ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖୁଟୁଲୁଗୁଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଶିଶୁ ମହୋତ୍ସବ ସୁରଭି -୨୦୨୨

ଧର୍ମଗଡ଼: ୨୭/୧୦/୨୦୨୨ ଧର୍ମଗଡ଼ ବ୍ଲକ୍ ଅନ୍ତର୍ଗତ ଖୁଟୁଲୁଗୁଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୨ ଅନୁଷ୍ଠିତ ହୋଇ ଯାଇଛି। ଖୁଟୁଲୁଗୁଡା ସିଆରସିସି ଲୋକେଶ୍ବର ପାରୀ ସଂଯୋଜନା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ କୁ ଗଡିଆଯୋର ସରପଞ୍ଚ ଶ୍ରୀ ଉଦିତ କୁମାର ନାଏକ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମ ରେ କନିଷ୍ଠ ଓ ବରିଷ୍ଠ ଦୁଇଟି ବର୍ଗ ରେ ମୋଟ ୧୭ ଗୋଟି ବିଷୟରେ ପ୍ରତିଯୋଗିତା ହୋଇଥିଲା । କୃତି ପ୍ରତିଯୋଗୀ ଙ୍କୁ ଅତିଥି ଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମ ର ମୁଖ୍ୟ ଉଦ୍ଦେଶ୍ୟ ଗ୍ରାମାଞ୍ଚଳ ର ଲୁକ୍କାୟିତ ପ୍ରତିଭାଙ୍କୁ ବିକାଶ କରିବା । ଆୟୋଜିତ କାର୍ଯ୍ୟକ୍ରମ ରେ ଲକ୍ଷ୍ମୀ ଧର ମାଝୀ, ଦିଲିପ ପଣ୍ଡା, ରାଗେଶର ସେଠୀ, ଲୋଭା ନାଏକ,ରୋଜି ଧରୁଆ, ମିନାଖି ଗୋପାଳ, ଶଶିଭୂଷଣ ଷଡ଼ଙ୍ଗୀ, ଗୁଣ ନାଏକ, ସୁନିଲ ପଣ୍ଡା,ଚାରୁଲତା ଦେଇ ଙ୍କ ସମେତ ବିଭିନ୍ନ ବିଦ୍ୟାଳୟ ରୁ ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ। ସୁଚିତ ଜଗତ ମଞ୍ଚ ପରିଚାଳନା କରିଥିଲେ ଏବଂ ଆଶିଷ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

ସମବେଦନା ସହ ଆଶୁ ଆରୋଗ୍ୟ କାମନା କଲା ଜିଲ୍ଲା କଂଗ୍ରେସ ଟିମ୍ 

Sunil Chandra Nayak

ଖୁବ୍ ଶୀଘ୍ର ତରକେରା ନିକଟକୁ ସ୍ଥାନାନ୍ତରିତ ହେବ ଡମ୍ପିଂ ୟାର୍ଡ଼ : ଆରଏମସି କମିଶନର

masiha

ନୂଆ ଜଙ୍ଗଲ ଅଧିକାର ଆଇନ ରେ ଜନଜାତିଙ୍କୁ ଧୋକା

Sunil Chandra Nayak

Leave a Comment

error: Content is protected !!