ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ୱାଇଏମଏଫଆଇ ପକ୍ଷରୁ ସଙ୍ଗୀତ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଉରକେଲା/ ୱାଇଏମଏଫଆଇ ରିଦିମ୍ ପକ୍ଷରୁ ସ୍ଥାନୀୟ ସିଭିକ୍ ସେଣ୍ଟର୍ ଠାରେ ଏକ ମନୋଜ୍ଞ ସଂଗୀତ କାର୍ଯ୍ୟକ୍ରମ ‘ଓସନ୍ ଅଫ୍ ମ୍ୟୁଜିକ୍‌’ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରାଉରକେଲା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ସେ ତାଙ୍କ ବକ୍ତବ୍ୟରେ କହିଲେ ଯେ, ଜୀବନରେ ସଂଗୀତ ଆନନ୍ଦ ଭରି ଦେଇଥାଏ । ରାଉରକେଲାର କଳାକାରମାନଙ୍କୁ ଚିହ୍ନଟ କରିବା ଓ ପ୍ରୋତ୍ସାହନ କରିବା ଦିଗରେ ଅନୁଷ୍ଠାନର ଉଦ୍ୟମକୁ ସେ ସାଧୁବାଦ ଜଣାଇଥିଲେ । ଏହି ଅବସରରେ ଶ୍ରୀ ନାୟକଙ୍କୁ ସୁନ୍ଦରଗଡ଼ ଜିଲ୍ଲାର ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଶିବା ସିମେଣ୍ଟ ଲିମିଟେଡ୍‌ର ନିର୍ଦ୍ଦେଶକ ଆର.ପି. ଗୁପ୍ତା, ରାଉରକେଲା ଚ୍ୟାମ୍ବର ଅଫ୍ କମର୍ସ ଏଣ୍ଡ ଇଣ୍ଡଷ୍ଟ୍ରିଜ୍‌ର ସଂପାଦକ ସୁନିଲ କୟାଲ୍‌, ୟୁନିଟେକ୍ ଗ୍ରୁପ୍‌ର ଚେୟାରମ୍ୟାନ୍ ନରେଶ ଆର୍ଯ୍ୟ, ସ୍ୱସ୍ତିକ ଇଂଜିନିୟରିଂର ସିଇଓ ଇଂ. ଗୋପୀନାଥ ପଟ୍ଟନାୟକ, ଆଇଏଚଆରସିର ସୁନ୍ଦରଗଡ଼ ଜିଲ୍ଲା ସଭାପତି କୁମାର ବେହେରା, ବସ୍ତିଆ ମେମୋରିଆଲ୍ ଟ୍ରଷ୍ଟର ଚେୟାରମ୍ୟାନ୍ ଇଂ. ହେମନ୍ତ କୁମାର ମିଶ୍ର, ରିମ୍‌ସର ସେକ୍ରେଟାରୀ ଡ. ଆର୍ଯ୍ୟ ପଟ୍ଟନାୟକ, ରାଜଗାଙ୍ଗପୁରର ସମାଜସେବୀ କମଲ ଅଗ୍ରୱାଲ, ବୁଦ୍ଧିଜୀବୀ ତଥା ଫାଇନାନ୍ସ କନସଲ୍ଟଟାଣ୍ଟ ଇଂ. ନଳିନୀକାନ୍ତ ଧର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଅତିଥିମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ୱାଇଏମଏଫଆଇର ସାଧାରଣ ସଂପାଦକ ବିବେକାନନ୍ଦ ଦାସଙ୍କର ତତ୍ତ୍ବାବଧାନରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ସଙ୍ଗୀତ କାର୍ଯ୍ୟକ୍ରମକୁ ପ୍ରଶାନ୍ତ ଦାସ ଓ ସୁଶାନ୍ତ ଦାସ ପରିଚାଳନା କରିଥିଲେ । ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ମୋନାଲିସା ସାହୁ ଓ ମୋନାଲିସା ଗୌଡ଼ ସଂଯୋଜନା କରିଥିଲେ । ଓଡ଼ିଶା ମାଧ୍ୟମିକ ଶିକ୍ଷାବୋର୍ଡର ଅବସରପ୍ରାପ୍ତ ସହ ସଂପାଦକ ତଥା ସଙ୍ଗୀତଜ୍ଞ ଶିଶିର ମିଶ୍ର ପ୍ରଦୀପ ପ୍ରଜ୍ଜ୍ୱଳନପୂର୍ବକ ଉଦ୍‌ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଶୋକ ପଟେଲ, ରିନା କଦମବାଲା, ସଂଜୀବ ସ୍ୱାହା, ଝୁନୁ ନାୟକ, ରାଜ, ରାଜା ସ୍ୱାଇଁ, ବିରୋଜିନୀ ମହାନ୍ତି, ପ୍ରଶାନ୍ତ, ଶ୍ରୀମା, ନରେନ୍ଦ୍ର ପାତ୍ର, ଅନୁମତି ଗିରି, ପ୍ରତିମା ସେନାପତି, ଅଜୟ ଖଟୁଆ, ବିତିସ, ବାସନ୍ତୀ ସେଠୀ, ସଂଜିତ୍ ପାଢ଼ୀ, ଲିଲି, ପ୍ରଭାକର, ମିନତୀ, ସସ୍ମିତା, ସୁରଜିତ୍‌, ସୁଶାନ୍ତ, ସଂଜୟ, ଜୟନ୍ତି ପାତ୍ର, ଉ ମ ମହାପାତ୍ର, ଲିଜା ସ୍ୱାଇଁ, ମନୋଜ କବି, ଜ୍ୟୋତ୍ସ୍ନା ନନ୍ଦ, ମିନାକ୍ଷୀ ପାଢ଼ୀ, ପ୍ରଦୋଷ ପଣ୍ଡା, ରଜତ, ପ୍ରାଂଜଳି ନାଗ, ସୁଷମା ମହାରଣା, ବିଭୁ ଦ , ଅନୁମତି, ମୋହନ ନାୟକ, ଶିଶିର, ନରେନ୍ଦ୍ର ପାତ୍ର, ରାଜଶ୍ରୀ, ପ୍ରଭାକର, ଜୟା, ସଂଜୟ ଯୋଶୀ ପ୍ରମୁଖ ସୁଲଳିତ କଣ୍ଠ ସଂଗୀତ ପରିବେଷଣ କରିଥିଲେ । ଉପସ୍ଥିତ ଦର୍ଶକ ଓ ଶ୍ରୋତାମାନେ ଏହି ମନୋଜ୍ଞ ସଂଗୀତ କାର୍ଯ୍ୟକ୍ରମକୁ ବେଶ୍ ଉପଭୋଗ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା – ପ୍ରୀତି ର ବାସେ ମହକ

Sunil Chandra Nayak

ଓଡ଼ିଶା ର ମହିଳା ନୂତନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କର ବିଜୟ କୁ ନେଇ ସମଗ୍ର କନ୍ଧମାଳ ରେ ଖୁସି ର ଲହରୀ

Sunil Chandra Nayak

ଶକ୍ତିଦା ବିଷୋୟୀ ଙ୍କ କବିତା ଘର ପରିବାର ସରଗପୁର

Sunil Chandra Nayak

Leave a Comment

error: Content is protected !!