ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଲୋକର ପର୍ବ ଦୀପାବଳି: ଡାବୁଗାଁ କନ୍ୟାଶ୍ରମରେ ପାଳିଲେ ଅନ୍ତେବାସୀ ଛାତ୍ରୀ ଦୀପାବଳି

ନବରଙ୍ଗପୁର — ନବରଙ୍ଗପୁର ଜିଲ୍ଲାରେ ଆଲୋକର ପର୍ବ ଦୀପାବଳି ମହା ଆନନ୍ଦ ଉଲ୍ଲାସ ରେ ପାଳିତ ହୋଇ ଯାଇଛି।ଏହି ଦିନରେ ପୁର୍ବ ପୁରୁଷ ଙ୍କ ଲାଗି କାଉରିଆ କାଠିର ବିଡା କରି ବଡ ବଡୁଆ ଡାକି ସେମାନଙ୍କ ଠାରୁ ଆଶିର୍ବାଦ ନେଇ ଥାଆନ୍ତି।ଘରେଘରେ ପବିତ୍ରତା ଅବଲମ୍ବନ କରି ସୁସ୍ଵାଦୁ ପିଠା ତିଆରି କରି ପୁର୍ବ ପୁରୁଷଙ୍କୁ ଭୋଗ ନୈବେଦ୍ୟ ଦେଇ ପୁଜା ଅଗଣାରେ କରି ଥାଆନ୍ତି।ବଡ ବଡୁଆ ହୋ ଅନ୍ଧାରେ ଆସ ଆଲୁଅରେ ଯାଅ——-୭ ଥର କହି ଡାକି ପୁଜା ପାଠ କରି ଥାଆନ୍ତି। ଘରେ ଘରେ ଆନନ୍ଦର୍ ଲହରି ଖେଳି ଜାଇଥାଏ।ତା ପୁର୍ବରୁ ସନ୍ଧ୍ୟାବେଳେ ଘର ଆଗରେ ଦିପରେ ବଳିତା ତେଲ ଦେଇ ଜଳାଇ ରଖି ପିଲାମାନେ ବାଣ ଫୁଟାଇ ଆଲୋକର ପର୍ବକୁ ମହା ଆନନ୍ଦରେ ପାଳନ କରି ଥାଆନ୍ତି।ସାରା ରାଜ୍ୟରେ ଏହି ପର୍ବ ପାଳନ କରି ଏହି ଦିନର ମଜା ନେଇ ଥାଆନ୍ରି।ସେହିପରି ବାର ମାସରେ ୧୩ ପର୍ବ ହେଲା ଭଳି ଡାବୁଗାଁ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସବୁ ପର୍ବ ସବୁବେଳେ ପାଳନ କରି ଆସୁଛନ୍ତି ଆଦର୍ଶ ପ୍ରଧାନ ଶିକ୍ଷକ ସୁକାନ୍ତ୍ କୁମାର ସ୍ଵାଇଁ ଆସିବା ପରଠାରୁ।ସେଇଥିଯୋଗୁଁ ଏଠାରେ ପଢୁଥିବା ଛାତ୍ରୀମାନେ ଘରକୁ ଯିବା କୁ ମନ କରନ୍ତି ନାହିଁ। ଏହି ଦିନ ପ୍ରଧାନ ଶିକ୍ଷକ ଛାତ୍ରୀ ମାନଙ୍କ ପାଇଁ ଏଇ ପର୍ବର ମହତ୍ଵ ଜଣେଇବା ନିମନ୍ତେ ମିଠା ଓ ବାଣ ବଜାରରୁ କିଣି ସେ ନିଜେ ଓ ଅନ୍ୟ ଶିକ୍ଷକ/ଶିକ୍ଷୟତ୍ରୀ ମାନଙ୍କ ସହଜୋଗରେ ମିଠା ବଣ୍ଟନ କରି ଘରି,ଝିର୍ଝିର ବାଣ୍ ଲଗାଇ ମଜା ନେଇ ଥାଆନ୍ତି।ରାତ୍ରୀ ଭୋଜନରେ କ୍ଷୀରି କରାଜାଇ ବଣ୍ଟାଜାଇଥାଏ।ନବରଙ୍ଗପୁର ଜିଲ୍ଲାରେ ଉକ୍ତ ବିଦ୍ୟାଳୟ ର ଏକ ସ୍ଵତନ୍ତ୍ର ପରିଚୟ ସ୍ରୁଷ୍ଟି କରି ପାରିଛି ଏଇପରି ଏକ ଆଦର୍ଶ ପ୍ରଧାନ ଶିକ୍ଷକ ଙ୍କୁ ପାଇ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ୍ ମସିହା ନିୟୁଜ୍।

Related posts

ଥୁଆମୂଳ ରାମପୁର ବ୍ଳକ ଠାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା କିସ୍ କଳାହାଣ୍ଡି ଉଦ୍ଘାଟିତ

Sunil Chandra Nayak

ଆମ୍ ଆଦମୀ ପାର୍ଟି ର କାର୍ଯ୍ୟକାରିଣୀ ବୈଠକ

Sunil Chandra Nayak

Leave a Comment

error: Content is protected !!