ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୁରୁଣାକଟକରେ ଦୁର୍ନୀତି ନିବାରଣ ସପ୍ତାହ ପାଳିତ

ବୌଦ୍ଧ -02/11- ଜିଲ୍ଲା ଦୁର୍ନୀତି ନିବାରଣ ବିଭାଗ , ନେହେରୁ ଯୁବ କେନ୍ଦ୍ର ବୌଦ୍ଧ ଓ ଜାତୀୟ ସେବା ଯୋଜନାର ମିଳିତ ଆନୁକୂଲ୍ୟରେ ବୌଦ୍ଧରେ ଦୁଇଟି ପର୍ଯ୍ୟାୟରେ ଦୁର୍ନୀତି ନିବାରଣ ସପ୍ତାହ ପାଳିତ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ପୁରୁଣାକଟକ ପଞ୍ଚାୟତ କାର୍ଯ୍ୟlଳୟ ପ୍ରାଙ୍ଗଣରେ ସରପଞ୍ଚ ଅଶୋକ କୁମାର ସେଠୀଙ୍କ ସଭାପତିତ୍ତ୍ୱରେ ମୁଖ୍ୟଅତିଥି ରୂପେ ହରଭଙ୍ଗା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରବିନ୍ଦ୍ର ନାଥ କହଁର,ସମ୍ମାନିତ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ, ନିବାରଣ ନିରୀକ୍ଷକ ଜଗବନ୍ଧୁ ଜରିଆ , ନେହେରୁ ଯୁବକେନ୍ଦ୍ରର କର୍ମକର୍ତ୍ତା ଆସମାନ ମହାକୁଡ଼ ଯୋଗ ଦେଇ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇଥିଲେ । ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ଭୈରବୀ ଡିଗ୍ରୀ କଲେଜରେ ଭାରପ୍ରାପ୍ତ ଅଧ୍ୟକ୍ଷ ଡ଼କ୍ଟର ପ୍ରମୋଦ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଦୁର୍ନୀତି ନିବାରଣ ସପ୍ତାହ ପାଳିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ, ଦୁର୍ନୀତି ନିବାରଣ ନିରୀକ୍ଷକ ଜଗବନ୍ଧୁ ଜରିଆ, ନେହେରୁ ଯୁବକେନ୍ଦ୍ରର କର୍ମକର୍ତ୍ତା ଆସମାନ ମହାକୁଡ଼ ଯୋଗ ଦେଇ କାର୍ଯ୍ୟକ୍ରମ ମହତ୍ୱ, ଲକ୍ଷ୍ୟ, ଉଦ୍ଦେଶ୍ୟ ସମ୍ପର୍କରେ ଛାତ୍ରଛାତ୍ରୀଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ରଞ୍ଜିତ କୁମାର ସାମଲ ଅତିଥି ପରିଚୟ ପ୍ରଦାନ କରିବା ସହ ସଭା ପରିଚାଳନା କରିଥିବା ବେଳେ କ୍ରୀଡ଼ା ଶିକ୍ଷକ ମଧୁସୂଦନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ମସିହା ନିୟୁଜ

Related posts

କୁଜଙ୍ଗ ଉପ-ମଣ୍ଡଳ ତରଫରୁ ଏରସମା ବ୍ଲକର କୃଷ୍ଣଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟାଳୟରେ ଡାକମେଳା ଅନୁଷ୍ଠିତ 

Sunil Chandra Nayak

ପଲ୍ଲୀ ବିକାଶ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ ପାଳନ

Sunil Chandra Nayak

ରାଜା ଆର୍ତ୍ତରାଣ ଉଚ୍ଚ ବିଦ୍ୟାଳୟ ରେ ଉତ୍କଳ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!