ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲଡୁଗାଁ ସରପଞ୍ଚଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଦେଲେ ଲଡୁଗାଁ ପଞ୍ଚାୟତ ବାସୀ

କୋକସରା,୨୬/୧୦-( ମ ନି ସ) ଜାତୀୟ ସ୍ତରରେ ଆୟୋଜିତ ତ୍ରିସ୍ତରୀୟ ପଞ୍ଚାୟତ ପରିଚାଳନା କର୍ମଶାଳା ପାଇଁ ଓଡ଼ିଶାରୁ ଦୁଇଜଣ ସରପଞ୍ଚଙ୍କୁ ରାଜ୍ୟ ପ୍ରଶାସନ ପକ୍ଷରୁ ମନୋନୀତ କରି ଦିଲ୍ଲୀରେ ଗତ ୧୮/୧୯ ତାରିଖ ରେ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ପରିଚାଳନା ଶିବିର ପାଇଁ ପଠା ଯାଇଥିଲା। କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତର ସରପଞ୍ଚ ନକୁଳ ନାଏକ କର୍ମଶାଳା ଶିବିରରେ ଯୋଗ ଦେଇ ସଫଳତାର ସହ କଳାହାଣ୍ଡି ରୁ ପ୍ରତିନିଧିତ୍ୱ କରି ରବିବାର ନିଜ ପଞ୍ଚାୟତକୁ ଫେରିଥିବା ବେଳେ ଲଡୁଗାଁ ପଞ୍ଚାୟତ ବାସୀଙ୍କ ପକ୍ଷରୁ ସରପଞ୍ଚଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧିତ କରାଯାଇଛି। ଏହା ସହ ବାଜା ବଜାଇ ଏକ ବାଇକ ଶୋଭା ଯାତ୍ରାରେ ତାଙ୍କୁ ସୁନାମାଲ, ଆଇଁଲି ଗ୍ରାମରୁ ଲଡୁଗାଁ ଗ୍ରାମ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ। ଏହି ଅବସରରେ ଲଡୁଗାଁ ଦୁର୍ଗା ମଣ୍ଡପ ନିକଟରେ ଏକ ସାଧାରଣ ସଭାର ଆୟୋଜନ ହୋଇଥିବା ବେଳେ ଲଡୁଗାଁ ଗ୍ରାମ ପଞ୍ଚାୟତର ବରିଷ୍ଠ ନାଗରିକ କିଶୋର ଚନ୍ଦ୍ର ଦାସ ଙ୍କ ସଭାପତିତ୍ୱରେ ସମ୍ମାନିତ ଅତିଥି ଭାବେ ସାମାଜିକ କର୍ମୀ ଅଶୋକ ଅଗ୍ରୱାଲ, ପବନ କୁମାର ଅଗ୍ରୱାଲ, କାଉଡୋଳା ସରପଞ୍ଚ ଦେବୀସିଂ ତାଣ୍ଡି, କାଶିବାହଲ ସରପଞ୍ଚ ପ୍ରତିନିଧି ରୁଦ୍ର ପ୍ରସାଦ ନାଏକ,ପୁର୍ବତନ ସରପଞ୍ଚ କହ୍ନେଇ ଚରଣ ଦାସ ଉପସ୍ଥିତ ରହି ଲଡୁଗାଁ ସରପଞ୍ଚଙ୍କୁ ସରକାର ଙ୍କ ତରଫରୁ ପ୍ରତିନିଧିତ୍ୱ କରିବା ପାଇଁ ସୁଯୋଗ ଦେଇଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମ କୁ ପଙ୍କଜ ମୁଖ ଚୌଧୁରୀ ପରିଚାଳନା କରିଥିଲେ।

Related posts

ପାଞ୍ଚଟି ନଳକୂପରୁ ଥାଇ ମଧ୍ୟ ଉପଯୋଗୀ ନୁହେଁ , ତେଲନଦୀ ବାଲି  ଚୁଆଁ ଉପରେ ନିର୍ଭର ପଣ୍ଡକୁଳ ବାସୀ

କୋକସରା ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

Sunil Chandra Nayak

ଜ୍ୟୋତ୍ସ୍ନା ରାଣୀ ଦେବୀ ଙ୍କ କବିତା ଲୁନା ଚାହିଁଥିଲା ବାଟକୁ

Leave a Comment

error: Content is protected !!