ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ଗୁହାରୀ ଶୁଣିବ ହେ କଳା ଶ୍ରୀମୁଖ
    ଏଇ ମୋ ଗରୀବ ଡାକ
ତୁମରି ଦୁଆରେ ହାତ ପାତି ବସେ
       ଦିବସ ରଜନୀ ଯାକ।
କି ବର୍ଷା କି ଖରା ଜଗି ବସେ ସଦା
    ପେଟ ଚାଖଣ୍ଡକ ପାଇଁ
ପିଲା ଛୁଆ ତାର ଭୋକ ଉପବାସ
    ରକ୍ଷା କର ହେ ଗୋସାଇଁ।
ଗାଉଛି ଭଜନ ଶ୍ରବଣ ମଧୁର
     କିଏ ଯାଚି ଦେଏ ଦାନ
ସେଥିରରେ ତୃପ୍ତି ସଂସାର ତାହାର
   ସଦା ଡାକ ଭଗବାନ।
ବାବୁ ଶଦ୍ଦ ତାର ହେଉଛି କାକୁତି
      ମିନତି ମାଗଇ ଦାନ
କିଏ ଧର୍ମ ବ୍ୟକ୍ତି ଯାଚି ଦେଇ ଅର୍ଥ
      ଭକ୍ତି ରହୁ ସବୁ ଦିନ ।
ତୋ ମୁଖକୁ ଚାହିଁ ମୋ ଥାଳ ପୁରିଲା
       ଧରା ଦିଅ ସୁଖ ଶାନ୍ତି
ଜଗତ ବାସୀଙ୍କୁ ମଙ୍ଗଳ କରନ୍ତୁ
     ଭାବରେ କରୁଛି ଭକ୍ତି।
ଚାହିଁ ଦେଲେ ବାନା ଦୂର ରହେ ଶତ୍ରୁ
         ହସଖୁସି ନିଳାଞ୍ଚଳ
ଭକ୍ତିରେ କହିବା ଭାବରେ ଗାଇବା
      ମୋ ପ୍ରଭୁ ବିଜେ ଦେଉଳ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

କବିତା ସାହୁ ଙ୍କ କବିତା – ରାମ ନବମୀ

Sunil Chandra Nayak

କ୍ୟୁସିଏଫ୍ଆଇ ଗୁଣାତ୍ମକ ମଣ୍ଡଳୀର ୩୦ ତମ ସମ୍ମିଳନୀ ଅନୁଷ୍ଠିତ

Sunil Chandra Nayak

ପୂର୍ବ ଶତ୍ରୁତା କାଳ ହେଲା – ଗରମ ତେଲ ପଡ଼ି ମହିଳା ଗୁରୁତର , ଜଣେ ଗିରଫ

Sunil Chandra Nayak

Leave a Comment

error: Content is protected !!