ନର୍ଲା-(ମ ନି ସ )20/11/22-ବିଜ୍ଞାନ ପ୍ରସାର, ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ, ନାଗପୁର କର୍ପୋରେସନ ଓ ଏସୋସିଏସନ ଫର ରିସର୍ଚ୍ଚ ଏଣ୍ଡ ଟ୍ରେନିଂ ଇନ ବେସିକ ସାଇନ୍ସ ଏଜୁକେସନ ର ମିଳିତ ସହଯୋଗ ରେ ପାଳିତ ହେଇ ଯାଇଛି ଅପୂର୍ବ ବିଜ୍ଞାନ ମେଳା। ନାଗପୁର ଠାରେ ଅନୁଷ୍ଠିତ ମେଳା ର ରୌପ୍ୟ ଜୟନ୍ତୀ ସମାହାର ଉପଲକ୍ଷେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ବିଜ୍ଞାନ ର ପ୍ରଚାର ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଭାରତର ବିଭିନ୍ନ ପ୍ରାନ୍ତର ୫୦ ଜଣ ବ୍ୟକ୍ତି ବିଶେଷ ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।ଏହି ଅବସରରେ କଳାହାଣ୍ଡି ଜିଲ୍ଲା, ଜୟଦୁର୍ଗା ହାଇସ୍କୁଲ, ନର୍ଲାରୋଡ଼ ର ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ସନ୍ତୋଷ କୁମାର କରଙ୍କୁ ସମ୍ବର୍ଦ୍ଧିତ କରା ଯାଇଛି। ଜଣେ ନିୟମିତ ବିଜ୍ଞାନ ର ଜଟିଳ ବିଷୟ କୁ ସ୍ୱଳ୍ପ ମୂଲ୍ୟ ବା ବିନା ମୂଲ୍ୟର ଉପକରଣ ତିଆରି କରି ପିଲାଙ୍କୁ ବୁଝାଇବା, ବିଜ୍ଞାନ ଲେଖା, ବିଜ୍ଞାନ ସମ୍ପର୍କିତ ଦୃଶ୍ୟ ଶ୍ରାବ୍ୟ ସାମଗ୍ରୀ ପ୍ରସ୍ତୁତି ତଥା ସମାଜରେ ବୈଜ୍ଞାନିକ ଦୃଷ୍ଟିକୋଣ ର ପ୍ରଚାର ପ୍ରସାର କରି ଆସୁଛନ୍ତି। ସମ୍ବର୍ଦ୍ଧନା ସଭାର ମୁଖ୍ୟ ଅତିଥି ଭାବେ କେନ୍ଦ୍ର ମନ୍ତ୍ରୀ ଶ୍ରୀଯୁକ୍ତ ନିତିନ ଗଡ଼କରୀ ଯୋଗ ଦେଇ ବିଜ୍ଞାନ ର ସରଳ ପରୀକ୍ଷଣ ବୈଜ୍ଞାନିକ ଦୃଷ୍ଟକୋଣ ବିକାଶ କରିବାରେ ମୂଖ୍ୟ ଭୂମିକା ରହିଛି ବୋଲି ମତ ପ୍ରକାଶ କରି ଥିଲେ। କାର୍ଯ୍ୟକ୍ରମ ରେ ବିଶିଷ୍ଟ ଅତିଥି ଭାବେ ବିଜ୍ଞାନ ପ୍ରସାର ର ନିର୍ଦ୍ଦେଶକ ଡ଼. ନକୁଳ ପରାସର, ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ର କୁଳାଧିପତି ଡ଼. ଅମିତ ବାନାର୍ଜୀ, ଏସୋସିଏସନ ଫର ରିସର୍ଚ୍ଚ ଏଣ୍ଡ ଟ୍ରେନିଂ ଇନ ବେସିକ ଏଜୁକେସନ ର ସଂସ୍ଥାପକ ସୁରେଶ ଅଗ୍ରୱାଲ ଓ ମାର୍ଗ ଦର୍ଶକ ବ୍ରହ୍ମାନନ୍ଦ ସ୍ବାଇଁ ପମୁଖ ଉପସ୍ଥିତ ରହି ବିଜ୍ଞାନ ଶିକ୍ଷା ର ପ୍ରୟୋଗାତ୍ମକ ଦିଗ ପ୍ରତି ଦୃଷ୍ଟି ଦେବା କୁ ଆହ୍ୱାନ କରି ଥିଲେ।
ନିରଞ୍ଜନ ଗଉଡ଼,ନର୍ଲା l