ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପରଜଙ୍ଗରେ ନିଯୁକ୍ତି ମେଳା ଅନୁଷ୍ଠିତ 

କାମାକ୍ଷାନଗର (ମସିହା)1/11_ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ପରଜଙ୍ଗ ମିନିଷ୍ଟାଡିୟମ ଠାରେ ଏକ ନିଯୁକ୍ତି ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ମଙ୍ଗଳବାର ଦିନ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଓ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଚାରି ଗୋଟି ବ୍ଲକ କଙ୍କଡ଼ାହାଡ଼, ଭୁବନ, କାମାକ୍ଷାନଗର, ପରଜଙ୍ଗ ବ୍ଲକକୁ ଏହି ମେଳାରେ ସାମିଲ କରାଯାଇଥିଲା l ଏଥିରେ ଭିନ୍ନ ଭିନ୍ନ ଭାବରେ ତିରିଶ ଗୋଟି କମ୍ପାନୀ ଉପସ୍ଥିତ ଥିଲେ l ପଞ୍ଚାୟତ ସ୍ତରରୁ ପିଲାମାନେ ଆସି ନିଜର ଦକ୍ଷତା ଅନୁସାରେ କିପରି କମ୍ପାନୀ ଗୁଡ଼ିକରେ ନିଯୁକ୍ତି ପାଇପାରିବେ ଏହାର ସମସ୍ତ ବ୍ୟବସ୍ଥା କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠି, ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ସାହୁ, ଜିଲ୍ଲାପରିଷଦ ଉପାଧ୍ୟକ୍ଷା ବିଳାସିନୀ ସେଠି,ଜିଲ୍ଲା ପରିଷଦ ନିରାକାର ପ୍ରଧାନ, ପରଜଙ୍ଗ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ଦଳବେହେରା ଙ୍କ ସମେତ ଅନ୍ୟାନ୍ୟ ଜନ ପ୍ରତିନିଧି ମାନେ ଉପସ୍ଥିତ ଥିଲେ l

 କାମାକ୍ଷାନଗର ରୁ ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ

Related posts

ଖଜୁରୀପଦରଠାରେ ବିଶ୍ୱ ପରିବେଶ ଦିବସ ପାଳିତ

ବିଦେଶୀ ମଦ ଜବତ, ଦୁଇ ଗିରଫ 

Sunil Chandra Nayak

କଳାହାଣ୍ଡି ବିଶ୍ଵବିଦ୍ୟାଳୟ ଭବାନୀପାଟଣା ର ଉଲ୍ଲେଖନୀୟ ସଫଳତା

Sunil Chandra Nayak

Leave a Comment

error: Content is protected !!