ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅବକାରୀ ବିଭାଗର ଅବହେଳା ପାଇଁ ହିନ୍ଦୋଳରେ ବଢ଼ିଲା ରନ୍ଧା ମଦ ର ଆସର 

ଢେଙ୍କାନାଳ (ମ ନି ସ)29/10 / ଆପଣ ମାନେ ଦେଖୁଛନ୍ତି ଯେ ଓଡ଼ିଶାର ବିଭିନ୍ନ ସ୍ଥାନରେ ମଦ ବିରୋଧୀ ଆନ୍ଦୋଳନ ବଢ଼ିବାରେ ଲାଗୁଛି I ଲୋକ ମାନେ ଏବେ ବୁଝିଗଲେଣି ଯେ ମଦ ପାଇଁ ବିଭିନ୍ନ ରୋଗର ଶିକାର ହେବା ସହିତ ମଦ ପିଇ ନିଜର ହିତାହିତ ଜ୍ଞାନ ଭୁଲି ବିଭିନ୍ନ ଭୁଲ କାମ କରୁଛନ୍ତି I କିନ୍ତୁ ଗାଁ ଗହଳି ଅଂଚଳରେ ଟଙ୍କାର ଅଭାବରେ ଲୋକ ଅପମିଶ୍ରିତ ରନ୍ଧା ମଦ ପିଇ ଥାନ୍ତି ଏବଂ ନିଜର ସର୍ବନାଶ କରିଥାନ୍ତି I ଏହି ଅପମିଶ୍ରିତ ରନ୍ଧା ମଦକୁ ରୋକିବା ପାଇଁ ସରକାରଙ୍କ ତରଫରୁ ଅବକାରୀ ବିଭାଗ ଗଠନ କରାଯାଇଥାଏ I ଅତି ଦୁଃଖର କଥା ଯେ ଅବକାରୀ ବିଭାଗ ଯଦି ଘଟଣାକୁ ଚପାଇ ଦେବାକୁ ଚେଷ୍ଟା କରିବେ, ତେବେ ଲୋକେ ଗୁହାରି କରିବେ କାହାକୁ I ସୂଚନାରୁ ପ୍ରକାଶ ଯେ ହିନ୍ଦୋଳ ବ୍ଲକ କୁଟୁଣିଆ ଗ୍ରାମପଂଚାୟତର ଖରିଡାଳି ଗ୍ରାମରେ ବିପୁଳ ପରିମାଣରେ ଅପମିଶ୍ରିତ ମଦ ରନ୍ଧା ଯାଉଥିବାର ଦେଖିବାକୁ ମିଳୁଛି I ଏହି ରନ୍ଧା ଯୋଗାଡ଼( ପୋଚ)କୁ ଘଞ୍ଚ ଜଙ୍ଗଲ ମଧ୍ୟରେ ରନ୍ଧା ଯାଉଥିବାର ଦେଖିବାକୁ ମିଳୁଛି I କିନ୍ତୁ ଖରିଡାଳି ଗ୍ରାମର ଜନୈକ ବ୍ୟକ୍ତିଙ୍କର ଗାଈ ସେ ରନ୍ଧା ଯୋଗାଡ଼ କୁ ପିଇ ମରିଯାଇଥିଲା ଏବଂ ବହୁତ ଲୋକ ସ୍ୱାସ୍ଥ୍ୟ ଗତ ସମସ୍ୟାରେ ମୃତ୍ୟୁ ବରଣ କରିଥିବାର ଦେଖିବାକୁ ମିଳିଛି I ଗତ 27 ତାରିଖ ଦିନ ମଦ ରନ୍ଧା ଯାଉଥିବାର ଖବର ପାଇ ଗ୍ରାମବାସୀ ସେ ଜଙ୍ଗଲ ଭିତରକୁ ଯାଇ ମଦ ଯୋଗାଡ଼କୁ ଜବତ କରିଥିଲେ I ଯେତେବେଳେ ସେମାନେ ହିନ୍ଦୋଳ ଅବକାରୀ ବିଭାଗକୁ ଖବର ଦେଇଥିଲେ ହିନ୍ଦୋଳ ଅବକାରୀ ଅଧିକାରୀ କୌଣସି