ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରଦ୍ଧା ରେ ଦୀପାବଳୀ ଉତ୍ସବ ପାଳିତ

ରାଉରକେଲା/ ସବୁ ବର୍ଷ ପରି ଏବର୍ଷ ମାନସିକ ଭିନ୍ନକ୍ଷମ ମାନଙ୍କ ସହିତ ସେମାନଙ୍କର ଶିକ୍ଷକ ଓ ଶିକ୍ଷୟିତ୍ରୀ ତଥା ଅଭିଭାବକ ଓ ପରିଚାଳନା କମିଟି ର ସଦସ୍ୟମାନେ ତଥା ଅତିଥିଙ୍କ ଗ୍ରହଣରେ ଶ୍ରଦ୍ଧା ଅନୁଷ୍ଠାନ ପରିସର ରେ ଦୀପାବଳୀ ଉତ୍ସବ ପାଳିତ ହୋଇଯାଇଛି । ଶ୍ରଦ୍ଧା ର ଶିକ୍ଷୟିତ୍ରୀ ମାନଙ୍କ ସହଯୋଗରେ ଏ ବର୍ଷ ମଧ୍ୟ ଅନ୍ତେବାସୀ ମାନେ ନିଜ ହାତରେ ଦୀପ, ମହମବତୀ ଦୀପାବଳୀ ଉପଲକ୍ଷେ ତିଆରି କରିଛନ୍ତି । ଆନୁମାନିକ ୨ ହଜାର ଟଙ୍କା ର ଏହା ବଜାର ରେ ଏବଂ ନିଜ ସମ୍ପର୍କିୟ ତଥା ପାଖ ଆଖ ର ଲୋକମାନଙ୍କୁ ବିକ୍ରୀ କରାଯାଇଛି । କିନ୍ତୁ ନିଜ ହାତତିଆରି କଳାକୃତି କୁ ନିଜେ ଉପଯୋଗ କରି ଆନନ୍ଦ ପାଇବାକୁ ସବୁ ବର୍ଷ ଅପେକ୍ଷା କରିଥାନ୍ତି ଏହି ଦିବ୍ୟାଙ୍ଗ ମାନେ। ତେଣୁ ଆଜି ଏହି ଉପଲକ୍ଷେ ଏକ କାର୍ଯ୍ୟକ୍ରମ ” ଦୀପାବଳୀ ଉତ୍ସବ ଆସ ପାଳିବା ” ଶ୍ରଦ୍ଧା ଅନୁଷ୍ଠାନର ଦୀପକ ସେବାଶ୍ରମ ଠାରେ ପାଳିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅଧ୍ୟାପିକା ସସ୍ମିତା ଜେନା, ରାଉରକେଲା ରାଉଣ୍ଡ ଟେବୁଲ ୧୯୪ର ଅଧ୍ୟକ୍ଷ ଗଗନଦୀପ ସାଲୁଜା, ରାଉରକେଲା ଲେଡି ସର୍କଲ ୧୨୦ର ଅଧ୍ୟକ୍ଷା ଜଗଜିତ ଆରୋରା, ଗୌରବ ବାଗାଡିଆ, ଅଭିଜିତ ମହାନ୍ତି ଓ ଅନ୍ନଦା ଅନୁଷ୍ଠାନର ଗଣେଶ ଜୟସ୍ବାଲ,ନଳିନୀ ରାୟ ପ୍ରମୁଖ ଯୋଗଦେଇ ଦୀପ ମହମବତୀ କିଣିବା ସହ ଅନ୍ତେବାସୀଙ୍କୁ ପ୍ରୋତ୍ସାହନ ସ୍ବରୂପ ଉପହାର ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରଦ୍ଧା ର ସଭାପତି ପଶୁପତିନାଥ ଚାଟାର୍ଜୀ, ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ପାଣ୍ଡବ, ଶିକ୍ଷୟିତ୍ରୀ ପ୍ରିତୀ ବାରିକ, ସୁଜାତା ରାଉତ, ସୁକୁମାର ପାଣ୍ଡବ, ପ୍ରଭାତୀ ପ୍ରଧାନ, ଧୀରେନ୍ଦ୍ର କୁମାର ଓଝା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଶେଷରେ ସଞ୍ଜୟ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ମଟର ଭେହିକିଲ୍ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ

ବେଣୁଧର ସୂତାର ଙ୍କ କବିତା ଭିଟାମାଟି

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ଆଜି ମନ ଖୋଲି କହିବି

Sunil Chandra Nayak

Leave a Comment

error: Content is protected !!