ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜନଜାତି ସୁରକ୍ଷା ମଞ୍ଚ ତରଫରୁ ଏକ ବୈଠକ

 ଡାବୁଗାଁ, ୩୧/୧0(ମ. ନି. ସ.)– ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଡାବୁଗାଁ ର ପରଜା ସମାଜ ଗୃହ ଠାରେ ଜନଜାତି ସୁରକ୍ଷା ମଞ୍ଚ ତରଫରୁ ଏକ ବୈଠକ ହୋଇଥିଲା । ପ୍ରଥମେ ଦଶ ଗୋଟି ବ୍ଲକ ପାଇଁ ଜନଜାତି ସୁରକ୍ଷା ମଞ୍ଚ କମିଟି ଗଠନ ପାଇଁ ଡିସେମ୍ବର ମାସ ସୁଦ୍ଧା ସାରିବା ପାଇଁ ଆଦିବାସୀ ମହାସଂଘ ଆବାହକ ରାଜମହନ ଭତରା ପରାମର୍ଶ ଦେଇଥିଲେ ଓ ଉମରକୋଟ ବ୍ଲକ ଜନଜାତି ସୁରକ୍ଷା ମଞ୍ଚ ସଭାପତି କାମସିଙ୍ଗ ମାଝୀ ,ଜିଲ୍ଲା ବଞରା ସମାଜ ସଭାପତି ମିଟୁ ବଞରା, ଡାବୁଗାଁ ବ୍ଲକ ର ଜନଜାତି ସୁରକ୍ଷା ମଞ୍ଚ ସଭାପତି ମୋହନ ସିଂ ଗଣ୍ଡ, ନବରଙ୍ଗପୁର ଜିଲ୍ଲା ପରଜା ସମାଜ ସଭାପତି ବୁଦୁ ଜାନୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନା ଶେଷ ହେବା ପରେ ଡାବୁଗାଁ ଅଖିଳ ଭାରତୀୟ ବିକାଶ ପରିଷଦ ସଭାପତି ମୋହନ ନାୟକ ସମସ୍ତ ଙ୍କୁ ଧନ୍ୟବାଦ ଦେଇ ସଭାସାଙ୍ଗ କରିଥିଲେ।

ଡାବୁଗାଁ ରୁ ପ୍ରଜ୍ଞା ରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

କେୟାର ଇଣ୍ଡିଆ ପକ୍ଷରୁ କୃଷକ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ଏନ୍ଆଇଟିକୁ ବିଜୁ ପଟ୍ଟନାୟଙ୍କ ନାମରେ ନାମିତ କରାଯାଉ

Sunil Chandra Nayak

ମୁସ୍କୁଟି ସ୍ଥିତ ମିଳିତ ପଞ୍ଚାୟତ ହାଇସ୍କୁଲ, ରୁପ୍ରା ଠାରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!