ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମଧ୍ୟାହ୍ନ ଭୋଜନ ପାଚିକା ମାନଙ୍କ ଗୁରୁତ୍ଵପୁର୍ଣ ବୈଠକ ଓ ନୂତନ କମିଟି ଗଠନ

ଡାବୁଗାଁ, ୩୦/୧୦(ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ କୋଇଲାରୀ ଗ୍ରାମ ପଞ୍ଚାୟତ କୋଇଲାରୀ ଗ୍ରାମରେ ମଧ୍ୟାହ୍ନ ଭୋଜନ ପାଚିକା ମାନଙ୍କର ଏକ ଗୁରୁତ୍ଵପୁର୍ଣ ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଡାବୁଗାଁ ବ୍ଲକର ୪୬ ଟି ସ୍କୁଲର ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରୁ ଥିବା ପାଚିକା ମାନଙ୍କୁ ନେଇ ଏକ ଗୁରୁତ୍ଵପୁର୍ଣ ବୈଠକ ବସିଥିଲା । ଉକ୍ତ ବୈଠକରେ ପାଚିକା ମାନଙ୍କ ଦରମା ବୃଦ୍ଧି ଦୈନିକ୪୬ ଟଙ୍କାରୁ ୩୦୦ ଟଙ୍କା କରାଇବା ଉପରେ ବ୍ୟାପକ ଆଲୋଚନା କରାଯାଇଥିଲା । ଏହା ପରେ ନୂତନ କମିଟି ଗଠନ ହୋଇଥିବା ବେଳେ ସଭାପତି ଭାବେ ଜୟମଣୀ ଭତ୍ରା, ସମ୍ପାଦିକା ଭାବେ ଆସାମା ବେଗମ୍, ସହ-ସମ୍ପାଦିକା ଫୁଲ ଜାନୀ, କୋଷାଧକ୍ଷ ଭାବେ ବିଦ୍ୟାବତୀ ବିଷୋୟୀ, ଉପଦେଷ୍ଟା ଭାବେ ଭୈରବସିଂ ମାଝୀ ଓ ଗ୍ରାମର ଭଦ୍ରବ୍ୟକ୍ତି ଇଶ୍ଵର ମାଝୀ ଓ ରାମସିଂ ମାଝୀ ପ୍ରମୁଖଙ୍କୁ ସର୍ବ ସମ୍ମତି କ୍ରମେ ମନୋନୀତ କରାଯାଇଥିଲା। ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

କୁଲତା ଯୁବ ଶକ୍ତିର ସାଂଗଠନିକ ବୈଠକ

Sunil Chandra Nayak

ଡ୍ରାଇଭର ମହାସଂଘ ତରଫରୁ ଡାବୁଗାଁ ତହସିଲଦାର ଙ୍କୁ ଦାବିପତ୍ର

Sunil Chandra Nayak

କୃଷକଙ୍କ ଅବଦାନ ବିନା କଳାହାଣ୍ଡି ଓ କୃଷି ବିକାଶ ଅସମ୍ଭବ

Sunil Chandra Nayak

Leave a Comment

error: Content is protected !!