ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପର୍ଜଙ୍ଗ ବ୍ଲକ ବସୋଇ ପଞ୍ଚାୟତରେ ଆମ୍ ଆଦମୀ ପାର୍ଟିର ଜୋନାଲ ସମୀକ୍ଷା ବୈଠକ

କାମାକ୍ଷାନଗର (ମ ନି ସ)30/10/  ଆମ୍ ଆଦମୀ ପାର୍ଟିର ଲୋକାଭିମୁଖୀ ଯୋଜନା ଯୋଗୁଁ ବହୁତ ସମର୍ଥକ ପାର୍ଟି ସହ ଯୋଡ଼ି ହେଉଛନ୍ତି। ପାର୍ଟି ପକ୍ଷରୁ ଆଜି ବସୋଇ, କଙ୍କିଳି, ପଥରଖମ୍ବ, ଜୟପୁରାକାଟେଣି, ବାରିହାପୁର ଓ ମୁକ୍ତାପଶି ପଞ୍ଚାୟତର ସକ୍ରିୟ କାର୍ଯ୍ୟକର୍ତ୍ତା ସହ ସ୍ଥାନୀୟ ଲୋକମାନେ ଏଥିରେ ଯୋଗ ଦେଇଥିଲେ। ଜିଲ୍ଲା କାର୍ଯ୍ୟକାରିଣୀର ବରିଷ୍ଠ ସଦସ୍ୟ ବିଭୁ ପ୍ରସାଦ ସାହୁ, ଉପସଭାପତି ପର୍ଶୁରାମ ମହାଭୋଇ, ଜିଲ୍ଲା ଯୁବ ଉପସଭାପତି ଶ୍ରୀ ବିଭୁତି ପ୍ରଧାନ, ପର୍ଜଙ୍ଗ ବ୍ଲକ ସଭାପତି ପ୍ରକାଶ ବିଶ୍ବାଳ ବ୍ୟତୀତ ପଞ୍ଚାୟତ ସ୍ତରୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। କଙ୍କିଳିର ରୋହିତ ସାହୁ, କାମାକ୍ଷୀ ବେହେରା, ବସୋଇ ପଞ୍ଚାୟତର ଶୈଳୈନ୍ଦ୍ର ସାହୁ, ବିଜୟ ବିଶ୍ବାଳ, ଉଦୟନାଥ ବିଶ୍ବାଳ, ଉପେନ୍ଦ୍ର ବେହେରା, ବାରିହାପୁର ପଞ୍ଚାୟତର ଜ୍ଞାନରଞ୍ଜନ ସାହୁ, ବଡଝରାର ସାନୁ ମହାପାତ୍ର, ସୂର୍ଯ୍ୟ କୁମାର ସାହୁ, ସୁନିଲ ସେଠୀ, ପଥରଖମ୍ବ ପଞ୍ଚାୟତର ପୂର୍ଣ୍ଣ ଚନ୍ଦ୍ର ବିଶ୍ବାଳ, ମୁକ୍ତାପଶିର ବିକାଶ ନାଏକ, ବଟକୃଷ୍ଣ ନାଏକ ଓ ଜୟପୁରା କାଟେଣୀର ଇନ୍ଦ୍ରମଣି ସାହୁ, ନରୋତ୍ତମ ସାହୁ, ସୁରଥ ପ୍ରଧାନ, ଜିତେନ୍ଦ୍ର ପ୍ରଧାନ, ଶୁସାନ୍ତ ବେହେରା ପ୍ରମୁଖ ଯୋଗ ଦେଇଥିଲେ। ବୈଠକରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମିଡ଼ିଆ ପ୍ରଭାରୀ ଶ୍ରୀ ଜିତେନ୍ଦ୍ର ବେହେରା ଉପସ୍ଥିତ ରହି ଦିଲ୍ଲୀର ଆମ୍ ଆଦମୀ ପାର୍ଟି ସରକାରଙ୍କର ଗୁଣାତ୍ମକ ଶିକ୍ଷା, ବିଶ୍ବସ୍ତରୀୟ ସ୍ବାସ୍ଥ୍ୟ ସେବା, ମାଗଣା ବିଜୁଳି, ପାଣି, ମିସକଲ ମାଧ୍ୟମରେ ଜରୁରୀ ସେବା ପ୍ରଦାନ, ମହିଳା ସଶକ୍ତିକରଣ, ସାମାଜିକ ସୁରକ୍ଷା, କୃଷିଭିତ୍ତିକ ଯୋଜନା, ଦୁର୍ନୀତି ମୁକ୍ତ ଓ ଭ୍ରଷ୍ଟାଚାର ମୁକ୍ତ ଶାସନ ଉପରେ କର୍ମୀମାନଙ୍କୁ ବାର୍ତ୍ତା ଦେଇଥିଲେ। ଆଗାମୀ ଦିନରେ ଅଧିକରୁ ଅଧିକ ବୈଠକର ଆୟୋଜନ କରି ଲୋକଙ୍କୁ ଦଳ ସହ ଯୋଡିବା ପାଇଁ ମାର୍ଗଦର୍ଶନ କରିଥିଲେ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ୍

Related posts

ମଧୁମିତା ମିଶ୍ର ଙ୍କ କବିତା ଆତ୍ମାର ଆତ୍ମକଥା..

Sunil Chandra Nayak

ରାସ୍ତା ସାଜିଛି ପ୍ରତିବନ୍ଧକ, ଖଟିଆ ରେ ବୁହା ହେଲେ ମହିଳl ରୋଗୀ

Sunil Chandra Nayak

ଏକଲ ଅଭିଯାନ ପକ୍ଷରୁ ଗୋଲାମୁଣ୍ଡା ଶିବାଜୀ ଷ୍ଟାଡିୟମଠାରେ ଖେଳକୁଦ ପ୍ରତିଯୋଗୀତା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!