ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନର୍ଲା: ଉତ୍ତର ବନଖଣ୍ଡରେ ହାତୀ ଉପଦ୍ରବ,ଧାନ ଫସଲ ନଷ୍ଟ

ନର୍ଲା (ମନିସ) କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ କେସିଙ୍ଗା ରେଞ୍ଜ ଓ ନର୍ଲା ରେଞ୍ଜ ଅଧିନରେ ଆସୁଥିବା ଗାଁ ଗୁଡ଼ିକରେ ହାତୀଙ୍କ ଆତଙ୍କ ଦିନକୁ ଦିନ ବୃଦ୍ଧି ପାଉଛି। ନର୍ଲା ନିକଟସ୍ଥ ରେଗିଡିମାଲ, ଡଙ୍ଗରମାଳ, ପାଙ୍ଗା, ତେର୍ଲୋ,ବାଙ୍କେଲ,ଭଟାଙ୍ଗ,ବମକ ଓ ରୁପ୍ରାରୋଡ ସେକ୍ସନରେ ଥିବା ଭଟାଖମାର, ଶ୍ରୀପୁର,ବୁର୍ଡିପଡାରେ ହାତୀଉପଦ୍ରବ ଦେଖା ଯାଇଛି। ଗୋଟିଏ ଗୋଟିଏ ହାତୀ ପଲରେ ୩ ରୁ ୩୨ ଗୋଟି ହାତୀ ରହି ଆସୁଥିବା ବେଳେ ଶତାଧିକ ହାତୀ ଉକ୍ତ ବନଖଣ୍ଡରେ ରହି ଆସୁଥିବା ଯୋଗୁଁ ଧାନ ଫସଲ ପ୍ରଭାବିତ ହେବା ଆଶଙ୍କା ରହିଛି। ଚାଷୀ ଶଶିଦେବ ପୂଝାରୀ, ଚନ୍ଦ୍ର ପୂଝାରୀ, ବିରେନ୍ଦ୍ର ଚାନ୍ଦ, ଅନି ବିଶ୍ୱାଳ ପ୍ରମୁଖ ହାତୀ ଧାନ ଫସଲ ନଷ୍ଟ କରିଥିବା ଅଭିଯୋଗ କରିଛନ୍ତି। ତେବେ ରୁପ୍ରାରୋଡ ଓ ନର୍ଲା ସେକ୍ସନର ଫରେଷ୍ଟ କର୍ମଚାରୀ ବିଶ୍ଵଜିତ ଠାକୁର,ଭବାନୀ ଶଙ୍କର ନାଏକ ଓ ସ୍ଵତନ୍ତ୍ର ଟିମ ଦିନ,ରାତି ହାତୀ ଘୋଉଡାଇବାରେ ଲାଗିଥିବା ସୂଚନା ଦେଇଛନ୍ତି।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

ଲାଞ୍ଚ ଖୋର କିରାଣୀଙ୍କୁ ବାନ୍ଧିଲା ଭିଜିଲାନ୍ସ

Sunil Chandra Nayak

ଭିନ୍ନକ୍ଷମ କୁ ହୁଇଲ ଚେୟାର ପ୍ରଦାନ

Sunil Chandra Nayak

ଗୀତାଞ୍ଜଳି ପୃଷ୍ଟି ଙ୍କ କବିତା ଋତୁ ଚକ୍ରର ଦ୍ୱିତୀୟ ସ୍ତବକ

Sunil Chandra Nayak

Leave a Comment

error: Content is protected !!