ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲିଭିଂ ହୋପ ଇଂଲିଶ ସ୍କୁଲର Kids Play School ଉଦଘାଟନୀ ଉତ୍ସବ

 ନବରଙ୍ଗପୁର— ଲିଭିଂ ହୋପ ଇଂଲିଶ ସ୍କୁଲ ସିଙ୍ଗିସାରୀରେ ଉଦଘାଟନୀ ସମାରୋହ ପାଳିତ ହୋଇଯାଇଛି। ଏଥିରେ ମୂଖ୍ୟ ଅତିଥି ଭାବେ ଉମରକୋଟ ଜୋନ ନଂ ୩ର ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଡାଳିମ୍ବ ଭତ୍ରା ସ୍କୁଲକୁ ଉଦଘାଟନ କରିଥିଲେ l ସମ୍ମାନୀୟ ଅତିଥି ଭାବରେ ସ୍ଥାନୀୟ ସିଙ୍ଗିସାରୀର ସରପଞ୍ଚ ଶ୍ରୀମତୀ ଟଭା ମାଝୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶ୍ରୀ ଉଲଧର ମାଝୀ ଏବଂ ନିପା ସଭାପତି ରେଭ ପ୍ରଦୀପ କୁମାର ନନ୍ଦ ଯୋଗ ଦେଇଥିଲେ l ଶ୍ରୀ ଉଲଧର ମାଝୀ ପ୍ରଥମେ ପ୍ରଦୀପ ପ୍ରଜ୍ଜଳନ କରି Kids Play School ଶୁଭାରମ୍ଭ କରିଥିଲେ l ଲିଭିଂ ହୋପ ଇଂଲିଶ ସ୍କୁଲର ନବ ନିର୍ମିତ କୋଠା ଘରକୁ ରେଭ ପ୍ରଦୀପ କୁମାର ନନ୍ଦ ଉଦଘାଟନ କରିଥିଲେ l ବିଦ୍ୟାଳୟର ନିର୍ଦେଶକ ରେଭ ଗାବ୍ରିଏଲ ସେନାପତି ମଞ୍ଚ ପରିଚାଳନା କରିଥିଲେ l ମୂଖ୍ୟ ଅତିଥି ଶ୍ରୀମତୀ ଡାଳିମ୍ବ ଭତ୍ରା ତାଙ୍କର ଅଭିଭାଷଣରେ କହିଥିଲେ ସିଙ୍ଗିସାରୀ ଭଳି ଦୁର୍ଗମ ଅଞ୍ଚଳରେ ଏକ ଇଂଲିଶ ସ୍କୁଲ ଖୋଲିବା, ଏହା ଆମ ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଅଟେ l ଶିକ୍ଷାର ବିକାଶ ହେଲେ ସମାଜର ବିକାଶ ହେବ ଵୋଲି ମତ ବ୍ୟକ୍ତ କରିଥିଲେ l ଶ୍ରୀ ଉଲଧର ମାଝୀ କହିଲେ ଆଜିର ସମାଜରେ ଶୃଙ୍ଖଳା ଶିକ୍ଷାର ମାନଦଣ୍ଡ ହେବା ଅପରିହାର୍ଯ୍ୟ, ଶୃଙ୍ଖଳା ନ ଥିଲେ ଶିକ୍ଷାର ମୂଲ୍ୟ ନାହିଁ l ଜୀବନରେ ଭଲ ମଣିଷ ହେବାକୁ ହେଲେ ଶୃଙ୍ଖଳାକୁ ହିଁ ଶିକ୍ଷାର ଏକ ଅଙ୍ଗ କରିବା ଆବଶ୍ୟକ ଵୋଲି ମତ ରଖିଥିଲେ l ରେଭ ପ୍ରଦୀପ କୁମାର ନନ୍ଦ ଯୋଗ ଦେଇ ଏହି ଲିଭିଂ ହୋପ ଇଂଲିଶ ମିଡ଼ିଅମ ସ୍କୁଲ ଉଚ୍ଚ କୋଟିର ଶିକ୍ଷା ଦାନ କରିବା ସହିତ ସିଙ୍ଗିସାରୀ ଅଞ୍ଚଳର ଏକ ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ଯେପରି ସୃଷ୍ଟି କରିପାରିବ ସେ ସମ୍ପର୍କରେ ଆଲୋକ ପାତ କରିଥିଲେ l ବିଦ୍ୟାଳୟର ପରିଦର୍ଶନ ଶିକ୍ଷକ ଶ୍ରୀ ମନ ମୋହନ ବର୍ଦ୍ଧନ ସ୍ୱାଗତ ଭାଷଣ ଦେଇଥିଲେ l ନିର୍ଦେଶକ ମହାଶୟ ଅତିଥି ମାନଙ୍କର ପରିଚୟ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଉତ୍ସବରେ ପୂର୍ବତନ ସରପଞ୍ଚ ଶ୍ରୀ କୃଷ୍ଣ ମାଝୀ, ପୂର୍ବତନ ଜ଼ିଲ୍ଲା ପରିଷଦ ସଭ୍ୟ ଶ୍ରୀ ରବି ଧଳ, ପୂର୍ବତନ ସରପଞ୍ଚ ରାଜପୁର ଶ୍ରୀ ଲଖି, ଆଇନଜୀବୀ ଶ୍ରୀ ରଞ୍ଜିତ ଗରଡା, ଶ୍ରୀ ଡ଼ମ୍ବରୁ ମାଝୀ, ଶ୍ରୀ ହେମନ୍ତ ଗରଡା, ଶ୍ରୀ ଖଗେଶ୍ୱର, ଅବସର ପ୍ରାପ୍ତ ସ୍ୱାସ୍ଥ୍ୟ କର୍ମୀ ଶ୍ରୀମତୀ ସମାରି ନାରାଜି, ଅଧ୍ୟକ୍ଷ ଶ୍ରୀମତୀ ବର୍ଷା ମେହେର,ଶିକ୍ଷୟତ୍ରୀ ଶ୍ରୀମତୀ ସରିତା ସ୍ୱାଇଁ, ଶିକ୍ଷୟତ୍ରୀ ଶ୍ରୀମତୀ ନିର୍ଜରଣୀ ଗଡ଼ନାୟକ, ଶ୍ରୀ ତପନ ଗରଡା,ଶ୍ରୀ ମିଖାଏଲ ସେନାପତି,ଶ୍ରୀ ବିଷମ ସହ ଶତାଧିକ ଅଭିଭାବକ ଓ ଜନସାଧାରଣ ଉପସ୍ଥିତ ଥିଲେ l

ନବରଙ୍ଗପୁର୍ ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ୍ ମସିହା ନିୟୁଜ୍।

Related posts

ମହିଳା ଙ୍କ ଆତ୍ମହତ୍ୟା

Sunil Chandra Nayak

ନବ ନିର୍ବାଣ କୃଷକ ସଂଗଠନ ପକ୍ଷରୁ ଚାଷୀ ଜାଗରଣ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sunil Chandra Nayak

ରଞ୍ଜନ କୁମାର ମହାନ୍ତି  ଙ୍କ କବିତା ଏ ଫଗୁଣେ ତୁମେ 

Sunil Chandra Nayak

Leave a Comment

error: Content is protected !!