ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୂତନ ବ୍ଲକ ଶିକ୍ଷା ଅଧିକାରୀ ଙ୍କ ଯୋଗଦାନ

ଚନ୍ଦାହାଣ୍ଡି (ମ ନି ସ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଗୋଷ୍ଠୀ ଶିକ୍ଷାଧିକାରୀ ଭାବେ ଶୋଭେନ କୁମାର ମଣ୍ଡଳ କାର୍ଯ୍ୟ ରେ ଯୋଗ ଦେବା ଅବସରରେ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ(NPS) ,ଚନ୍ଦାହାଣ୍ଡି ସଭାପତି ବିଶ୍ୱରଂଜନ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇ ନୂତନ ଭାବେ ଯୋଗ ଦେଇଥିବା ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଦିଆ ଯାଇଥିଲା। ଏହି ସ୍ୱାଗତ ସମାରୋହ ରେ ଏବିଇଓ ପ୍ରେମଚାନ୍ଦ ସିଂ ଧୁରୁଆ, ବିଜୟାନନ୍ଦ ସୋରି,ନୀଳକଣ୍ଠ ଦାଶ, ତ୍ରିପତି ଦଳେଇ , ଏମ ବିଘ୍ନେଶ୍ବର ଆଚାରୀ, ସୌରୀ ରଞ୍ଜନ ସାହୁ, ରେଣୁଧର ପୂଜାରୀ, ଶୋଭାସିଂ ପୋଡ଼,ରଞ୍ଜିତ ସାହୁ,ଆଶିଷ ରଞ୍ଜନ ଖମାରୀ, ରବୀନ୍ଦ୍ର ନାୟକ, ରାଜେଶ୍ୱର ଦଣ୍ଡସେନା, ଡିଙ୍ଗର ସିଂ ଜଗତ,ଲକ୍ଷ୍ମୀଧର ପୂଜାରୀ, ତିଲ ଚାନ୍ଦ ନାୟକ, ବୀରବର ପଣ୍ଡା,ହରେକୃଷ୍ଣ ସାହୁ,ଛବିଲାଲ କୋଲଥିଆ, ହେମଲାଲ ନାୟକ, ସୁରେନ୍ଦ୍ର ନାୟକ ପ୍ରମୁଖ ଯୋଗ ଦେଇଥିଲେ । ୧୦ ଟି କ୍ଲଷ୍ଟର ର ସିଆରସିସି ମାନଙ୍କ ଦ୍ଵାରା ମଧ୍ୟ ବରିଷ୍ଠ ସିଆରସିସି ଅଭିରାମ ବଗର୍ତ୍ତି ଙ୍କ ଦ୍ୱାରା ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ୍ 

Related posts

ଯୁବ ରେଡକ୍ରସ ପ୍ରବେଶକାଳୀନ ସଭା

Sunil Chandra Nayak

କନ୍ତିମିଲି ଗ୍ରାମ ରେ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ

ଜିଲ୍ଲା ଶିକ୍ଷା ସ୍ଥାୟୀ ସମିତି ଅଧ୍ୟକ୍ଷ’ଙ୍କ ବଜ୍ରପାତ ଏବଂ ସର୍ପ ଦଂଶନରେ ନିହତ ପରିବାର’ଙ୍କୁ ସାକ୍ଷାତ

Sunil Chandra Nayak

Leave a Comment

error: Content is protected !!