ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିରିକୋଟ ଗ୍ରାମରେ ପବିତ୍ର ଦୀପାବଳି ପର୍ବ ଅବସରରେ ବାଲିଫୁଲ ପିନ୍ଧା ଉତ୍ସବ

ରାଜ୍ଯରେ କରୋନା କଟକଣା ଯୋଗୁଁ ଅନେକ ସ୍ଥାନରେ ଜାନୀଯାତ୍ରା ଫିକା ପଡିଯାଇଥିଲା, ଏବେ କରୋନା କଟକଣା ହଟିବା ପରେ ପୂରପଲ୍ଲୀରେ ଜାନୀଯାତ୍ରା ର ଆସରା ଧୂମଧାମରେ ପାଳନ କରାଯାଇଥିଲା। ଏହି ବର୍ଷ ଦଶହରା ପର୍ବ ପରେ ପରେ ଦୀପାବଳି ପର୍ବ ବେଶ୍ ଆନନ୍ଦ ଉହ୍ଲାସର ସହିତ ବିଭିନ୍ନ ସ୍ଥାନରେ ପାଳନ କାରାଯାଇଥିବା ବେଳେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଅନ୍ତର୍ଗତ ବିରିକୋଟ ଗ୍ରାମପଞ୍ଚାୟତ ମୂଖ୍ଯାଳୟଠାରେ ଦୀପାବଳି ପର୍ବ ମହାସମୋରୋହରେ ପାଳନ ଅବସରରେ ବାଳିଫୁଲ ପିନ୍ଧା କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଗ୍ରାମବାସୀନ୍ଦା ପ୍ରକାଶ କରିଥିଲେ ଯେ କେଉଁ ଆବାହନ କାଳରୁ ପୂର୍ବପୁରୁଷମାନଙ୍କ ସମୟରୁ ଏହି ଦୀପାବଳି ପର୍ବ ପାଳନ କରୁଥିଲେ, ସେହି ପରମ୍ପରାକୁ ବଞ୍ଚାଇବା ଉଦ୍ଦେଶ୍ୟ ନେଇ ଆମେ ମଧ୍ୟ ଏହି ଦୀପାବଳି ପର୍ବ ପାଳନ କରିଆସୁଛୁ ବୋଲି କହିଛନ୍ତି। ଦୀପାବଳି ୩ ଦିନ ଧରି ପାଳନ କରନ୍ତି ପ୍ରଥମ ଦିନରେ ସମସ୍ତ ପରିବାର ନୂଆ ଲୁଗା ପରିଧାନ କରି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ କୁକୁଡ଼ା କ୍ଷୀରି ପିଠା ଧୂପଦୀପ ଫୁଲଚନ୍ଦନ ସହିତ ପୂଜାର୍ଚ୍ଚନା କରନ୍ତି ଦ୍ବିତୀୟ ଦିବସରେ ବଡି ଭୋର ସକାଳୁ ମାଁ ମାନେ ଗାଧୋଇ ସାରି ଫୁଲ ସିନ୍ଦୁର ଦୀପଧୂପ ଓ ହଳଦୀ ଚାଉଳ ସହ ଗୋରୁଗାଈ ଙ୍କୁ ମଥାରେ ହଳଦୀ ଚାଉଳର ଚିତା ଦେଇ ପୂଜା କରି କାକୁଡି,ମାଖନ, ଝୁଡୁଙ୍ଗ, ପୋଡାମାଛ ମିଶାଇ ଘାଣ୍ଟ ତରକାରୀ କରି ପୂର୍ବ ପୁରୁଷାନୁକ୍ରମେ ଚଳି ଆସିଛି ସେ ସବୁ ଖାଦ୍ଯକୁ ପିତୃପୁରୁଷ ଉଦ୍ଦେଶ୍ୟ ରେ ଛାତ ଉପରେ ରଖି ଦୀପ ପ୍ରଜ୍ବଳିତ କରାଯାଏ। ତୃତୀୟ ଦିବସ ଯଥା ଦୀପାବଳି ଅନ୍ତିମ ପର୍ଯ୍ୟାୟରେ ବାଲିଫୁଲ ପିନ୍ଧା କାର୍ଯ୍ଯକ୍ରମ ସଂନ୍ଧ୍ୟା ସମୟରେ ସମାଜର ଧଂଗଡାମାଝୀ ଗ୍ରାମ ଲୋକଙ୍କୁ ହକାରୀ ନିର୍ଦ୍ଦେଶ ଦେଇ ସେଠାରେ ପାରମ୍ପରିକ ନୀତିନିୟମ ଅନୁସାରେ ବାଲିଫୁଲ ପିନ୍ଧା ଉତ୍ସବ ପାଳିତ ହୁଏ ବାଣଫୁଟେଇବା ସହ ସେହି ସମୟରେ ହୁଳହୁଳି ଶଦ୍ଦ ରେ ଉଛୁଲି ପଡିଥିଲା। ଏହି କାର୍ଯ୍ଯକ୍ରମରେ ଆବାଳବୃଦ୍ଧବନିତା ଉପସ୍ଥିତ ରହିଥିଲେ। ଶାନ୍ତିଶୃଙ୍ଖଳା ଭାବରେ ଦୀପାବଳି ପର୍ବ ଶେଷ ହୋଇଥିବା ଜଣାଯାଇଛି।

ଥଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

 

Related posts

ରାଉରକେଲା ବିକାଶ ମଞ୍ଚର ଦ୍ବିତୀୟ ସଚେତନତା ସମାବେଶ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

ଖଟୁଶ୍ୟାମ ସମାରୋହ ଉଦଯାପିତ

Leave a Comment

error: Content is protected !!