ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାଉଡୋଳା ଠାରେ ଭିମା ଦେବତାଙ୍କ ବାଲିଯାତ୍ରା ପ୍ରସ୍ତୁତି ନେଇ ଗ୍ରାମ୍ୟ ସଭା ଅନୁଷ୍ଠିତ

କୋକସରା,୨୯/୧୦-  (ମ ନି ସ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଳା ଗ୍ରାମରେ ଚଳିତ ବର୍ଷ ଭିମା ଦେବତାଙ୍କ ବାଲିଯାତ୍ରା ଉତ୍ସଵ ପାଳନ ପାଇଁ ଶୁକ୍ରବାର ଅପରାହ୍ନରେ କାଉଡୋଳା ଜଗନ୍ନାଥ ମନ୍ଦିର ପରିସରରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଗ୍ରାମ୍ୟ କମିଟିର ଆବାହକ ବୁଟୁନାଥ ସରାବୁଙ୍କ ନେତୃତ୍ୱରେ ଗ୍ରାମବାସୀଙ୍କ ଉପସ୍ଥିତିରେ ମିଳିତ କ୍ରିୟାନୁଷ୍ଠାନ କମିଟିର ବୈଠକରେ କାଉଡୋଳା ଗ୍ରାମର ସମସ୍ତ ବର୍ଗର ବୁଦ୍ଧିଜୀବୀ, ଜନ ପ୍ରତିନିଧି, ଜନସାଧାରଣ ଉପସ୍ଥିତ ରହିଥିଲେ। ସର୍ଵ ସମ୍ମତି କ୍ରମେ ବାଲିଯାତ୍ରା ଗ୍ରାମ୍ୟ କମିଟି ଗଠନ କରାଯାଇଛି। କମିଟିର ସ୍ଥାୟୀ ସଦସ୍ୟ ଗ୍ରାମ ଗୌନ୍ତିଆ ଶଶୀ ଭୂଷଣ ପଣ୍ଡା, ଗ୍ରାମ୍ୟ ପୁଝାରି ଦୁଷ୍ମନ୍ତ ପୁଝାରି, ଈଶ୍ୱର ମାଝୀ, କୈଳାଶ ଯାନୀ, ଗଣ୍ଡା ପରିବାରର ସଦସ୍ୟ ପଞ୍ଚାନନ ବେଶ୍ରା, ପୃଷ୍ଠପୋଷକ ସ୍ବେଛାସେବୀ କାର୍ତିକ ମାଝୀ, ଗ୍ରାମ ନରିଆ ମହେଶ୍ୱର ନାଗ, ଜଗନ୍ନାଥ ମନ୍ଦିର ପୂଜକ ଉମାକାନ୍ତ ଦାସ ରହିଥିବା ବେଳେ ପରିଚାଳନା କମିଟି ରେ କମଳାକାନ୍ତ ପଣ୍ଡା, ବିରଞ୍ଚି ନାରାୟଣ ପୁରୋହିତ, ଶ୍ରୀଧର ମୁଣ୍ଡ, ମନୋଜ କୁମାର ସାହୁ, ବିଶ୍ୱମର ସାହୁ, ଜନ୍ମେଜୟ ସାହୁ, ମାଧବ କୋଚିଆ, ରୂପଧର ମାଝୀ, ରାମେଶ୍ୱର ଧଙ୍ଗଡା ମାଝୀ, କମଳାକାନ୍ତ ମାଝୀ, ପ୍ରମୋଦ କୁମାର ସରାବୁ, ଅରକ୍ଷିତ ସରାବୁ, ମାଧବ ସରାବୁ, ସୁଦର୍ଶନ ସେଠି ପ୍ରମୁଖ କର୍ମକର୍ତ୍ତାଙ୍କୁ ବାଲିଯାତ୍ରା ପାଇଁ ଗ୍ରାମ୍ୟ କମିଟି ପକ୍ଷରୁ ମନୋନୀତ କରାଯାଇଛି।

Related posts

ପୁଣି ମହଙ୍ଗା ମାଡ,ମହଙ୍ଗା ହେଲା ତୃତୀୟ ପକ୍ଷ ବୀମା, ଗାଡି କିଣିବାକୁ ଖର୍ଚ୍ଚ କରିବେ ଅଧିକ ଟଙ୍କା

ଝାଡ଼ଖଣ୍ଡ ମୁକ୍ତିମୋର୍ଚାର ବରିଷ୍ଠ ନେତା ସୁନିଲ ମାଝୀଙ୍କ ଘର‌ବାହୁଡା

Sunil Chandra Nayak

ଖୁବ୍ ଶୀଘ୍ର “ଗ୍ୟାଙ୍ଗସ୍ ଅଫ୍ ପୁରୀ” 

Sunil Chandra Nayak

Leave a Comment

error: Content is protected !!