ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବିତା ସାହୁ ଙ୍କ କବିତା କାର୍ତ୍ତିକ ବ୍ରତ

   କାର୍ତ୍ତିକ ବ୍ରତ

             କବିତା ସାହୁ   

ଓଡ଼ିଆ ଜାତିର ଆରାଧ୍ଯ ଠାକୁର 
ଲିଳାମୟଙ୍କ ର ଲିଳା ଯେ ଅପାର ।
ବାରମାସେ ତେର ଯାତରା ତାଙ୍କର 
କାର୍ତ୍ତିକ ଧରମ ମାସ ରେ ସାର।
ପ୍ରାତଃ କାଳେ ସ୍ନାନ ଦାନ ଧର୍ମ କର୍ମ 
ଶରୀର ମନ ଚିତ୍ତ ଶୁଦ୍ଧି କରଣ ।
ହିଂସା କ୍ରୋଧ ଲୋଭ କାମ ତେଜି 
ହରେକୃଷ୍ଣ ନାମ ହୃଦରେ ଭଜି ।
ଦରଶନ ବେଢା ପରିକ୍ରମା 
ରାଇ ଦାମୋଦର ଶିବ ଦରଶନ 
ବେଢା ପରିକ୍ରମା କୀର୍ତ୍ତନେ ମଜି।
ଗୃହେ ବୃନ୍ଦାବତୀ ଦେଇ ସଜାଇ  
ପଞ୍ଚ ମୁରୁଜେ ରାଧାକୃଷ୍ଣ ଚିତ୍ର ଲେଖଇ।
ଶଙ୍ଖ ଚକ୍ର ଗଦା ପଦ୍ମ ପଞ୍ଚୁପାଣ୍ଡବ ରୂପ 
ରାହାସ ବୃକ୍ଷ ବଗ ବଗୁଲୀ ଆକାଶଦୀପ। 
ନାନା ପ୍ରକାର ଚିତ୍ର ବିଚିତ୍ର କରି ପୁଜଇ 
ତୁଳସୀଙ୍କୁ ଫୁଲ  ସିନ୍ଦୁର ଚନ୍ଦନ ଦେଇ ।
ଗଜାମୁଗ ବୁଟ ଗୁଡ କଦଳୀ ଫଳ 
ଧୂପ ଦୀପ ନଇବେଦ୍ଯ କରି ଅର୍ପଣ।
ସୂର୍ଯ୍ୟଙ୍କୁ ଜଳ ଦେଇ ତୁଳସୀ ମୂଳେ 
  ହୁଳାହୁଳି ଶଙ୍ଖ ଘଣ୍ଟ ଘଣ୍ଟି ବଜାଇ ।
ଆନନ୍ଦେ ମହା କାର୍ତ୍ତିକ ମାହାତ୍ମ୍ୟ ଗାଇ
ହରେକୃଷ୍ଣ ହରେକୃଷ୍ଣ ନାମ ଭଜଇ।
ପ୍ରଦିକ୍ଷଣ ବୃନ୍ଦାବତୀ ଚତୁପାର୍ଶ୍ଵ ରେ
ପ୍ରାତଃ ପୂଜା ସାରିବ ଭକତି ଭାବ ରେ।
ମୁଗ ଓଉ କନ୍ଦମୂଳ ସାରୁ କଦଳୀ  
ଗୁଆ ଘିଅ ଅଦା ଛେଚା  ଡାଲମା କରି ।
ଅରୁଆ ଅନ୍ନ ସାଥେ ଅଗସ୍ତି ଶାଗ
ସୂର୍ଯ୍ୟାସ୍ତ ପୂର୍ବରୁ କରି ନୈବେଦ୍ଯ। 
ଭୁମିପରେ ବସି ମଉନେ କରି ଭୋଜନ 
ଲକ୍ଷ୍ମୀ ନାରାୟଣ ପାଶେ ରଖିବ ମନ।
ସଂଧ୍ୟାକାଳରେ ଗୃହେ ବା ମନ୍ଦିରରେ 
ଆକାଶଦୀପ ଜାଳି ଉଠଇ ଉପରେ। 
ମାସିକ ସାରା ରହିବ ନିଷ୍ଠାପର ହୋଇ 
ମିଛ ନିନ୍ଦା ଅପମାନ ହିଂସା କରିବ ନାହିଁ।
କାର୍ତ୍ତିକ ପୂର୍ଣ୍ଣମୀରେ ନଦୀରେ ଗାଧୋଇ 
ବୋଇତରେ ପାନ ଗୁଆ ଫୁଲ ଦୀପ ଦେଇ ।
ପୁରୁବ ଗୌରବ ଐତିହ ମନେ ପକାଇ 
ଆ,କା,ମା,ବୈ ଗୀତ କୁ ଗାଇ 
ବୋଇତ କୁ ପ୍ରଣମି ଦେବ ଭସାଇ। 
ଦାନ ଧର୍ମ ବ୍ରାହ୍ମଣ ଭୋଜନ ଦେଇ 
କାର୍ତ୍ତିକ ବ୍ରତ ସମାପନ ହୁଅଇ ।

         ଜୟପୁର

 

Related posts

କେସିଙ୍ଗା ବ୍ଲକ ଆଦିବାସୀ ସଂଘର ନବନିର୍ବାଚିତ କର୍ମକର୍ତା ନିର୍ବାଚନ

Sunil Chandra Nayak

ମସିହା ପ୍ରଭାବ- ୧୦ ମାସର ବାର୍ଦ୍ଧକ୍ୟ ଭତ୍ତା ପାଇନଥିବା ବୃଦ୍ଧା ପାଇଲେ ଭତ୍ତା

Sunil Chandra Nayak

ତେରେସିଂହାରେ ଗଜଲକ୍ଷ୍ମୀ ପୂଜା ଆରମ୍ଭ 

Sunil Chandra Nayak

Leave a Comment

error: Content is protected !!