ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇରଙ୍ଗପୁର ଗୋଶାଳାରେ ୬୪ ତମ ଗୋପାଷ୍ଟମୀ ଧୂମଧାମରେ ପାଳିତ    

ମୟୂରଭଞ୍ଜ ୦୨/୧୧/୨୨(ମସିହା) ଗାଈକୁ ଭାରତରେ ମାତା ରୂପରେ ଗ୍ରହଣ କରାଯାଏ ଏବଂ ଦେବତାଙ୍କ ଭଳି ପୂଜା କରାଯାଏ ।ଗୋମାତା ଭାରତର ଅନନ୍ୟ ସଂସ୍କୃତି ଅଟେ ।ଗୋ ସଂପଦ ସଂରକ୍ଷଣ କୌଣସି ନିର୍ଦ୍ଦିଷ୍ଟ ଏକ ଧର୍ମ,ଜାତି, ସଂପ୍ରଦାୟର କି ସରକାରଙ୍କ ର ନୁହେଁ ଏହା ଭାରତର ସଂସ୍କୃତି ଅଟେ । ଗୋସଂପଦ ରକ୍ଷା କରିବା ଏହା ସମସ୍ତ ନାଗରିକମାନଙ୍କର ପରମ ଦାୟିତ୍ଵ ଅଟେ । ଗୋମାତାର ଋଣ ମାନବ ସମାଜ କେବେ ବି ସୁଝି ପାରିବ ନାହିଁ ।।ଗୋମାତାଙ୍କର ସେବା କରିବା ପାଇଁ ଭାରତର କୋଣ ଅନୁକୋଣରେ ଗୋଶାଳା ପ୍ରତିଷ୍ଠା କରାଯାଇଛି । ରାଇରଂଗପୁରର ଅଁଳାଡୁବା ମଠ ସନ୍ନିକଟରେ କିଛି ଗୋମାତା ପ୍ରେମୀ ଓ ବଦାନ୍ୟ ବ୍ୟକ୍ତିଙ୍କ ଦ୍ବାରା ଗୋଶାଳା ୧୯୫୮ରେ ପ୍ରତିଷ୍ଠା କରାଯାଇଥିଲା ରାଇରଙ୍ଗପୁର ଗୋଶାଳା କମିଟୀ ଆନୁକୂଲ୍ୟରେ ମଙ୍ଗଳବାର ଦିନ ୬୪ତମ ଗୋପାଷ୍ଟମୀ ଓ ଗୋପୂଜନ ଉତ୍ସଵ ଭକ୍ତିମୟୀ ପରିବେଶରେ ପାଳିତ ହୋଇଯାଇଛି । ଗୋଶାଳାରେ ୩୫୬ ରୁ ଉର୍ଦ୍ଧ୍ବ ଗୋମାତାଙ୍କୁ ପୂଜାର୍ଚ୍ଚନା କରାଯାଇ ଖାଦ୍ୟ ପ୍ରଦାନ କରାଯାଇଥିଲା ।ପରେ ଗୋଶାଳା ପରିସରରେ ଭଗବାନ ଶ୍ରୀକୃଷ୍ଣଙ୍କୁ ପୂଜାର୍ଚ୍ଚନା କରାଯିବା ସହ ଯଜ୍ଞର ଆୟୋଜନ କରାଯାଇଥିଲା । ପରେ ସଂନ୍ଧ୍ୟାରେ ଉତ୍ସବ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଗୋଶାଳାର ଅଧ୍ୟକ୍ଷ ଅନୁପ ଚାନ୍ଦଗୋଟିଆ(ବାବୁଲୁ) ଗୋପାଷ୍ଟମୀ ପାଳନ ପରଂପରା ଉପରେ ଆଲୋକପାତ କରିଥିଲେ ।ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ବରିଷ୍ଠ ଆଇନଜୀବୀ ରସାନନ୍ଦ ଲେଙ୍କା,ଗୋଶାଳା କମିଟୀ ଚେୟାରମେନ୍ ଅନୁପ ଚାନ୍ଦ ଗୋଟିଆ , ସମ୍ମାନିତ ଅତିଥି ଭାବେ ମରୋଡା ବିଧାୟକ ରାଜ କିଶୋର ଦାସ ,ଶ୍ୟାମ ସୁନ୍ଦର ବେରିଆ ଓ ଶ୍ୟାମ ସୁନ୍ଦର ଅଗ୍ରୱାଲା, ରବି ଅଗ୍ରୱାଲ, ଗୌରୀ ଶଙ୍କର ସାରଡା ପ୍ରମୁଖ ଯୋଗ ଦେଇ ଗୋ ସମ୍ପଦ ସୁରକ୍ଷା, ରକ୍ଷଣାବେକ୍ଷଣ, ଜାତି,ଧର୍ମ ନିର୍ବିଶେଷରେ ସମସ୍ତଙ୍କର ଗୁରୁ ଦାୟିତ୍ବ ଓ କର୍ତ୍ତବ୍ୟ ବୋଲି କହିଥିଲେ । ପରେ ଗୋଶାଳା କମିଟି ତରଫରୁ ସୁଧାବାଳା ପଟ୍ଟନାୟକ,ସୁରଥ ପଟ୍ଟନାୟକ,ରବି ଜୋସି,ଅନୁପ ଅଗ୍ରୱ୍ବାଲ,ମାରୱ୍ବାଡି ଯୁବାମଂଚ,ମାରୱ୍ବାଡି ମହିଳା ମଂଚ,ଅଚିତା ,ମିନା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଗୋପାଷ୍ଟମୀ ପାଇଁ ହୋଇଥିବା ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ପୁରଷ୍କୃତ କରାଯାଇଥିଲା ।ଚଳିତ ବର୍ଷ ଗୋଶାଳା ପରିସରରେ ମୁଖ୍ୟ ଆକର୍ଷଣ ଭାବେ ସୁଧାକଳା ଆର୍ଟ ଏଣ୍ଡ କ୍ରାଫଟ ଅନୁଷ୍ଠାନ ତରଫରୁ ନନ୍ଦପୁର (ଗୋକୁଳ) ଠାରୁ ବୃନ୍ଦାବନ ପର୍ଯ୍ୟନ୍ତ ଭଗବାନଙ୍କ ଲୀଳା ଖେଳା ପ୍ରଦର୍ଶିତ ହୋଇଥିଲା। ଅନୁଷ୍ଠାନର ଛାତ୍ରଛାତ୍ରୀ ମାନେ ଶ୍ରୀକୃଷ୍ଣ ରାଧା ବେଶରେ ସଜ୍ଜିତ ହୋଇ ମୁକ୍ତାକାଶ ରଙ୍ଗମଞ୍ଚରେ କଳା ପ୍ରଦର୍ଶିତ କରିଥିଲେ ।ପରେ ଛାତ୍ରଛାତ୍ରୀଙ୍କ ଦ୍ବାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ହଜାର ହଜାର ଗୋପ୍ରେମୀ ଗୋମାତାଙ୍କୁ ପୂଜାର୍ଚ୍ଚନା କରିବା ସହ ଉତ୍ସବର ମଜା ନେଇଥିଲେ । କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳାର ସହ ସଂପନ୍ନ ହୋଇଥିବାରୁ କମିଟିର ଅଧ୍ୟକ୍ଷ ବାବୁଲୁ ଚାନ୍ଦଗୋଟିଆ ସମସ୍ତ ଗୋପ୍ରେମୀଙ୍କୁ କୃତଜ୍ଞତା ଜଣାଇଥିଲେ

