ଅବ୍ୟକ୍ତ ବେଦନା
ଉପେନ୍ଦ୍ର କୁମାର ବସ୍ତିଆ
ବେଦନାରେ ସିଝିସିଝି
ଯାଇଥିବା ମନଟିଏ
ଦୁଃଖକୁ ସାଉଁଟି ନେଇ
କହି ପାରେନି ଭାଷାରେ ,
ଲେଖି ପାରେନି କାଗଜରେ ,
ଦେଖାଇ ପାରେନି ଭଙ୍ଗିରେ
କିନ୍ତୁ ଖାଲି••••
ଚାହେଁ ନିରୀହ ଚାହାଁଣୀରେ ।
ଶତାଧିକ ବେଦନାରେ
ଜର୍ଜରିତ ମନଟି
କିପରି କହିବ ,କାହିଁକି କହିବ
କାହାକୁ କହିବ ଭାବୁ ଭାବୁ
ଚାହେଁ ଖାଲି ••••
କେବଳ ହତାଶ ଚାହାଁଣୀରେ ।
ଛଳ ଛଳ ଆଖି କିନ୍ତୁ
ସାକ୍ଷୀ ହୋଇ ରହିଯାଏ
କେହି ତାକୁ ସାହା ଭରସା
ନ ହେଲେ ନାହିଁ ପଛେ
ଆଖି ଦୁଇଟିକୁ ••••
କେହିଦେଖି ନେଲେ ଜାଣି ହୁଏ
କେତେ ଯେ ଅବ୍ୟକ୍ତ ବେଦନା
ଅଛି ତା ମନ ହୃଦୟରେ ।
ରାଉରକେଲା