ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାତ ମାଇଲି ଠାରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ 

ଢେ଼ଙ୍କାନାଳ (ମସିହା)୨୮/୧୦_ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନ ଓ ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ କାର୍ଯ୍ଯକ୍ରମ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଜନତା ମହାବିଦ୍ୟାଳୟ ସାତମାଇଲ ଠାରେ ବିଜୁ ଯୁବ ଛାତ୍ର ଜନତା ଦଳ ଆନୁକୂଲ୍ୟରେ ଆଜି ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି! ଏହି କାର୍ଯ୍ୟକ୍ରମରେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ଙ୍କ ସମେତ ଢେଙ୍କାନାଳ ଜିଲ୍ଲା ଯୁବ ବିଜେଡି ସଭାପତି ତଥା କାମାକ୍ଷାନଗର ଏନଏସି ଅଧକ୍ଷ ଶ୍ରୀଯୁକ୍ତ ଧର୍ମାନନ୍ଦ ପରିଡା,ଜିଲ୍ଲା ଛାତ୍ର ବିଜେଡ଼ି ସଭାପତି ସୂରଜ କୁମାର ମହାପାତ୍ର,ରାଜ୍ଯ ଛାତ୍ର ବିଜେଡ଼ି ସାଧାରଣ ସଂପାଦକ ସଞ୍ଜୀବ କୁମାର ପୃଷ୍ଠି, ହିନ୍ଦୋଳ ବ୍ଲକ୍ ଅଧ୍ୟକ୍ଷା ସସ୍ମିତାରାଣୀ ନାୟକ,ଉପାଧ୍ୟକ୍ଷ ବରୁଣ କୁମାର ସର ଏବଂ ଯୁବ ଛାତ୍ର ଓ ବିଜୁ ଜନତା ଦଳର ସମସ୍ତ କର୍ମକର୍ତ୍ତା,ସରପଞ୍ଚ, ସମିତିସଭ୍ଯ, ଜିଲ୍ଲାପରିଷଦ ଉପସ୍ଥିତ ରହି ସମସ୍ତ ରକ୍ତଦାତାଙ୍କୁ ଉତ୍ସାହିତ କରିଥଲେ ! ଏହି କାର୍ଯ୍ୟକ୍ରମରେ ମୋଟ ୨୫୪ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା lଏନଏସି ସମେତ ହିନ୍ଦୋଳ ବ୍ଲକର ସମସ୍ତ ପଞ୍ଚାୟତରୁ ଆସିଥିବା ରକ୍ତ ଦାତା ରକ୍ତ ଦାନ କରିଥିଲେ। ସମସ୍ତ ରକ୍ତଦାତା ଏବଂ ସମସ୍ତ ରକ୍ତ ସଂଗ୍ରହ କରିଥିବା ଢେଙ୍କାନାଳ ଓ ହିନ୍ଦୋଳ ଡାକ୍ତରଖାନାର ଡାକ୍ତର ଏବଂ ସରକାରୀ କର୍ମଚାରୀ ଭାଈ ଭଉଣୀଙ୍କୁ ବିଜୁ ଜନତା ଦଳ ପକ୍ଷରୁ ଅଶେଷ ଅଶେଷ ଧନ୍ୟାବାଦ ସହ କୃତଜ୍ଞତା ଜ୍ଞାପନ କରାଯାଇଛି l

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ଅପର୍ତ୍ତି ସେଠୀ ଙ୍କ କବିତା ଭାଗ୍ଯଲେଖା

Sunil Chandra Nayak

ଭାରସାମ୍ୟ ହରାଇ ନୟନଯୋଡିକୁ ଓଲଟିଲା ଚାଉଳ ବୋଝେଇ କଣ୍ଟେନର

Sunil Chandra Nayak

ଚିଲିଗୁଡା ସରକାରୀ ନୀଳ ମାଧବ ହାଇ ସ୍କୁଲ ସ୍ମାର୍ଟ ସ୍କୁଲ ଭାବରେ ଲୋକାର୍ପିତ

Leave a Comment

error: Content is protected !!