ଵାବଧାନରେ କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବୋରପଦର ପଞ୍ଚାୟତ ଭଟାପଲା ଗ୍ରାମର ଗଣେଶ ଯୁବ ସଂଗଠନ ପକ୍ଷରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ମଦନପୁର ରାମପୁର ବନାଞ୍ଚଳ ଅଧିକାରୀ ଶ୍ରୀ ଅଶିତ କୁମାର ଦାସ ସହଯୋଗରେ କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ଯୁବ ଅନୁଷ୍ଠାନ ମାନଙ୍କରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂ ଦେଓ, ସମ୍ମାନିତ ଅତିଥି ଭାବରେ ମଦନପୁର ବନପାଳ ଅଧିକାରୀ ଲବ ପଣ୍ଡା, ବୋରପଦର ସରପଞ୍ଚ ସୁବାଶ ସାହୁ, ଭଟାପଲା ସ୍କୁଲ ପ୍ରଧାନ ଶିକ୍ଷକ ଝସକେତନ ଘିବେଲା, ବରିଷ୍ଠ ସାମ୍ବାଦିକ କମ୍ବୁପାଣି ମିଶ୍ର ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ଆମ ମଣିଷ ସମାଜ ତଥା ଜୀବଜଗତରେ ବସବାସ କରୁଥିବା ସମସ୍ତ ପ୍ରାଣୀ ମାନଙ୍କ ପାଇଁ କେତେ ଆବଶ୍ୟକ ତାହା ଉପରେ ଯୁବପିଢ଼ି ମାନଙ୍କୁ ବୁଝାଇ କହିଥିଲେ l ଗଣେଶ ଯୁବ ସଂଗଠନ ଭଟାପଲା ଗ୍ରାମରେ ସମସ୍ତ ସଭ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ଆଗେଇ ନେଇଥିଲେ l ଶେଷରେ ଉପସ୍ଥିତ ଥିବା ସମସ୍ତ, ଅତିଥି ଓ ଯୁବ ଅନୁଷ୍ଠାନର ସଦସ୍ୟ ମାନଙ୍କୁ ଜାତୀୟ ଯୁବ ସ୍ୱେଚ୍ଛାସେବୀ ସନତ କୁମାର ସାହୁ ହୃଦୟର ସହିତ ଧନ୍ୟବାଦ ଅର୍ପଣ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଭବାନୀପାଟଣା ଠାରେ ଜିଲ୍ଲାପାଳ ଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ବିକାଶ ପଥରେ ଖଇରା-ସିମୁଳିଆ ନିର୍ବାଚନ ମଣ୍ଡଳୀ, ମଙ୍ଗ ଧରିଛନ୍ତି ବିଧାୟକ

Sunil Chandra Nayak

କମ୍ରେଡ ପ୍ରଭାତ ମିଶ୍ରଙ୍କ ପ୍ରଥମ ବାର୍ଷିକ ସ୍ମୃତି ଚାରଣ ସଭା

Leave a Comment

error: Content is protected !!