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଓଡ଼ିଶା ପର୍ଯ୍ୟଟନ ରୁ ଲୋପ ପାଇବାକୁ ବସିଛି ବ୍ରାହ୍ମଣୀ ନଦୀ ଗର୍ଭସ୍ଥ ଅନନ୍ତ ଶୟନ ମୂର୍ତ୍ତୀ

କୋଷାବରା ଠାରେ ବାବା ଅଗ୍ନି ଭୈରବ ଦେବ ଓ ମାଁ ଡୋକରୀ ଦେବୀଙ୍କ ଝାମୁଯାତ୍ରା

Sunil Chandra Nayak

ଆଜିର ଦିବସର ଅନୁଚିନ୍ତା : ଜୁଲାଇ ୨୨ ତାରିଖ : ( ପିଙ୍ଗଳି ଭେଙ୍କୟା,ତ୍ରିରଙ୍ଗା ଜାତୀୟ ପତାକା, ଅଶୋକ ଚକ୍ର,ଗଣିତର ପ୍ରସିଦ୍ଧ ସ୍ଥିରାଙ୍କ ‘π’ (ପାଇ) ଆପ୍ରୋକ୍ସିମେସନ୍ /ଆନୁମାନିକ ଦିବସ,ଜାତୀୟ ଆମ୍ବ ଦିବସ )

Sunil Chandra Nayak

Leave a Comment

error: Content is protected !!