ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବ୍ଳକ ସ୍ତରୀୟ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର

ନର୍ଲା(ମନିସ) ନର୍ଲା ବ୍ଳକ ଅନ୍ତର୍ଗତ ଭୀମକେଲା ଗ୍ରାମ ପଞ୍ଚାୟତ ପରିସରରେ ଏକ ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ତାର ସମାଧାନ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ବୃଦ୍ଧ, ବୃଦ୍ଧାଙ୍କ ବାର୍ଦ୍ଧକ୍ୟ ଭତ୍ତା, ଆବାସ ଯୋଜନା, ରାସନ୍ କାର୍ଡ, କୃଷି ସମସ୍ୟା,ଜବକାର୍ଡ, ପାନୀୟ ଜଳ ସମସ୍ୟା ସହିତ ଅନ୍ୟାନ୍ୟ ସମସ୍ୟା ଉପରେ ମୋଟ ୪୦୫ ଗୋଟି ଅଭିଯୋଗ ଗ୍ରହଣ କରାଯାଇଛି। ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବାସନ୍ତୀ ସେଠୀ, ବ୍ଳକ ଅଧ୍ୟକ୍ଷା ମନୋରମା ମହାନ୍ତି, ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ କ୍ଷିତିଶ ଚନ୍ଦ୍ର ନାଏକ, ଭୀମକେଲା ସରପଂଚ ଜାନକୀ ଗଉଡ, ସମିତି ସଦସ୍ୟା ଦୀପାଞ୍ଜଳୀ ମାଝୀ, ନର୍ଲା ଆଇଆଇସି ଗଙ୍ଗାଧର ମେହେର, କାର୍ଯ୍ୟ ନିର୍ବାହ ଅଧିକାରୀ ରବି କୁମାର ନାଏକ, ଯୋଗାଣ ସହାୟକ ବିକ୍ରମ ସାହୁ, ଅଙ୍ଗନବାଡ଼ି କର୍ମୀ କଳ୍ପି ବୈଠାରୁ, ସୁପର ଭାଇଜର ସଂଘମିତ୍ରା ପଟ୍ଟନାୟକ ଓ ପଞ୍ଚାୟତର ୱ।ର୍ଡ ସଭ୍ୟ,ସଭ୍ୟା ସହ ବିଭିନ୍ନ ବିଭାଗ ଅଧିକାରୀ,ଶତାଧିକ ସଂଖ୍ୟାରେ ଅଭିଯୋଗକାରୀ ଉପସ୍ଥିତ ଥିଲେ।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୨ ଅନୁଷ୍ଠିତ

Sunil Chandra Nayak

ବାଘ ଛାଲ ସହ ଶିକାରୀ ଜବତ

ଦୋକାନ ବଜାରରେ ଅବାଧ ରେ  ବିଦେଶୀ ମଦ ବିକ୍ରି, ଅବକାରୀ ବିଭାଗ ନୀରବଦ୍ରଷ୍ଟା

Sunil Chandra Nayak

Leave a Comment

error: Content is protected !!