ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଢେ଼ଙ୍କାନାଳ ଜିଲ୍ଲା ସର୍ବୋଦୟ ମଣ୍ଡଳ ଗଠିତ

ଢେ଼ଙ୍କାନାଳ (ମ ନି ସ)୨୩/୧୦ : ପ୍ରତିଟି ମଣିଷ ହାତକୁ କର୍ମ ସଂସ୍ଥାନ ଯୋଗାଇବା ଓ ସେ ସ୍ୱାଧୀନ ଭାବରେ ବଞ୍ଚିବା ପାଇଁ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀ ଯେଉଁ ବିଚାର ଭାରତବର୍ଷକୁ ପ୍ରଦାନ କରିଥିଲେ ତାହା ହେଉଛି ସର୍ବୋଦୟ – ଗ୍ରାମ ସ୍ଵରାଜ୍ୟ ବିଚାର। ଆଜିର କର୍ପୋରେଟ୍ ଓ କେନ୍ଦ୍ରୀୟକରଣ ଯୁଗରେ ସବୁ ହାତକୁ କାମ ଓ ପ୍ରତ୍ୟେକଙ୍କୁ ସ୍ୱାଧୀନତା ପ୍ରଦାନ କରିବାକୁ ହେଲେ ସର୍ବୋଦୟ ମଣ୍ଡଳ ମାଧ୍ୟମରେ ଏକ ଜନ ଆନ୍ଦୋଳନ ଗଢିତୋଳିବାର ଆବଶ୍ୟକତା ରହିଛି। ଗାଁ ଗାଁରେ ସର୍ବୋଦୟ କର୍ମୀମାନେ ରହି ଲୋକଙ୍କୁ ସ୍ୱାବଲମ୍ବୀ କରାଇବେ ଓ ଆଜିର ଧର୍ମ ଓ ଜାତି ଆଧାରର ରାଜନୀତିକୁ ସମାପ୍ତ କରି ଲୋକନୀତି ଆଧାରରେ ସମାଜକୁ ସଞ୍ଚାଳିତ କରିବେ। ୧୯୪୮ ମସିହାରୁ ଏହି ନୀତି ଆଧାରରେ ସାରା ଦେଶରେ ସର୍ବୋଦୟ ମଣ୍ଡଳମାନ ଗଢ଼ାଯାଇ ଦେଶରେ ଭୂଦାନ ଗ୍ରାମଦାନ ଆନ୍ଦୋଳନ ଠାରୁ ଆରମ୍ଭ କରି ସମ୍ପୂର୍ଣ୍ଣ କ୍ରାନ୍ତି ଆନ୍ଦୋଳନ, ସାମ୍ପ୍ରଦାୟିକତା ଓ ନବ୍ୟ ସାମ୍ରାଜ୍ୟବାଦ ବିରୋଧୀ ଆନ୍ଦୋଳନମାନ ଗଢି ଉଠିଥିଲା। ଗାଁ ଗାଁର ଲୋକଙ୍କୁ ଆଜିର ସଙ୍କଟ କବଳରୁ ବଞ୍ଚାଇବା ପାଇଁ ଢେ଼ଙ୍କାନାଳ ଜିଲ୍ଲାକୁ ସର୍ବୋଦୟ ଆନ୍ଦୋଳନ ସହିତ ସାମିଲ ହେବାର ଆବଶ୍ୟକତା ରହିଛି ବୋଲି ଢେ଼ଙ୍କାନାଳ ସହରସ୍ଥ ପିପାର କାର୍ଯ୍ୟାଳୟ ଠାରେ ଶଙ୍କର୍ଷଣ ଶତପଥିଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଅଖିଳ ଭାରତ ସର୍ବୋଦୟ ମଣ୍ଡଳର ପ୍ରଭାରୀ ଡଃ ବିଶ୍ଵଜିତ, ଉତ୍କଳ ସର୍ବୋଦୟ ମଣ୍ଡଳର ପ୍ରତିନିଧି ମିହିର ପ୍ରତାପ ଦାସ ମତବ୍ୟକ୍ତ କରିଥିଲେ। ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶିଶିର ଶତପଥୀଙ୍କ ସଂଯୋଜନାରେ ଢେ଼ଙ୍କାନାଳ ଜିଲ୍ଲା ସର୍ବୋଦୟ ମଣ୍ଡଳ ଗଠନ କରାଯାଇ ସଭାପତି ଭାବେ ପ୍ରଦ୍ୟୁମ୍ନ ରଥଙ୍କୁ ମନୋନୀତ କରାଯାଇଥିବା ବେଳେ ଅନ୍ତର୍ଯ୍ୟାମୀ ବରାଳଙ୍କୁ କାର୍ଯ୍ୟକାରୀ ସଭାପତି, ରୁଦ୍ର ନାରାୟଣ ମିଶ୍ର ସମ୍ପାଦକ, ବିପିନ ବିହାରୀ ଶତପଥୀ ଯୁଗ୍ମ ସମ୍ପାଦକ, ପ୍ରଦ୍ୟୁମ୍ନ କୁମାର ପଣ୍ଡା, ସୟଦ ସଫିକ ଅଲ୍ଲୀ, ପ୍ରେମାନନ୍ଦ ରାଉତ, ଶ୍ରୀକାନ୍ତ କୁମାର ବେହେରା, ଅଜିତ କୁମାର ସିଂ, ଲଳିତ ମୋହନ ବେହେରା ପ୍ରମୁଖ ମନୋନୀତ ହୋଇଥିଲେ। ବୈକୁଣ୍ଠ ବିହାରୀ ସ୍ୱାଇଁ, ପ୍ରଳୟ କୁମାର ଦାସ, ଅଞ୍ଜନ କୁମାର ପାଲ, ଅଜିତ କୁମାର ମାହାନ୍ତ, କ୍ଷୀରୋଦ ଚନ୍ଦ୍ର ନାୟକ ପ୍ରମୁଖଙ୍କୁ ସର୍ବୋଦୟ ମିତ୍ର ଭାବେ ଗ୍ରହଣ କରାଯାଇଥିଲା। ସର୍ବୋଦୟର ଯୁବା ବାହିନୀ ରାଷ୍ଟ୍ରୀୟ ଯୁବା ସଙ୍ଗଠନର ରାଷ୍ଟ୍ରୀୟ ସମିତି ସଦସ୍ୟ ମାନସ ପଟ୍ଟନାୟକ ଓ ଦୀପ୍ତିମୟ ନାୟକ ଏହି ସଭାରେ ଉପସ୍ଥିତ ଥିଲା ବେଳେ ଯାଜପୁର ଜିଲ୍ଲା ସର୍ବୋଦୟ ମଣ୍ଡଳ ସଭାପତି ରାମଚନ୍ଦ୍ର ଶୁକ୍ଲ ପର୍ଯ୍ୟବେକ୍ଷକ ଓ ଦେବବ୍ରତ ରାଉତ ସହ ପର୍ଯ୍ୟବେକ୍ଷକ ରୂପେ ଯୋଗଦେଇଥିଲେ। 

    ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ମମତା ଶତପଥୀ ଙ୍କ କବିତା ସର୍ବଦା ସନ୍ତୁଷ୍ଟ 

Sunil Chandra Nayak

ସହଦେବ ପରିଡ଼ା ଙ୍କ ଡାକ ଶୁଭିଲା କି ନାହିଁ???

Sunil Chandra Nayak

ଅଭିନବ ଉପାୟରେ ଜନ୍ମ ଦିନ ପାଳନ

Sunil Chandra Nayak

Leave a Comment

error: Content is protected !!