ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜାତିସଂଘ ଦିବସ ଓ ଶିଶୁ ଉତ୍ସବ ପାଳିତ

କଟକ : ପବିତ୍ର ଦୀପାବଳି ଅବସରରେ ଉତ୍କଳ ସେବାଧର୍ମ ସାହିତ୍ୟ ପରିଷଦ ଆନୁକୁଲ୍ୟରେ ଜାତିସଂଘ ଦିବସ ଏବଂ ଶିଶୁ ଉତ୍ସବ ଆଦୃତା ଶିଶୁ ସଦନ ଶେଖ ବଜାର ପରିସରରେ ପାଳିତ ହୋଇ ଯାଇଛି । ଉକ୍ତ ଅବସରରେ ପ୍ରଫେସର ଡକ୍ଟର ବୈଷ୍ଣବ ଚରଣ ସାମଲ ଉଦ୍ଘାଟକ ଏବଂ ଡ଼କ୍ଟର ଶକୁନ୍ତଳା ବଳିଆର ସିଂହ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ ।ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ଶତ୍ରୁଘ୍ନ ପଟ୍ଟନାୟକ ଦୀପାବଳିର ତାତ୍ପର୍ଯ୍ୟ ବିଷୟରେ ଆଧ୍ୟାତ୍ମିକ ବିଶ୍ଳେଷଣ କରିଥିଲେ । ସମ୍ମାନିତ ବକ୍ତା ଭାବେ ପଣ୍ଡିତ ନୀଳକଣ୍ଠ ରାଉତ , ଡ଼କ୍ଟର ବୈଜୟନ୍ତି ମାଳା ଶତପଥୀ, କବି ଇଞ୍ଜିନିୟର ତୋଫାନ ଜେନା ପ୍ରମୁଖ ଉପସ୍ଥିତ ହୋଇ ଶିଶୁ ମାନଙ୍କର ଚରିତ୍ର ଗଠନ ପାଇଁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଦ୍ଵୀପାୟନ ପଟ୍ଟନାୟକ ଜାତିସଂଘର ସାଂପ୍ରତିକ ପରିସ୍ଥିତିରେ ପ୍ରାସଙ୍ଗିକତା ସମ୍ପର୍କରେ ଆଲୋକପାତ କରିଥିଲେ ।ଦନ୍ତ ଚିକିତ୍ସକ ନୀଳାଦ୍ରି ପଣ୍ଡା ପିଲାମାନଙ୍କର ଲକ୍ଷ୍ୟ ପୁରଣ ପାଇଁ ଅଧ୍ୟବସାୟ ଏବଂ ସତ୍ୟତା ଉପରେ ମତ ପୋଷଣ କରିଥିଲେ । ବରିଷ୍ଟ ଲେଖକ କାମାକ୍ଷା ପ୍ରସାଦ ମହତାବ ସମୟ ଅନୁସାରେ ସବୁ ପରିବର୍ତ୍ତନୀୟ ବୋଲି ମତବ୍ୟକ୍ତ କରିଥିଲେ । ଡ଼କ୍ଟର ବୈଜୟନ୍ତି ମାଳା ଶତପଥୀ ଛାତ୍ରଛାତ୍ରୀ ମାନଙ୍କୁ ସତ୍ୟର ଅନୁସରଣ କରିବାକୁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ବିଶ୍ୱଜିତ୍ ସୂର୍ଯ୍ୟବଂଶୀ ଛାତ୍ରଛାତ୍ରୀମାନେ ସଞ୍ଜମୀ ହୋଇ ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ ।ଉପନିର୍ଦେଶକ ଅଜୟ କୁମାର ପଣ୍ଡା ଛାତ୍ର ଛାତ୍ରୀ ମାନଙ୍କୁ ବଡ଼ ସ୍ବପ୍ନ ଦେଖିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଓଡ଼ିଶା ସଂସ୍କୃତି ସମ୍ମାନ ୨୦୨୨ ପ୍ରଫେସର ଡକ୍ଟର ବୈଷ୍ଣବ ଚରଣ ସାମଲ ଏବଂ ଡ଼କ୍ଟର ଶକୁନ୍ତଳା ବଳିଆରସିଂହଙ୍କୁ ଜୀବନବ୍ୟାପୀ ସାହିତ୍ୟ ସାଧନା ଏବଂ ସଂସ୍କୃତି ସଂପନ୍ନ ଜୀବନ ଯାପନ ପାଇଁ ପ୍ରଦାନ କରା ଯାଇଥିଲା । ଏହି ଅବସରରେ ଉପସ୍ଥିତ ଶ୍ରେଷ୍ଠ ପଚାଶ ଜଣ ଛାତ୍ର ଛାତ୍ରୀଙ୍କୁ ପ୍ରତିଭା ପୁରସ୍କାର ଅତିଥି ମାନେ ପ୍ରଦାନ କରିଥିଲେ । କୋଡିଏ ଜଣ କବିଙ୍କୁ କବି ପ୍ରତିଭା ସମ୍ମାନ ପ୍ରଦାନ କରାଯାଇଥିଲା । ସମସ୍ତ ଛାତ୍ର ଛାତ୍ରୀ ଅଭିଭାବକ ଏବଂ ଅତିଥି ମାନେ ସନ୍ଧ୍ୟାରେ ଦୀପ ଜାଳି ଦୀପାବଳି ମହା ସମାରୋହରେ ପାଳନ କରିଥିଲେ ।ଏହି ଅବସରରେ ସଞ୍ଜୟ କୁମାର ମହାରଣା, ବିରେନ୍ଦ୍ର କୁମାର ଜେନା, ଚିତ୍ତରଞ୍ଜନ ମହାନ୍ତି, ଦିବ୍ୟସାଚି ପ୍ରଧାନ, ସୁକୁମାର ସାମଲ ଏବଂ ଭରତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ପ୍ରତିଷ୍ଠାତା ସମ୍ପାଦକ ଡଃ ସଂଗ୍ରାମ କେଶରୀ ସାମନ୍ତରାୟ ଅତିଥି ପରିଚୟ ଏବଂ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Related posts

ନାୟକ ଅକ୍ଷୟ ରାଜହସ୍ତୀ ଙ୍କ କବିତା ଶବ୍ଦ ଶ୍ରଦ୍ଧାଞ୍ଜଳି

Sunil Chandra Nayak

ରେଣୁ ମାଝୀଙ୍କୁ ନ୍ଯାର୍ଯ୍ଯ ଦାବି ପାଇଁ ଆମ ଆଦମୀ ପାର୍ଟିର ଗଣଧାରଣା ୧୮ ଦିନ ରେ ପହଞ୍ଚିଲା

Sunil Chandra Nayak

କେସିଙ୍ଗା ସାମ୍ବାଦିକ ସମୂହଙ୍କ ବନ୍ଧୁମିଳନ ଓ ନୂଆଁଖାଇ ଭେଟଘାଟ

Sunil Chandra Nayak

Leave a Comment

error: Content is protected !!