ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମଣ୍ଡେଇ କ୍ରୀଡ଼ା କମିଟି ର ପ୍ରସ୍ତୁତି ବୈଠକ

ନବରଙ୍ଗପୁର–(ମସିହା) ଆସନ୍ତା ଡିସେମ୍ବର ମାସ ୧୦ ରୁ ୧୪ତାରିଖରେ ଅନୁଷ୍ଠିତ ହେବାକୁ ଥିବା ମଣ୍ଡେଇ-୨୦୨୨ ନିମନ୍ତେ ସ୍ଥାନୀୟ ସଂସ୍କୃତି ଭବନ ଠାରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ମହେନ୍ଦ୍ର ସାହୁଙ୍କ ସଭାପତିତ୍ୱ ରେ ମଣ୍ଡେଇ କ୍ରୀଡ଼ା କମିଟି ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସର୍ଵସମ୍ମତି କ୍ରମେ ଆନ୍ତଃ ବ୍ଲକ ମଣ୍ଡେଇ କପ ଫୁଟବଲ ଓ ଭଲି ବଲ ମ୍ୟାଚ କରିବା ନିମନ୍ତେ ଅନୁମୋଦନ କରାଯାଇଛି। ଏଥିରେ ସମସ୍ତ ଦଶ ଗୋଟି ବ୍ଲକ ସମେତ ନବରଙ୍ଗପୁର ଏବଂ ଉମରକୋଟ ର ପୌରପାଳିକା ଦଳ ମଧ୍ୟ ଭାଗ ନେବେ ବୋଲି ନିଷ୍ପତ୍ତି ହୋଇଛି। ଏହି ସମସ୍ତ ଖେଳ ନବରଙ୍ଗପୁର ଏବଂ ଉମରକୋଟ ଜୋନରେ ଅନୁଷ୍ଠିତ ହୋଇ ଫାଇନାଲ୍ ନବରଙ୍ଗପୁର ଠାରେ ଅନୁଷ୍ଠିତ ହେବ। ଏଥି ସମେତ ୪୦ ବର୍ଷରୁ ଉର୍ଦ୍ଧ ଖେଳାଳିଙ୍କୁ ନେଇ ଜିଲ୍ଲା ସ୍ତରୀୟ ବ୍ୟାଟମିଣ୍ଟନ କ୍ରୀଡ଼ା ଅନୁଷ୍ଠିତ ହେବ । ଉଭୟ ଏକକ ଏବଂ ଯୋଡ଼ାଦଳକୁ ନେଇ ଏହି ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏହି ଅବସରରେ କ୍ରିକେଟ କ୍ରୀଡ଼ା ର ପ୍ରଦର୍ଶନୀ ମ୍ୟାଚ କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ବୈଠକରେ ଜିଲ୍ଲା କ୍ରୀଡ଼ା ସଙ୍ଘର ସମ୍ପାଦକ ପ୍ରହଲ୍ଲାଦ ତ୍ରିପାଠୀ, ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ, କୋଷାଧ୍ୟକ୍ଷ ହରେ କୃଷ୍ଣ ପଣ୍ଡା ସମେତ କ୍ରୀଡ଼ା ଶିକ୍ଷକ ମନୋରଞ୍ଜନ ପ୍ରହରାଜ, ପ୍ରଭାତ ପଟ୍ଟନାୟକ, ଗୋପାଳ ପଟ୍ଟନାୟକ, ଲିଙ୍ଗରାଜ ମହାନ୍ତି, ବିଭାସିସ ଦେ,ଅଜିତ ପରିଜା, ବ୍ରଜବନ୍ଧୁ କାଣ୍ଡି ପ୍ରମୁଖ କମିଟି ସଭ୍ୟ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ ଏହି ସମସ୍ତ କ୍ରୀଡ଼ା ର ଫାଇନାଲ ମ୍ୟାଚ ମଣ୍ଡେଇ ମୁଖ୍ୟ ସମାରୋହ ଦିନ ଗୁଡିକରେ ଅନୁଷ୍ଠିତ ହେବ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ୍ ମସିହା ନିୟୁଜ୍।

Related posts

ଚନ୍ଦ୍ରକଳା ଦେବୀ ଙ୍କ କବିତା ଭୀମରାଓ ରାମଜୀ ଆମ୍ବେଦକର ଜୟନ୍ତୀ

Sunil Chandra Nayak

ଯୋଜନା ର ଅନ୍ତ ନାହିଁ କିନ୍ତୁ ଭରତ ରହୁଛି ପଲିଥିନ ଦିଆ ଝାଟିମାଟି କୁଡ଼ିଆରେ ,କେବେ ପଡ଼ିବ ପ୍ରଶାସନ ର ଦୃଷ୍ଟି ?

Sunil Chandra Nayak

ଖଡମବେଡା ପଞ୍ଚାୟତର ଅଧିକାଂଶ ଗ୍ରାମ ଡିଜିଟାଲ ହେବାରୁ ବଂଚିତ ନେଇ ସମିତି ସଭ୍ଯାଙ୍କ ବିଡ଼ିଓଙ୍କ ଦ୍ଵାରା ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!