କାର୍ଯ୍ୟାନୁଷ୍ଠାନ ନ ନେଇ ଘଟଣାକୁ ଚପାଇ ଦେବାକୁ ଯୋଜନା କଲେ ଏବଂ ଘଟଣା ସ୍ଥଳକୁ ଆସିନଥିଲେ I ଫଳରେ କିଛି ସମୟ ଅପେକ୍ଷା କରିବା ପରେ ଜବତ ହୋଇଥିବା ପ୍ରାୟ 500 ଲିଟର ମଦ ଯୋଗାଡ଼(ପୋଚ ) କୁ ଢ଼ାଲିଦେଇଥିଲେ I ଏହି ଯୋଗାଡ଼ ଅତି ବିଷାକ୍ତ ହୋଇଥିବାରୁ ଜୀବ ଜନ୍ତୁ ପିଇଲେ ମୃତ୍ୟୁ ମୁଖରେ ପଡନ୍ତି ସବୁଠାରୁ ବଡ଼ ଚିନ୍ତାର ବିଷୟ ମଦ ତିଆରି କରୁଥିବା ବ୍ୟକ୍ତି ସେ ରନ୍ଧା ଯାଉଥିବା ମହୁଲ ପୋଚ କୁ ଗ୍ରାମର ବିଦ୍ୟାଳୟ ପରିସରକୁ ଲାଗିରହିଥିବା ଜଙ୍ଗଲରେ ରଖାଯାଉଛି, ଯଦି କୌଣସି ଛାତ୍ର ଛାତ୍ରୀ ଏହାର କୁପ୍ରଭାବରେ ପଡନ୍ତି ସେଥିପାଇଁ କେଉଁ ମାନେ ଦାୟୀ ରହିବେ ବୋଲି ଜନମତ ସୃଷ୍ଟି ହୁଏ I ଶୁଣିବାକୁ ମିଳେ ଯେ ମଦ ରାନ୍ଧୁଥିବା ବ୍ୟକ୍ତି ଶାସକ ଦଳର ଟାଣୁଆ ନେତାଙ୍କ ପାଖ ଲୋକ ହୋଇଥିବାରୁ ତାଙ୍କୁ କୌଣସି ଅବକାରୀ ବିଭାଗର ଅଧିକାରୀ ଗିରଫ କରୁନଥିବା କଥା ଶୁଣିବାକୁ ମିଳୁଛି I ଶେଷରେ ଗ୍ରାମବାସୀ ଢେଙ୍କାନାଳ ଜିଲ୍ଲା ୱେବ ମିଡ଼ିଆ ସାମ୍ବାଦିକ ସଙ୍ଘର ସାହାଯ୍ୟ ନେଇ ଥିଲେ I ହିନ୍ଦୋଳ ଅବକାରୀ ବିଭାଗର ଏପରି କାର୍ଯ୍ୟ ଶୈଳୀ କୁ ଦେଖି ବୁଦ୍ଧିଜୀବୀ ମହଲରେ ଘୋର ନିନ୍ଦା ହେଉଛି I

 ଢେଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ସହ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ

Related posts

ନୀଳଗିରି ବେପାରୀ ଲାଗି ପ୍ରଦୂଷିତ ହେଉଛି ରାସ୍ତା , କବଜା କରି କାର୍ଯ୍ୟ କରୁଛନ୍ତି 

Sunil Chandra Nayak

ବାଲାଜି ସେଠୀ ଙ୍କ କବିତା  ମୁଁ ଓ ମୋ ପ୍ରେମ 

Sunil Chandra Nayak

ଚେମ୍ବର୍ ଅଫ କମର୍ସ ର ବାର୍ଷିକ ବୈଠକ ଓ ନୂଆ ଖାଇ ଭେଟ ଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!