ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରସନ୍ନ କୁମାର ସାହୁ ଙ୍କ କବିତା ଏମିତି କାହିଁକି ହୁଏ?

ଏମିତି କାହିଁକି ହୁଏ?

ଝିଅ କଥାରେ ଯେ
ଜ୍ବାଇଁ ଚାଲୁଥିଲେ
ମାଆ ମନ ଖୁସି ହୁଏ,
ବୋହୂ କଥାରେ ଯେ
ପୁଅ ଚାଲୁଥିଲେ
ମା ମନ ବିଦାରି ହୁଏ?
ସତରେ ଏମିତି କାହିଁକି ହୁଏ?
ନିଜ ବାପ ମାଆ
କଥା ଆଲୋଚନା
ବୋହୂ ମନେ ଖୁସି ଦିଏ,
ଶାଶୁ ଶ୍ୱଶୁରଙ୍କ
କଥା ପଡିଗଲେ
ବୋହୂର ନାଇ ଡିଆଁଏ।
ଏମିତି କାହିଁକି ହୁଏ?
ଶଳା ଶାଳୀ କଥା
ସ୍ତ୍ରୀ ସାଥେ ହେଲେ
ସ୍ତ୍ରୀ ମନ ନାଚେ ଖୁସିରେ,
ସ୍ତ୍ରୀ ଙ୍କୁ ଦିଅର ବା
ନଣନ୍ଦ କହିଲେ
ରକତ ଗରମ ହୁଏ।
ଏମିତି କାହିଁକି ହୁଏ?
ଶାଶୁ ଶ୍ୱଶୁର ଙ୍କ
ଆବଶ୍ୟକ ହେଲେ
ଜ୍ବାଇଁ ର ପାଇସା ଥାଏ,
ବାପା ମାଆ ଙ୍କ ର
ବହୁ ଆବଶ୍ୟକେ
ପଇସା ନିଅଣ୍ଟ ହୁଏ।
ଏମିତି କାହିଁକି ହୁଏ?

ପ୍ରସନ୍ନ କୁମାର ସାହୁ

ବ୍ରହ୍ମପୁର,ଗଞ୍ଜାମ

Related posts

ଡମ୍ବରୁଗଡ଼ ମହୋତ୍ସବ ଦ୍ଵିତୀୟ ସନ୍ଧ୍ୟା : ବୌଦ୍ଧ ଜ଼ିଲ୍ଲା ର ପ୍ରାକୃତିକ ସୌନ୍ଦର୍ଯ୍ୟ ର ଅପରୂପ ଭଣ୍ଡାର -ଡମ୍ବରୁଗଡ଼

Sunil Chandra Nayak

କବିତା ସାହୁ ଙ୍କ କବିତା  ମହାଲକ୍ଷ୍ମୀଙ୍କ  ବାର   

Sunil Chandra Nayak

ଅବକାରୀ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ 

Sunil Chandra Nayak

Leave a Comment

error: Content is protected !!