ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

ତେନ୍ତୁଳିିଖୁଣ୍ଟି -୨୬/୧୦/୨୨–ତେନ୍ତୁଳିଖୁଣ୍ଟି ବ୍ଲକରେ ଆଜି ବ୍ଳକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଦିବ୍ୟ ହୃଦୟ ବାଳିକା ଉଚ୍ଚବିଦ୍ୟାଳୟ ପରିସର ରେ ଅନୁଷ୍ଠିତ ହୋଇଯାଇଛି।ବ୍ଳକର ସମସ୍ତ ପଂଚାୟତ ର ବିଦ୍ୟାଳୟ ର କ୍ଳଷ୍ଟର ସ୍ତର ର କୃତୀ ପ୍ରତିଯୋଗୀ ଏଥିରେ ଭାଗ ନେଇଥିଲେ।କଳା ସଂସ୍କୃତି କୁ ବଞ୍ଚାଇ ରଖିବା ସୁରଭି ଗୋଟିଏ ମାଧ୍ୟମ । ନାଚ ଗୀତ ମାଧ୍ୟମରେ ଛାତ୍ରଛାତ୍ରୀ ଙ୍କ କଳାକୃତି କୁ ବଞ୍ଚାଇ ରଖିବା ପାଇଁ ସୁରଭି ମାଧ୍ୟମରେ ରେ ଏହି କାର୍ଯ୍ୟକ୍ରମ ହେଉଛି ବୋଲି ବ୍ଲକ ଶିକ୍ଷା ଅଧିକାରୀ କହିଥିଲେ। ସୁରଭି ଦ୍ୱାରା ଲୁକ୍କାୟିତ ପ୍ରତିଭା କୁ ଲୋକଲୋଚନ କୁ ଆଣିବା ପାଇଁ ମଞ୍ଚ ମିଳିପାରୁଛି ବୋଲି ସମ୍ମାନିତ ଅତିଥି ମତ ରଖିଥିଲେ।ଆଜି ଏହି କାର୍ଯକ୍ରମରେ ପ୍ରବନ୍ଧ, ନାଚ, ଗୀତ ,ଖେଳ କୂଦ ପରିବେଷଣ କରିଥିବା   ଛାତ୍ରଛାତ୍ରୀ ଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। ଏହି ବ୍ଲକ ସ୍ତରୀୟ ସୁରଭି ର କୃତୀ ପ୍ରତିଯୋଗୀ ଜିଲ୍ଲା ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ରେ ଭାଗ ନେବେ। ସରକାର ମୋ ସ୍କୁଲ  ଯୋଜନା ରେ ଗୃହ ନିର୍ମାଣ ପାଇଁ ନୁଆ ଗୁଡ଼ା ର ଗୋବର୍ଦ୍ଧନ ଗୌଡ଼ ନିଜର 75 ସେଣ୍ଟ ଜମିରୁ 60 ସେଣ୍ଟ ବିଦ୍ୟାଳୟ କୁ ପ୍ରଦାନ କରିଥିବାରୁ ଏହି ବ୍ୟକ୍ତି କୁ ସମ୍ମାନିତ କରାଯାଇଥିଲା, ଡେଙ୍ଗପଦର ବିଦ୍ୟାଳୟ ର ପୁରାତନ ଛାତ୍ର ବାସୁଦେବ ବିଷୋୟୀ ମୋ ବିଦ୍ୟାଳୟ ପାଣ୍ଠି କୁ 10 ହଜାର ବ୍ଳକ ସ୍ତର ରେ ପ୍ରଥମ କରି ପ୍ରଦାନ କରିଥିବା ରୁ ସମ୍ମାନିତ କରାଯାଇଥିଲା। ସେହିପରି ପୂଜାରୀଗୁଡା ର ପୁରାତନ ଛାତ୍ର ସୁରେଶ ପାତ୍ର ପ୍ରଥମେ ନିଜ ବିଦ୍ୟାଳୟ କୁ 10 ହଜାର ଦେଇ ବିଦ୍ୟାଳୟ କୁ ଏକ ଲକ୍ଷ ସଂଗ୍ରହ କରି ମୋ ବିଦ୍ୟାଳୟ ପାଣ୍ଠି କୁ ପ୍ରଦାନ କରିଥିବାରୁ  ପାତ୍ର ଙ୍କୁ ବି  ସମ୍ମାନିତ କରାଯାଇଛି। ମୋ ବିଦ୍ୟାଳୟ ପାଣ୍ଠି କୁ ଅଞ୍ଚଳଗୁମା ପଂଚାୟତ ର ପୂର୍ବ ସରପଞ୍ଚ ସୂର୍ଯ୍ୟ ରନ୍ଧାରୀ ଓ ପୂଜାରୀଗୁଡା ପୂର୍ବତନ ସରପଞ୍ଚ କୁମର ପୂଜାରୀ,ପ୍ରଥମ କରି ଏକ ଲକ୍ଷ ଲେଖାଏଁ ପ୍ରଦାନ କରିଥିଲେ। ଏହି ଦୁଇ ପୂର୍ବତନ ସରପଂଚ ଙ୍କୁ ସମ୍ମାନିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ଭାଗ ନେଇଥିବା କୃତୀ ଛାତ୍ରଛାତ୍ରୀ ଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।ଆଜିର ଏହି କାର୍ଯ୍ୟକ୍ରମ ରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଡିଇଓ ପ୍ରଦୀପ କୁମାର ନାଗ ,ବିଡିଓ ଦୁର୍ଯ୍ୟୋଧନ ଭୋଇ, ତହସିଲଦାର ପ୍ରଦୀପ କୁମାର କର,ତେନ୍ତୁଳିଖୁଣ୍ଟି ବ୍ଳକର ଦୁଇ ଜିଲା ପରିଷଦ ସଭ୍ୟ କୃଷ୍ନା ମଞ୍ଜୁରୀ ବିଷୋୟୀ, ରତିକାନ୍ତ ପଣ୍ଡା,ଭାଇସ ଚେୟାରମ୍ୟାନ ରାଜେନ୍ଦ୍ର ବିଷୋୟୀ,ଏ ବିଇଓ ମଧୁସୂଦନ ବାଘ, ରମେଶ ଟାକ୍ରୀ, ହେଲେନ ସୁନା ସମେତ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି କ୍ଷେତ୍ର ମୋହନ ବିଶୋଇ ମଞ୍ଚା ସିନ ଥିଲେ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଅବକାରୀ ବିଭାଗର ଚଢ଼ାଉ ,ବିପୁଳ ପରିମାଣ ର ଦେଶୀ ମଦ ଜବତ ସହ ଦୁଇ ଗିରଫ

Sunil Chandra Nayak

କବିତା ସଙ୍କଳନ’ ସ୍ନିଗ୍ଧ ଶିଶିର ‘ ଲୋକାର୍ପିତ

Sunil Chandra Nayak

ଶ୍ରୀମାଙ୍କ ଜନ୍ମଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!