ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ଗୁହାରୀ ଶୁଣିବ ହେ କଳା ଶ୍ରୀମୁଖ
    ଏଇ ମୋ ଗରୀବ ଡାକ
ତୁମରି ଦୁଆରେ ହାତ ପାତି ବସେ
       ଦିବସ ରଜନୀ ଯାକ।
କି ବର୍ଷା କି ଖରା ଜଗି ବସେ ସଦା
    ପେଟ ଚାଖଣ୍ଡକ ପାଇଁ
ପିଲା ଛୁଆ ତାର ଭୋକ ଉପବାସ
    ରକ୍ଷା କର ହେ ଗୋସାଇଁ।
ଗାଉଛି ଭଜନ ଶ୍ରବଣ ମଧୁର
     କିଏ ଯାଚି ଦେଏ ଦାନ
ସେଥିରରେ ତୃପ୍ତି ସଂସାର ତାହାର
   ସଦା ଡାକ ଭଗବାନ।
ବାବୁ ଶଦ୍ଦ ତାର ହେଉଛି କାକୁତି
      ମିନତି ମାଗଇ ଦାନ
କିଏ ଧର୍ମ ବ୍ୟକ୍ତି ଯାଚି ଦେଇ ଅର୍ଥ
      ଭକ୍ତି ରହୁ ସବୁ ଦିନ ।
ତୋ ମୁଖକୁ ଚାହିଁ ମୋ ଥାଳ ପୁରିଲା
       ଧରା ଦିଅ ସୁଖ ଶାନ୍ତି
ଜଗତ ବାସୀଙ୍କୁ ମଙ୍ଗଳ କରନ୍ତୁ
     ଭାବରେ କରୁଛି ଭକ୍ତି।
ଚାହିଁ ଦେଲେ ବାନା ଦୂର ରହେ ଶତ୍ରୁ
         ହସଖୁସି ନିଳାଞ୍ଚଳ
ଭକ୍ତିରେ କହିବା ଭାବରେ ଗାଇବା
      ମୋ ପ୍ରଭୁ ବିଜେ ଦେଉଳ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ଦେଶର ସର୍ବୋଚ୍ଚ ଆସନ ପାଇଁ ଗଣତନ୍ତ୍ର ପ୍ରକ୍ରିୟା…

Sunil Chandra Nayak

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ସଂସାର

Sunil Chandra Nayak

ଜିଲ୍ଲା ଜଜଙ୍କ ଚନ୍ଦାହାଣ୍ଡି କୋର୍ଟ ପରିଦର୍ଶନ

Sunil Chandra Nayak

Leave a Comment

error: Content is protected !!